ସାକ୍ଷୀଗୋପିନାଥଙ୍କ ରାଜାବେଶ

ସାକ୍ଷୀଗୋପାଳ,୧୮/୯(ଏସଏସନିୟୁଜ)ରାଜାବେଶରେ ଭକ୍ତ ମାନଙ୍କୁଦର୍ଶନ ଦେଇଛନ୍ତି ସାକ୍ଷୀଗୋପିନାଥ । ପରମ୍ପରା ଅନୁଯାଇ ବର୍ଷ ତମାମ ଠାକୁରଙ୍କ ସମ୍ପତିକୁ ଭାଗେଦକଲ କରିଆସୁଥିବା ବ୍ୟକ୍ତିମାନେ ସେମାନେ ପ୍ରଜାଭାବରେ ଠାକୁରଙ୍କୁ ବର୍ଷକୁଥରେ ଭେଟି ଦେଇଥାନ୍ତି ।ବର୍ଷକୁ ଥରେ ଠାକୁରଙ୍କର ରାଜାବେଶ ଅନୁଷ୍ଠିତ ହୋଇଥାଏ । ଦୈନଦିନ ଠାକୁରଙ୍କ ଦେବନୀତି ପରେ ଅପରାହ୍ନରେ ମନ୍ଦିର ସିଂହଦ୍ୱାରକୁ ପୂର୍ଣ୍ଣକୁମ୍ଭ କଳସ, କଦଳୀ ଗଛ, ଆମ୍ବ ଡାଳ, ଫୁଲ ଇତ୍ୟାଦିରେ ସଜ୍ଜା ଯାଇଥିଲା । ସଂନ୍ଧ୍ୟା ଆଳତି, ଗୋଧନ ବାହୁଡାଭୋଗ ପରେ ସଂନ୍ଧ୍ୟାଧୁପ ବେଶରେ ସେବକ ମାନେ ଠାକୁରଙ୍କୁ ରାଜବେଶରେ ସଜ୍ଜିତ କରିଥିଲେ । ଏହି ବେଶରେ ଠାକୁର ପାଟ, ପିତାମ୍ବରୀ, ସୁବର୍ଣ୍ଣ ବଶିଂ, ମକର କୁଣ୍ଡଳ, ଚାପସରୀ, ନୁଡୁକ, ହୀରା ମୁଦ୍ରିକା, ବେଙ୍ଗପାଟିଆ, ସୁବର୍ଣ୍ଣ ମୁକୁଟ, ବାଙ୍କି ନୂପୁର ଓ ଫୁଲମାଳ ଆଦି ପରିଧାନ କରିଥିଲେ । ପାରମ୍ପରୀକ ପ୍ରଥା ଅନୁଯାୟୀ ସୁନିଆଁ ଭେଟି ଦେବାପାଇଁ ମହାଜନ ମାନେଘଣ୍ଟାବଜାଇ, ମଶାଲ ଜଳାଇ ମନ୍ଦିରରେ ପହଂଚିଥିଲେ ।ଏହାସହ ସାଙ୍ଗରେ ଠାକୁରଙ୍କ ପାଇଁ ତୁଳସୀ,=ଫୁଲମାଳ ,ଭୋଗ.ନୈବେଦ୍ୟ ଓ ସର ଲବଣୀ ଭାର ଅଣିଥିବା ଦେଖିବାକୁ ମିଳିଥିଲା ।ଏହାପରେ ପ୍ରଜା ଓ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହିତ ସମ୍ମୁଖରେ ରଖାଯାଇଥିବା ଥାଳିରେ ସୁନିଆଁ ଭେଟି (ଅର୍ଥ) ପକାଇଥିଲେ ।

Comments (0)
Add Comment