Browsing category

ମହାନଗର

ଜେଲରେ ହେଲା ବାହାଘର

ଚୌଦ୍ୱାର,୧୨/୮(ଏସ ଏସ ନିୟୁଜ)ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବିବାହ  ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିଲା l ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର […]

ବନ ଉନ୍ନୟନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୧.୫୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ୱର,୧୨/୮(ଏସଏସନିୟୁଜ) ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ କୋଟି ୫୮ ଲକ୍ଷ ୧୩ ହଜାର ୧୭୫ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ପରିମାଣରେ ଚେକ୍ ପ୍ରଦାନ କରିଥିଲେ।ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ […]

ତୁଳା ଜିନିଙ୍ଗ ମିଲ୍ ଓ ବସ୍ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୮(ଏସଏସନିୟୁଜ) ଆଜି ଦିଗପହଣ୍ଡି ଠାରେ ଏକ Cotton Ginning & Pressing Mill  ଏବଂ ଏକ ନୂଆ ବସ୍ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍ ସୁବିଧା ସହିତ […]

ଯୁବତୀଙ୍କ ଉପରକୁ ଯୁବକଙ୍କ ଏସିଡ୍ ମାଡ଼

ଧଉଳି,୧୨/୮(ଏସଏସନିୟୁଜ) ଧଉଳି ଥାନା ବାଲିଆପଡା ଗାଁରେ ଏସିଡ ମାଡ଼ରେ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।ଘଟଣାପରେ ଯୁବକ ଫେରାର ହୋଇଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କୁ ନ ଜଣାଇ ପ୍ରାୟ ବର୍ଷକ ତଳେ ଉକ୍ତ ଯୁବକ ଓ ଯୁବତୀ କୋର୍ଟ ମ୍ୟାରେଜ୍ କରି ନିଜ ନିଜ ଘରେ ରହୁଥିଲେ।ଯୁବତୀଜଣକ ଶାଶୁଘରକୁ ଯିବା ଲାଗି ଯୁବକଙ୍କ ଉପରେ ସବୁବେଳେ ଚାପ ପକାଉଥିବାରୁ ଯୁବତୀଙ୍କୁ […]

ବନ୍ଧାହେଲେ କୋଟିପତି କିରାଣି

ପୁରୀ,୧୨/୮(ଏସଏସନିୟୁଜ) ଶେଷରେ ବନ୍ଧାହେଲେ କୋଟିପତି କିରାଣି କୃଷ୍ଣଚନ୍ଦ୍ର ଜେନା । ପୁରୀ ସିଡିପିଓ କାର୍ଯ୍ୟାଳୟରେ  କାର୍ଯ୍ୟ  ରତ କିରାଣି କୃଷ୍ଣଚନ୍ଦ୍ର ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।ତାଙ୍କଠାରୁ ଦେଢ଼ କୋଟିର ଆୟବର୍ହିଭୂତ ସମ୍ପତ୍ତି ଆକଳନ ଭିଜିଲାନ୍ସ କରିବାପରେ କୋର୍ଟଚାଲାଣ କରିଛି। ଗତକାଲି ଭିଜିଲାନ୍ସ ଟିମ୍ ପୁରୀ ଜିଲ୍ଲାର ତିନିଟି ସ୍ଥାନ ଓ ଭୁବନେଶ୍ବରରେ ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।

ଆସିଲା ଚିନ୍ତା ବଢାଇଲା ଭଳି ଖବର

୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା । ୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ୩-ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ୪-ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା […]

କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ଜାରିହେଲା ଏସଓପି

ପୁରୀ,୧୧/୮(ଏସଏସନିୟୁଜ)ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର ।ଏଥିନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏନେଇ ଏସଓପି ଜାରି କରିଛନ୍ତି।ଏହିଆଧାରରେ କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତତ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର‌୍ୟ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ ।ତେବେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ମନ୍ଦିର ପରିସରକୁ […]

୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଈୁବନେଶ୍ୱର,୧୧/୮(ଏସଏସନିୟୁଜ) ଟୋକିଓ ଅଲିମ୍ପିକ-୨୦୨୦ର ସଫଳତା ପରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ , ଦୀପ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଏବଂ ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏର ଚେକ୍ ପ୍ରଦାନ କରିଛନ୍ତି । ଏହାସହ ପୁରୁଷ ହକି […]

ବଦଳିଲା ନବମ ଓ ଦଶମ ପରୀକ୍ଷା ଢାଞ୍ଚା

ଈୁବନେଶ୍ୱର,୧୧/୮(ଏସଏସନିୟୁଜ)ରାଜ୍ୟରେ ୨୦୨୧-୨୨ ବର୍ଷ ପାଇଁ ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ପରୀକ୍ଷା ପରିଚାଳିତ ନେଇ ବିଏସଇ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି । ଶିକ୍ଷାବର୍ଷକୁ ଜୁଲାଇରୁ ନଭେମ୍ବର ପ୍ରଥମ ଟର୍ମ ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଆଦି୨ଟି ଟର୍ମରେ ବିଭକ୍ତ କରାଯାଇଛି ।ପ୍ରତି ଟର୍ମରେ ଛାତ୍ରଛାତ୍ରୀ ୫୦ ପ୍ରତିଶତ ପାଠ ପଢ଼ିବେ ଓ ପରୀକ୍ଷା ଦେବେ । ପ୍ରଥମ ପରୀକ୍ଷା ନଭେମ୍ବର ମାସରେ ହେବ ଓ ଫାଇନାଲ ପରିକ୍ଷା ଏପ୍ରିଲ ଶେଷ ସପ୍ତାହରେ […]

ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍

ମୟୁରଭଞ୍ଜ ,୧୧/୮(ଏସଏସନିୟୁଜ) ମହାରାଷ୍ଟ୍ରର ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ମୟୂରଭଞ୍ଜ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରୁ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍ ।ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।