ବନ୍ଧାହେଲେ କୋଟିପତି କିରାଣି

ପୁରୀ,୧୨/୮(ଏସଏସନିୟୁଜ) ଶେଷରେ ବନ୍ଧାହେଲେ କୋଟିପତି କିରାଣି କୃଷ୍ଣଚନ୍ଦ୍ର ଜେନା । ପୁରୀ ସିଡିପିଓ କାର୍ଯ୍ୟାଳୟରେ  କାର୍ଯ୍ୟ  ରତ କିରାଣି କୃଷ୍ଣଚନ୍ଦ୍ର ଜେନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।ତାଙ୍କଠାରୁ ଦେଢ଼ କୋଟିର ଆୟବର୍ହିଭୂତ ସମ୍ପତ୍ତି ଆକଳନ ଭିଜିଲାନ୍ସ କରିବାପରେ କୋର୍ଟଚାଲାଣ କରିଛି। ଗତକାଲି ଭିଜିଲାନ୍ସ ଟିମ୍ ପୁରୀ ଜିଲ୍ଲାର ତିନିଟି ସ୍ଥାନ ଓ ଭୁବନେଶ୍ବରରେ ଗୋଟିଏ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ।

Comments (0)
Add Comment