Browsing category

ମହାନଗର

କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର,୧୧/୮(ଏସଏସନିୟୁଜ)ସ୍ବାଧୀନତା ଦିବସ ରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବ ସେଥିନେଇ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି। ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ।ଏହାସହ ୧୯ ଜିଲ୍ଲାରେ ୧୯ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ ।ସେମାନେ ହେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବରଗଡ଼, କନ୍ଧମାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, […]

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର,୧୧/୮(ଏସଏସନିୟୁଜ)ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ଚଢ଼ାଉ ଜାରି ରହିଛି । ସେ ଭୁବନ ବ୍ଲକ ଦିଘା ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିବାବେଳେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଆଜି ଏକକାଳୀନ ତୁମୁସିଂଗାର ଧୋବାବାହାଳୀରେ ଥିବା ପୈତୃକ ଘର, କାମାକ୍ଷାନଗରରେ ଥିବା ଏକ ୨ ମହଲା ଘର ସହ କେରଜଳି ପଂଚାୟତରେ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ […]

ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ବର, ୧୧/୮(ଏସଏସନିୟୁଜ) ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବାନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିଲା । ତେଣୁ ତରବରିଆ ଭାବେ ଯୁକ୍ତ୨ ବିଜ୍ଞାନ […]

ମଦ ନେଲେ RT-PCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

୧. ସିଫାରେ ଜନଜାତି ମହିଳା ଓ କୃଷିଜିବୀଙ୍କ ନିମନ୍ତେ ରଙ୍ଗୀନ ମାଛ ଚାଷ ପ୍ରଶିକ୍ଷଣ ୨. ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ । ୩. ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ୪. ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର । ୫. […]

୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର, ୧୦/୮(ଏସଏସନିୟୁଜ) ଆସନ୍ତା ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସା ପୋର୍ଟାଲରେ ଆବେଦନ କରିପାରିବେ ।ଆବେଦନ ମୁତାବକ ସିଟ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି । କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର, ବାଣିଜରେ ୩୯୦୦ ହଜାର ସିଟ୍ ବୃଦ୍ଦିକୁ ଅନୁମତି ମିଳିଛି । ଚଳିତ ବର୍ଷ ଯୁକ୍ତ ୨ରେ ମୋଟ୍ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି ହୋଇଛି । କରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି ହେବନାହିଁ […]

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ । ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି । ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପ୍ରତାପ ଜେନା ।

ଗ୍ରାହକ ସାଜିଲା ପୋଲିସ,ଧରିଲା ବ୍ରାଉନସୁଗାର

ଭୁବନେଶ୍ୱର,୧୦/୮(ଏସଏସନିୟୁଜ)ସାଲିଆ ସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ଏହାସହ ଜଣେ ମହିଳା ଗିରଫ ମଧୂ କରିଛି । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିବାଜଣାପଡିଛି ।ତେବେ ବ୍ରାଉନସୁଗରକୁ ଧରିବାପାଇଁ ପୋଲିସକୁ ଗ୍ରାହକ ସାଜିବାକୁ ପଡିଥିଲା ।

ହାଇ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀଙ୍କ ଧମକ ଆସିବା ପରେ ସଜାଗ ହୋଇଯାଇଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତୁପକ୍ଷ ।୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରର କଡା ସୁରକ୍ଷା ବ୍ୟବସ୍ଥା ସହ ରେଡ୍ ଆଲର୍ଟ କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଜିଟର ପାସ୍ ମଧ୍ୟ ବନ୍ଦ କରାଯାଇଛି । ଯାତ୍ରୀଙ୍କୁ କଡ଼ା ଚେକିଂ ସହିତ ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବାସହସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯାଞ୍ଚ କରି ଛଡାଯିବାର […]

ସୋମନାଥଙ୍କପୀଠରେ ଏକାଠିହେଲେ ଉତ୍ତର ବିଜେଡି କର୍ମୀ

ବାରଙ୍ଗ,୯/୮(ଏସଏସନିୟୁଜ)ଆଗକୁ ଆସୁଛି ପଂଚାୟତ ନିର୍ବାଚନ।ଏହାକୁ ଦୃଷ୍ଟିରେ ରଖି ବିଜେଡି ଆରମ୍ଭ କରିଦେଇଛି ତାର ଗୋଟି ଚାଳନା। ସୋମବାର ଦିନ ବନ୍ଧୁମିଳନ ମାଧ୍ୟମରେ ବିଜେପିର କିଛି ଆଗଧାଡ଼ିର କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ରାଜଧାନୀ ଉପକଣ୍ଠ ବାରଙ୍ଗ ତଥା ପଟିଆ ଅଞ୍ଚଳର ସର୍ବପୁରାତନ ଓ ସୁପ୍ରସିଦ୍ଧ ଶୈବପୀଠ ଢାୱା ଗ୍ରାମରେ ଅବସ୍ଥାପିତ ବାବା ସୋମନାଥମନ୍ଦିରରେ ସୋମବାର ଦିନ ଏହିଭଳି ପରିବେଶ ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ସବୁସମୟରେ ଗୁରୁତ୍ୱ ବହନ କରୁଥିବା ରଘୁନାଥପୁର,ଦାଢା,କଲ୍ୟାଣପୁର,ବରିମୁଣ୍ଡ […]

ଆଜିଠୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

  ଭୁବନେଶ୍ୱର ୧୦/୮(ଏସ ଏସ ନିୟୁଜ)ଆଜିଠୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌।ଏହାସହ ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ । ତେବେ ପ୍ଲାନେଟୋରିୟମ୍ ସମସ୍ତ ସ୍ଥାନରେ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ ପରିଦର୍ଶନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।ତେବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌  ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ […]