Browsing category

ମହାନଗର

ହିରୋଙ୍କ ପାଇ ଉତ୍ସବର ମାହୋଲ

୧–ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ । ୨-କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ପାଇଁ ୬୯୩.୩୫ କୋଟି ମଞ୍ଜୁରୀ . ୩-ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ। ୪–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର […]

ବାରଙ୍ଗ ଥାନାର ନୂଆ IIC ଆକାଶ ରାଣା

ବାରଙ୍ଗ,୯/୮(ଏସ ଏସ ନିୟୁଜ)ବାରଙ୍ଗ ଥାନାରେ ନୂତନ ଥାନାଧିକାରୀ ଭାବେ ସୋମବାର ଦିନ ଆକାଶ ରାଣା ଯୋଗଦାନ କରିଛନ୍ତି।ପୂର୍ବରୁ ସେ ଫୁଲନଖରା ସ୍ଥିତ ଜାତୀୟ ରାଜପଥ ଟ୍ରାଫିକ ଥାନା ଅଧିକାରୀ କାର୍ଯ୍ୟରତ ଥିଲେ।ଏହି ଅବସରରେ ନୂତନ କରି ଯୋଗ ଦେଇଥିବା ଥାନା ଅଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ପୂର୍ବରୁ ଥିବା ବାରଙ୍ଗ ଥାନାଧିକାରୀ ଶଶିକାନ୍ତ ରାଉତଙ୍କୁ ଚାଉଳିଆଗଞ୍ଜ ଥାନାଧିକାରୀ ଭାବେ ବଦଳି କରାଯାଇଛି।(ଗୌତମ ରାଉତଙ୍କ ରିପୋର୍ଟ)

କାଲି ଖୋଲିବ ମା ତାରିଣୀଙ୍କ ମନ୍ଦିର

ଘଟଗାଁ ୯/୮(ଏସ ଏସ ନିୟୁଜ)କୋଭିଡ୍‌ କଟକଣା ସହିତ ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଘଟଗାଁର ପ୍ରସିଦ୍ଧ ମା ତାରିଣୀଙ୍କ ମନ୍ଦିର । ଏ ନେଇ ଗାଇଡଲାଇନ୍‌ ଜାରି କରିଛି ମନ୍ଦିର ପ୍ରଶାସନ । କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିଲା । ସାରା ରାଜ୍ୟରେ ସଂକ୍ରମଣ ହ୍ରାସପାଇବା ସହ ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଆଧାରରେ ଧର୍ମାନୁଷ୍ଠାନ ଗୁଡିକୁ ମନ୍ଦିର ପ୍ରଶାସନ ଅନୁମତିରେ ଖୋଲାଯାଉଛି।ଏହି ଆଧାରରେ ଆସନ୍ତାକାଲି ମା’ ତାରିଣୀ […]

ପୂଜା ପାଇ ଆସିଲା ଗାଇଡ଼ ଲାଇନ

ଭୁବନେଶ୍ୱର,୯/୮(ଏସ ଏସ ନିୟୁଜ)ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ଋତୁ।କିନ୍ତୁ ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ପୂଜା ହେବ।ଭକ୍ତମାନଙ୍କୁ ପୁଣି ନିରାଶ ହେବାକୁ ପଡିବ ।ଏଥିନିମନ୍ତେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ ଜାରି କରାଯାଇଛି।ମଣ୍ଡପ ବା ପେଣ୍ଡାଲରେ ପୂଜା କରିବା ପାଇଁ ଅନୁମତି ଜରୁରୀ କରାଯାଇଛି।ମଣ୍ଡପରେ କୌଣସି ସାଜସଜ୍ଜା ମନା କରାଯାଇଛି।ଏହାସହ ମଣ୍ଡପକୁ ଶ୍ରଦ୍ଧାଳୁ ଆସିବାକୁ ମଧ୍ୟ ବାରଣ ରହିଛି। ମଣ୍ଡପର ତିନି ପାର୍ଶ୍ୱରୁ […]

ପୁତୁରା ପ୍ରେମରେ ପାଗଳ ମାଉସୀ

ଚନ୍ଦ୍ରଶେଖରପୁର,୯/୮(ଏସ ଏସ ନିୟୁଜ)ପ୍ରେମ ପାଇଁ ମଣିଷ ବେଳେ ବେଳେ ପାଗଳ ହୋଇଯାଏ।କେତେବେଳେ କଣ ଯେ କରେ ତାର ହିତାହତ ଜ୍ଞାନ ଭୁଲିଯାଏ।ଏହିଭଳି ଏକ ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଛି। ଜଣେ ୪୨ ବର୍ଷିୟା ମାଉସୀ ତାଙ୍କର ଜଣେ ୨୮ ବର୍ଷିୟ ପୁତୁରା ପ୍ରେମରେ ଉବୁଟୁବୁ ହୋଇ ପୁତୁରା ବିବାହ ପରେ ମଧ୍ୟ ପାଖରେ ରହିବାକୁ ଜିଦ ଧରିଛନ୍ତି। ଏଥିରେରାଜି ନହେବାରୁ ପୁୁତୁରା ବିରୁଦ୍ଧରେ   ଥାନା ରେ ଅଭିଯୋଗ କରିଛନ୍ତି। ପ୍ରକାଶଯେ, ୟୁନିଟ୍‌ ୬ […]

Folding walker ପ୍ରଦାନ କଲେ ପଞ୍ଚସଖା

ବାରଙ୍ଗ,୯/୮(ଏସ ଏସ ନିୟୁଜ)ଦାଢ଼ା ପଞ୍ଚାୟତ ବାଲିପଡ଼ା ଗ୍ରାମର ଜଣେ ବୃଦ୍ଧା କୁସୁମ ଭୋଇଙ୍କର ଗୋଡ ଭାଙ୍ଗିଯାଇଥିବାରୁ ଚାଲିବା ପାଇଁ ଅସୁବିଧା ହେବା ଜାଣି ପଞ୍ଚସଖା ଚାରିଟେବୁଲ ଟ୍ରଷ୍ଟ ବାଲିପଡ଼ା ସଭାପତି ଜନକ ମାଝୀ,ଅସିତ ସାସ୍ମଲ,ଲଲିଟେନ୍ଦୁ ପ୍ରଧାନ,ଅମୁଲ୍ୟ ଜେନା,ସୁରେଶ ଜେନା ଓ ଉପଦେଷ୍ଟା ଭଗବାନ ଜେନା, ନିରଞ୍ଜନ ପରିଡା ଙ୍କ ତରଫରୁ Folding walker ପ୍ରଦାନ କରାଗଲା.

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କେନ୍ଦୁଝର , ୮/୮(ଏସଏସନିୟୁଜ) ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ବଡ଼ବିଲ ପୁଲିସ କୋର୍ଟଚାଳଣ କରିଛି ।ସେମାନେ ହେଲେ ଦୁଇନାବାଳକ ସହ ଇନ୍ଦିରା କଲୋନିର ମହେଶ ଲୋହାର (୨୧) ।ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀକୁ ଏମାନେ ଆଗରୁ ଜାଣିଥିଲେ । ୫ ତାରିଖ ରାତି ପ୍ରାୟ ୯ଟାବେଳେ ଏହି ୩ଜଣ ଯୁବତୀଙ୍କ ଘରକୁ ଯାଇ କୈାଶଳକ୍ରମେ କଥାପ୍ରସଙ୍ଗରେ ଘରଠାରୁ […]

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

ଭୁବନେଶ୍ୱର,୮/୮(ଏସ ଏସ ନିୟୁଜ)କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣ ରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ […]

ସିଲ୍ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର, ୮/୮(ଏସଏସନିୟୁଜ) କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି । ସାପ୍ତାହାନ୍ତ ସଟଡାଉନ ସମୟରେ ବି ମାଛ ମାର୍କେଟ ଖୋଲା ରହିଥିବାରୁ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।ଏହାପୁର୍ବରୁ ବିଏମସି ପକ୍ଷରୁ ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦିଆଯାଇଥିଲା ।କିନ୍ତୁ ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା ।