ସୁନାପୁଅକୁ ମିଳିଲା ଅଫର୍

ଆଜିର ଖବର, ତାରିଖ–୦୯-୦୮-୨୦୨୧(ସୋମବାର)

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ ।
୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ
୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ । ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୭ଟି ପଦକ ଜିତି ୪୮ତମ ସ୍ଥାନରେ ଭାରତ ।
୪. ଆଜି ରାଜ୍ୟରେ ପୁଣି ୧୪୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯୬୯୯୧୬କୁ ବୃଦ୍ଧି ।
୫. ଭୁବନେଶ୍ବର ଏବେ କ୍ଲଷ୍ଟର ସଂକ୍ରମଣ, ଆଜି ପୁଣି ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ।
୬. ଭୁବନେଶ୍ବର ୪ ନମ୍ବର ମାଛ ମାର୍କେଟ ସିଲ କଲା ବିଏମସି । ସପ୍ତାହନ୍ତ ସଟଡାଉନରେ ମାଛ ମାର୍କେଟ ଖୋଲା ଥିବାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଲ ।
୭. ନ୍ୟାସନାଲ୍ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ ସଦସ୍ୟ ଭାବେ ମନୋନୀତ ହେଲେ ସମ ପ୍ରଫେସର, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ ।
୮. ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କୋଭିଡ ଗାଇଡଲାଇନରେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।
୯. ଦେଶବିଦେଶରେ ମହକିବ କୋରାପୁଟ କଫି, ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ସହମତି ପ୍ରକାଶ କରିଛି ‘ଟାଟା କଫି’। ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ‘ଟାଟା କଫି’ ।
୧୦. କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ଅଧିକ ଫଳପ୍ରଦ । ଅଧିକ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧିରେ ସହାୟକ । କରୋନା ଯୁଦ୍ଧରେ ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷା ଜାରି ରହିଛି ।
୧୧. ଅଧିକ ଫଳପ୍ରଦ ହେଉଛି ମିଶ୍ରିତ ଟିକା । ଆଇସିଏମଆର ଗବେଷଣା କହିଲା, ମିଶ୍ରିତ ଟିକା ସୃଷ୍ଟି କରୁଛି ଅଧିକ ଆଂଟିବଡି ।
୧୨. କନ୍ଧମାଳ ପୁଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, କେକେବିଏନ୍ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକଙ୍କ ଆତ୍ମସମର୍ପଣ ।
୧୩. ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ; ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ସୂଚନା ।
୧୪. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୪୬୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ ।
୧୫. ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି ।
୧୬. ଦେଶରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୭,୮୬୨। ଦିନକରେ ଆଉ ୪୩,୯୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୦,୯୯,୭୭୧ ସୁସ୍ଥ ।
୧୭. ଦେଶରେ ୪,୦୬,୮୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ । ଦିନକରେ ୫୫,୯୧,୬୫୭ ଟିକା ନେଇଥିବା ବେଳେ ୫୦,୬୮,୧୦,୪୯୨ ମୋଟ ଟିକା ନେଇ ସାରିଛନ୍ତି ।
୧୮. ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫ ।
୧୯. ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫ ।
୨୦. ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି । ମୋଟ ୯,୬୮,୪୫୩ ସୁସ୍ଥ । ୧୨,୧୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ।
୨୧. ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ବର୍ଷା ଯୋଗୁଁ ଡ୍ର ହେଲା ପ୍ରଥମ ଟେଷ୍ଟ ।
୨୨. ବର୍ଷେ ଯାଏଁ ମାଗଣାରେ ଉଡ଼ିବେ ନୀରଜ; ସୁନାପୁଅକୁ ମିଳିଲା ଅଫର୍ ।
୨୩. ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଉ ଗୋଟିଏ କିସ୍ତି ; କାଲି ୯.୫ କୋଟି ଚାଷୀଙ୍କ ପରିବାର ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୯.୫୦୦ କୋଟି ।
୨୪. ସୋମବାର ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତିସଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ପାଇଁ ଆଜି ସକାଳ ସୁଦ୍ଧା ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
୨୫. ସମାପ୍ତ ହେଲା ଟୋକିଓ ଅଲିମ୍ପିକ୍ସ, ପ୍ୟାରିସ-୨୦୨୪ ଅପେକ୍ଷାରେ ସାରା ବିଶ୍ୱ
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ(Please Take Care) ଶୁଭସକାଳ , GOOD MORNING

Comments (0)
Add Comment