Browsing category

ମହାନଗର

NCB DG ହେଲେ ସତ୍ୟ ନାରାୟଣ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ଓଡିଶା ନିବାସୀ ତଥା ଝାରଖଣ୍ଡ କ୍ୟାଡରର ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ଏନସିବି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶାର ଏହି ବରିଷ୍ଠ ଅଇପିଏସ ଅଫିସର ଜଣକ ୧୯୮୮ରେ ଝାରଖଣ୍ଡରୁ ଆଇପିଏସ ହୋଇଥିଲେ । ଶ୍ରୀ ପ୍ରଧାନ ଗୁରୁବାର ପୂର୍ବତନ ଏନସିବି ଡିଜି ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ନାରାୟଣ […]

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ । ୫୦୪ଟି ସେଣ୍ଟରରେ ଆବେଦନ କରିଥିବା ୧୫୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ବରିଷ୍ଠ IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ରାଜ୍ୟ ସରକାର ବରିଷ୍ଠ ଓଇଝ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର‌୍ୟ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । […]

ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। […]

ଆରମ୍ଭ ହେଲା ବୋମାଇ ରାଜ

୧-ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗାଁରେ । ୨-ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମୋବାଇଲ୍‌ ଗେମ୍‌ରୁ ପିଲାଙ୍କୁ ବଞ୍ଚାଅ । ୩-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର । ୪-କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ […]

ଏଟିଏମ ଲୁଟ୍ ଉଦ୍ୟମ ବିଫଳ

ମେଣ୍ଢାଶାଳ,୨୮/୭(ଏସ୍‌ଏସ୍‌ନିୟୁଜ) ଚନ୍ଦକା-ପିତାପଲି ରାସ୍ତାର ଛତାବର ଓ ମେଣ୍ଢାଶାଳ ମଧ୍ୟବର୍ତି ସ୍ଥାନ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ଥିବା ପଞାବନ୍ୟାସନାଲବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିବାର ଜଣାପଡିଛି ।ମଙ୍ଗଳବାର ରାତିରେ ଏହି ଲୁଟ ଉଦ୍ୟମ କରାଯାଇ ଏଟିଏମକୁ ଭାଙ୍ଗିିଦିଆଯାଇଛି ।ଲାଗିଥିବା ସିସିଟିଭିକ୍ୟାମେରାକୁ ଭଙ୍ଗାଯାଇଥିବାବେଳେ ଟଙ୍କାଲୁଟ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଅମୀୟପ୍ରକାସସାହୁ ଘଟଣା ବିଷୟରେ ଚନ୍ଦକାପୋଲିସକୁ ଜଣାଇବାପରେ ପୋଲିସ ଘଟଣସ୍ଥଳରେ ପହଁଚି ତନାଘନା ତଦନ୍ତ କରିଚି ।ଏହା ମଦ୍ୟପମାନଙ୍କର କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ […]

ଖୁସି କୁ ମିଳିବ ଜୀବନସାଥି

ବାରଙ୍ଗ,୨୮/୭(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର।ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ ନୂତନ ଜୀବ ଜନ୍ତୁ।ଏଥି ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ଅନୁମୋଦନ ପାଇବା ପରେ ନନ୍ଦନକାନନ କର୍ତ୍ତୁପକ୍ଷ ଜୀବଜନ୍ତୁ ଆଣିବା ପାଇଁ ଯୋଜନା କରୁଛନ୍ତି।ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିହାର ରାଜ୍ୟର ପାଟଣା ଚିଡ଼ିଆଖାନାରୁ ଏକ ହଳ ଗଣ୍ଡା, ଗୋଟିଏ ଅଣ୍ଡିରା ଜିରାଫ୍ ପ୍ରାଣୀ ଉଦ୍ୟାନକୁ ଆସିବେ।ଦୀର୍ଘଦିନ ହେବ ନିଃସଙ୍ଗ ଜୀବନ ଯାପନ କରୁଥିବା ମାଇ ଜିରାଫ ଖୁସି କୁ […]

ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା

ବାରଙ୍ଗ,୨୮/୭(ଏସଏସନିୟୁଜ)ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ୮୦ ଜଣଙ୍କର ଆଣ୍ଟିିଜେନ ଟେଷ୍ଟ ଏବଂ ୨୦ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।ଆଣ୍ଟିିଜେନ ଟେଷ୍ଟର ସମସ୍ତ ରିପୋର୍ଟ ନେଗେଟିଭ ରହିଥିବାବେଳେ ଆରଟିପିସିଆର ଟେଷ୍ଟର ରିପୋର୍ଟ ଶୁକ୍ରବାର ଦିନ ଜଣାପଡ଼ିବ।ଏହି କାର୍ଯ୍ୟକ୍ରମରେ ଦାଢ଼ା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,ନୋଡାଲ ଅଧିକାରୀ ଜଗନ୍ନାଥ ମହାରଣା,ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮/୭(ଏସଏସନିୟୁଜ) କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ଦିନ ୧୧ ଟା ବେଳେ ତାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ ୟ କରୁଥିଲେ । ଆଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର ବିସ୍ତାର ପରେ କରାଯିବ ବୋଲି କୁହାଯାଇଛି ।

ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

ଗଞାମ,୨୮/୭(ଏସଏସନିୟୁଜ) ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ଗଞ୍ଜାମର ପୁରୁଷୋତ୍ତମରୁ ଥାନା ଅଧୀନ ପ୍ରତାପପୁର ଗ୍ରାମରୁ ଏଭଳି ବିଭତ୍ସ ଖବର ଆସିଛି । ପ୍ରକାସ ଯେ,ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ କବିସୂର‌୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ କୃଷ୍ଣଚନ୍ଦ୍ର […]