ଡଙ୍ଗାନେବା ସାଜିଲା କାଳ

ବାରଙ୍ଗ,୭/୮(ଏସଏସନିୟୁଜ) ଗାଧୋଇବା ସାଜିଥିଲା କାଳ ।ଡଙ୍ଗାନେଇ କାଠଯୋଡିରେ ଗୋଧୋଇବାକୁ ଯାଇଥିବା ୪ଜଣ ପିଲାଙ୍କ ମଧ୍ୟରୁ ଜୀବନ୍ତଅବସ୍ତାରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୋଟିଏ ମୃତଦେହ କୁ ମଧ୍ୟ ଦମକଳବାହିନୀ ଉଦ୍ଧାର କରିଛି ।ଏବେବିସୁଦ୍ଧା ଅନ୍ୟ ଜଣେ ନିଖୋଜ ଥିବାରୁ ଖୋଜାଖାଜି ଚାଲଥିବାର ଦେଖିବାକୁ ମିଳିଛି ।ତେବେ ଏହି ଛୋଟପିଲା ମାନେ ସ୍ଥାନୀୟ ପାଉରୁଟି କାରଖାନାରେ କାମକରୁଥିଲେ ।ଶନିବାରଦିନ କାଠଯୋଡିକୁ ଗାଧୋଇବାକୁ ଆସିଥିଲେ ।ନଦୀକୁଳରେ ଡଙ୍ଗା ଥୁଆ ହୋଇଥିବାର ଦେଖି ଡଙ୍ଗା ନେଇ ନଦୀକୁ ଯାଇଥିଲେ ।କିଛିବାଟ ଯିବାପରେ ଡଙ୍ଗାଟି ବୁଡିଯିବାରୁ ଏହି ଅଘଟଣ ଘଟିଥିଲା ।

Comments (0)
Add Comment