ଓଡ଼ିଶା ଫେରିଲେ ଦୂତୀ

ଭୁବନେଶ୍ୱର,୭/୮(ଏସଏସନିୟୁଜ) ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ ଯାତ୍ରା ସାରି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିବାପରେ ଶୁଭେଚ୍ଛୁ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବାସହ ଇଭେଣ୍ଟରୁ ସେ ବହୁତ କିଛି ଶିକ୍ଷାଲାଭ କରିଛନ୍ତି ବୋଲି କହିଛନ୍ତି ଦୁତୀ ।ତେବେ ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହେବା ସହ ଦେଶବାସୀଙ୍କୁ ନିରାଶ କରିଥିଲେ ।

Comments (0)
Add Comment