୧–ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ ।
୨-କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ପାଇଁ ୬୯୩.୩୫ କୋଟି ମଞ୍ଜୁରୀ .
୩-ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ।
୪–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର ଜମି ମାଗଣାରେ ଯୋଗାଇ ଦିଆଯିବ। ଓପିଏସସିର ଗୋଟିଏ ସଦସ୍ୟ ପାଇଁ ଅଞ୍ଜନ ମାଣିକଙ୍କ ନାମ ସୁପାରିସକୁ ମଞ୍ଜୁରୀ।
୫–ଓଡ଼ିଶା ଫାୟାର ସର୍ଭିସ ରୁଲରେ ସଂଶୋଧନ, ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି। ହୋମଗାର୍ଡଙ୍କ ମଧ୍ୟରୁ ୧୦ ପ୍ରତିଶତ ଅଗ୍ନିଶମ ବାହିନୀରେ ନିଯୁକ୍ତି ପାଇପାରିବେ।
୬–ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ। ୩୩୧କୋଟିର ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟକୁ କାମ ଦେବାକୁ ନିଷ୍ପତ୍ତି। ୧୮ ମାସରେ ପ୍ରକଳ୍ପ କାମ ସରିବ
୭–ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲାପାଳ; ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲାପାଳ। ସେହିପରି ସରୋଜ କୁମାର ସେଠୀ ହେଲେ ଢେଙ୍କାନାଳ ଜିଲାପାଳ
୮–ମାଲକାନଗିରି: ଟ୍ରାକ୍ଟର ଓଲଟି ୪ ମୃତ, ୧୯ ଆହତ। ଛତିଶଗଡ଼ ଦନ୍ତେୱାଡ଼ା ଜିଲା ତେଲାମ ଟାଟୁ ନିକଟରେ ଓଲଟିଲା ଟ୍ରାକ୍ଟର। ଆଦିବାସୀ ଦିବସରେ ଭାଗ ନେବାକୁ ଯାଉଥିବାବେଳେ ଅଘଟଣ।
୯–ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବିତର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ସାମୁଦ୍ରିକ ପଥ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ମାଧ୍ୟମ, ସୁରକ୍ଷା ନେଇ ଦେଲେ ୫ ମନ୍ତ୍ର ।
୧୦–ଆମ ସମୁଦ୍ରପଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଜୀବନ ରେଖା। ଭାରତ ଅନେକ ଦେଶକୁ ସାମୁଦ୍ରିକ ସୁରକ୍ଷା ତାଲିମ ଦେଇଛି।
୧୧–ଟୋକିଓରୁ ସ୍ବଦେଶ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା। ନୂଆଦିଲ୍ଲୀରେ ଅଲିମ୍ପିକ୍ସ ପଦକ ବଜେତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
୧୨–ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଉତ୍ସବର ମାହୋଲ। ପଦକ ବିଜେତାଙ୍କୁ ଦିଲ୍ଲୀରେ କରାଯିବ ଭବ୍ୟ ସ୍ବାଗତ। ଅଶୋକା ହୋଟେଲରେ ଆୟୋଜିତ ହୋଇଛି ସମ୍ବର୍ଦ୍ଧନା ଉତ୍ସବ।
୧୩–ପାର୍ବଣ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ ସହ ପୂଜା ଆୟୋଜନ ପାଇଁ କମିଟିଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।
୧୪-ପାର୍ବଣ ଋତୁ ପାଇଁ ଗାଇଡଲାଇନ୍: ବିନା ଭକ୍ତରେ ହେବ ପୂଜା, ମଣ୍ଡପରେ ୭ ଜଣରୁ ଅଧିକ କର୍ମକର୍ତ୍ତା ରହିବେନି ।
୧୫-ହାଇକୋର୍ଟରୁ ଲାଇଭ ଷ୍ଟ୍ରିମିଙ୍ଗ ବିବାଦ, ନିର୍ଦ୍ଧିଷ୍ଟ ମାମଲାର ସିଧା ପ୍ରସାରଣ ହେବାକୁ ନିଷ୍ପତି ।
୧୬-ଆଜି ହେବ ପ୍ରଧାନମନ୍ତ୍ରୀ ଉଜ୍ୱଳା ୨.୦ର ଶୁଭାରମ୍ଭ ।
୧୭-ରାଜ୍ୟସଭାରେ ଗୃହୀତ ହେଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍-୨୦୨୧, ଉଚ୍ଚ ଶିକ୍ଷାନୁଷ୍ଠାନରେ ମିଳିବ ସାମ୍ବିଧାନିକ ଆରକ୍ଷଣ ।
୧୮-ଭାବପ୍ରବଣ ମୁହୂର୍ତ୍ତ: ଦେଶକୁ ଫେରିବା ପରେ ପିତାମାତାଙ୍କୁ ସ୍ୱର୍ଣ୍ଣ ପଦକ ପିନ୍ଧାଇ ଦେଲେ ନିରଜ ।ଶୁଭ ସକାଳ,ସୁପ୍ରଭାତ