ଆଜିଠୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

 

ଭୁବନେଶ୍ୱର ୧୦/୮(ଏସ ଏସ ନିୟୁଜ)ଆଜିଠୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌।ଏହାସହ ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ

ତେବେ ପ୍ଲାନେଟୋରିୟମ୍ ସମସ୍ତ ସ୍ଥାନରେ ପ୍ରବେଶ ପଥରେ ଥର୍ମାଲ୍‌ ସ୍କ୍ରିନିଂ ପରିଦର୍ଶନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।ତେବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌  ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ । ଏହାକୁ ଦେଖିବା ପାଇଁ ଯେଉଁମାନେ ଆସିବେ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ସେହିଁଭଳିଭାବେ ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌, ବୁର୍ଲା ଓ ପଠାଣି ସାମନ୍ତ ସଂଗ୍ରହାଳୟ, ଖଣ୍ଡପଡ଼ା ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ବୋଲି ଜଣାପଡିଛି।

Comments (0)
Add Comment