ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ବର, ୧୧/୮(ଏସଏସନିୟୁଜ) ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବାନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିଲା । ତେଣୁ ତରବରିଆ ଭାବେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ସମୟ ଲାଗିବାରୁ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ସମୟ ଯାଚିକା ଦାଖଲ ହୋଇଥିଲା। ତେବେ ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ କୋର୍ଟ ଅନୁମତି ଦେଇଥିବାରୁ ପରିଷଦ ଏଦିଗରେ ପଦକ୍ଷେପ ନେଇଛି।

Comments (0)
Add Comment