ଯୁବତୀଙ୍କ ଉପରକୁ ଯୁବକଙ୍କ ଏସିଡ୍ ମାଡ଼

ଧଉଳି,୧୨/୮(ଏସଏସନିୟୁଜ) ଧଉଳି ଥାନା ବାଲିଆପଡା ଗାଁରେ ଏସିଡ ମାଡ଼ରେ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି ।ଘଟଣାପରେ ଯୁବକ ଫେରାର ହୋଇଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ପରିବାର ଲୋକଙ୍କୁ ନ ଜଣାଇ ପ୍ରାୟ ବର୍ଷକ ତଳେ ଉକ୍ତ ଯୁବକ ଓ ଯୁବତୀ କୋର୍ଟ ମ୍ୟାରେଜ୍ କରି ନିଜ ନିଜ ଘରେ ରହୁଥିଲେ।ଯୁବତୀଜଣକ ଶାଶୁଘରକୁ ଯିବା ଲାଗି ଯୁବକଙ୍କ ଉପରେ ସବୁବେଳେ ଚାପ ପକାଉଥିବାରୁ ଯୁବତୀଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟେଇବା ଲାଗି ଧଉଳିକୁ ଡାକି ଯୁବକଜଣଙ୍କ ଏପରି କରିଛି ବୋଲି ପୋଲିସ କହିବାସହ ପୁଲିସ୍ ତଦନ୍ତ ଜାରି ରଖିଛି ।

Comments (0)
Add Comment