Browsing category

ମହାନଗର

ସ୍ୱର ବଦଳାଇଲେ ଯୋଗଗୁରୁ ବାବା ରାମଦେବ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ସ୍ୱର ବଦଳାଇଛନ୍ତି ଯୋଗଗୁରୁ ବାବା ରାମଦେବ । ଏଲୋପାଥି ଚିକିତ୍ସା ଓ ଡାକ୍ତରମାନଙ୍କ ବିରୋଧରେ ବିଷଓକାଳିଥିବା ବେଳେ କରୋନାଟିକା ସପକ୍ଷରେ ବୟାନ ଦେଇଛନ୍ତି ।ଯୋଗ ଓ ଆୟୁର୍ବେଦ ଦ୍ୱାରା ନିଜକୁ କରୋନା ଭାଇରସରୁ ସୁରକ୍ଷିତ ରଖିଥିବା ରାମଦେବ କହୁଥିଲେ।ହେଲେ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ ଦେବଦୂତ ଭାବେ ବର୍ଣ୍ଣନା କରିଛନ୍ତି । ରାମଦେବ କରୋନା ଟିକା ନେବେ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ମାଗଣା ଟିକାର ବ୍ୟବସ୍ଥା […]

ପଶ୍ଚିମ ଓଡିଶା ପାଇଁ ୨୫ କୋଟି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।ଏହି ଅର୍ଥ ଦ୍ବାରା […]

ପ୍ରବଳ ବର୍ଷାକୁ ନେଇରେଡ୍ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଆସନ୍ତାକାଲି ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୋଳ ଆଦି୬ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗବିଭାଗ । ଆଜି ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ସମେତ୧୧ଟିଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ମଧ୍ୟ କରିଛି ପାଣିପାଗ ବିଭାଗ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚାଲିଥିବା ଛକାପଞ୍ଝା ତୀବ୍ର ହେବାରେ ଲାଗିଛି। ଗୁରୁବାର ଠାରୁ ଦିଲ୍ଲୀରେ ଡେରା ପକାଇ ବସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି।.ଗତକାଲି ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ବୈଠକ କରିଥିଲେ। ଆଜି ମଧ୍ୟାହ୍ନରେ ଯୋଗୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ପହଞ୍ଚଥିଲେ। ଏହାପରେ ଉଭୟ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ […]

ମା ହେବ ରାକ୍ଷୀ

ବାରଙ୍ଗ,୧୦/୬(ଏସଏସନିୟୁଜ) ମା ହେବ ରାକ୍ଷୀ ।ରାକ୍ଷୀ ହେଉଛି ନନ୍ଦନକାନନର ସିମ୍ପାଜି ପରିବାରର ଅନ୍ୟତମ ଆକର୍ଷକ ସିମ୍ପାଜି । କରୋନା ସମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସିମ୍ପାଜି ସଂଖ୍ୟା ବଢିବ । ସିମ୍ପାଜି ରାକ୍ଷୀ ଏବେ ଗର୍ଭବତି । ଜନ୍ମ ଦେବାକୁ ଯାଉଛି ତାର ପ୍ରଥମ ଗର୍ଭସ୍ଥ ଶାବକ, ଏନେଇ ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ସଜାଗ ହୋଇପଡିଥିବାବେଳେ ନୂଆ ସଦସ୍ୟ ଆଗମନକୁ ସମସ୍ତେ ଅପେକ୍ଷା କରିରହିଛନ୍ତି। ପ୍ରସବ ସମୟ ଆଉ କିଛିଦିନ ଥିବାରୁ ଏବେଠାରୁ ନନ୍ଦନକାନନ ଜନ୍ତୁ ବିଭାଗ ପକ୍ଷରୁ ରାକ୍ଷୀ […]

ବାପା ଯିବାର ୧୫ଦିନପରେ ପୁଅ ଚାଲିଗଲେ

ବାରଙ୍ଗ୧୦/୬(ଏସଏସନିୟୁଜ) ନନ୍ଦନକାନନ ଥାନା ଅଧିନସ୍ଥ କେନ୍ଦୁପାଟଣା ଗ୍ରାମରେ ବୃଦ୍ଧ ବାପାଙ୍କ ମୃତ୍ୟୁର ୧୫ ଦିନରେ ୪୬ବର୍ଷବୟସ୍କ ପୁଅ କୈଳାସ ବେଉରାଙ୍କ ଗୁରୁବାର ହୃଦଘାତରେ ପରଲୋକ ଘଟିଛି।ସେ ସକାଳୁ କେନାଲରୁ ଶୈଚହୋଇ ଘରକୁ ଆସିଥିଲା।ଘରେ ଛିଡାହେବା ଅବସ୍ଥାରେ ହଠାତ୍ ପଡିଯିବାରୁ ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ୬ନମ୍ବର ଡାକ୍ତରଖାନାକୁ ନେଇଥିଲେ।ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।ମୃତ କୈଳାସ ବଟାନୀକାଲ ଗାର୍ଡେରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ବଟାନୀକାଲ ଗାର୍ଡେନ ଓ ସ୍ଥାନୀୟ […]

ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ

➡️୧-ଏଥର ମଧ୍ୟ ଭକ୍ତଶୁନ୍ୟ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଟିକାର ଦୁଇଟି ଡୋଜ୍ ନେଇଥିବା ସେବାୟତ ହେବେ ସାମିଲ, ପୁରୀ ଛଡା ଅନ୍ୟ ସ୍ଥାନରେ କେବଳ ନୀତିକାନ୍ତି ପାଇଁ ଅନୁମତି । ଅନ୍ୟ ମନ୍ଦିର ର ସେବାୟତ ଆଣିଲେ ଆପତ୍ତି । ➡️୨-ମୌସୁମୀ ବର୍ଷା ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା। ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା […]

ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ,ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ବାଙ୍କୀ,୧୦/୬(ଏସ ଏସ ନିୟୁଜ)ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗ୍ରାମରୁ ଏକ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।ଖରା ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବା ବହୁବାର ଦେଖିବାକୁ ମିଳିଛି।ସୂଚନାନୁସାରେ ଗୁରୁବାର ଅପରାହ୍ନ ୪ ସମୟରେ ଗୋଟିଏ ୨ ବର୍ଷର ଅଣ୍ଡିରା ହରିଣଟି ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଭଗିପୁର ଗ୍ରାମ ମଧ୍ୟରେ ଫସି ଯାଇଥିଲା।ଏହା ଦେଖି ଗ୍ରାମର କିଛି ଲୋକ ହରିଣ ଟିକୁ ଉଦ୍ଧାର କରି ବନବିଭାଗ […]

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର,୧୦/୬(ଏସଏସନିୟୁଜ)ଭେଣ୍ଟିଲେଟର ରୁ ବାହାରିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଏପ୍ରିଲ୍ ୨୦ରେ କୋଭିଡ୍ ଦ୍ୱାରା ଆକାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ପ୍ରଦୀପ୍ତ ନାଏକ ଭେଣ୍ଟିଲେଟରରୁ ବାହାରି ଆଇସିୟୁରେ ଅଛନ୍ତି । ଆସନ୍ତା ୨ରୁ ୩ ଦିନ ଭିତରେ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରଣ ହେବେ । ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ହେଉଥିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଭୁବନେଶ୍ୱର ଏମ୍‌ସରେ ଲାଗିବ ୨ଟି ଇକ୍‌ମୋ ମେସିନ। ପ୍ରଥମ ଇକ୍‌ମୋ ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ। ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନଟି କାର‌୍ୟ୍ୟକ୍ଷମ ହେବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍‌ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ତେବେ ଇକମୋ ମେସିନ୍ ଲାଗିଲେ […]