ଅଜଣା ଗାଡ଼ି ଧକ୍କାରେ ନାବାଳକ ମୃତ
ବାରଙ୍ଗ,୬/୪(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ଅଧିନସ୍ଥ କାଳୁଆଶୁଣି ମନ୍ଦିର ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକର ଶୋଚନୀୟ ମୃତ୍ୟ ଘଟିଛି।ସୂଚନା ମୁତାବକ ନାବାଳକ ଜଣକ ରାତି ୯ ଘଟିକା ସମୟରେ ନିକଟସ୍ଥ କାଳୁଆଶୁଣି ମନ୍ଦିରରୁ ପୂଜା ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇଥିଲା।ଫଳରେ ନାବାଳକ ଜଣକ ଗୁରୁତର ଆହତ ହୋଇଥିଲେ।ଧକ୍କା ଦେଇଥିବା ବାଇକ ଚାଳକ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ସୂଚନା […]