ଜବତ ହେଲା ୬ ବସ୍ତା ଭାଙ୍ଗ
ବାରଙ୍ଗ,୨୩/୨(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତର ବେଣାଗାଡିଆ ଗ୍ରାମରୁ ନନ୍ଦନକାନନ ଥାନା ପୋଲିସ ୬ ବସ୍ତା ଭାଙ୍ଗ ଜବତ କରିଛି।ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି।ଜବତ ଭାଙ୍ଗର ଆନୁମାନିକ ଓଜନ ଅଢେଇ କ୍ଵିଣ୍ଟାଲ ହେବ ବୋଲି ପୋଲିସ ଅନୁମାନ କରୁଛି।ପ୍ରକାଶ ଯେ ଉକ୍ତ ଗ୍ରାମର କାଳନ୍ଦି ବେହେରା ଦୀର୍ଘ ଦିନ ହେବ ନିଜ ଘରେ ଭାଙ୍ଗ ବିକ୍ରି କରିଆସୁଥିଲା।ବିଶେଷ ସୂତ୍ରରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ବୁଧବାର ଅଚାନକ ତାଙ୍କ ଘରେ ଚଢ଼ାଉ କରିଥିଲା।ପୋଲିସ କୁ ଦେଖି […]