ମୁହଁ ଖୋଲିଲେ ବିବନବିଶ୍ଵାଳଙ୍କ ପତ୍ନୀ ଗୀତାଞ୍ଜଳି

ବାରଙ୍ଗ,୨୩/୨(ଏସଏସନିୟୁଜ) ୨୨ବର୍ଷ ତଳେ ବାରଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ କମିସିନେରେଟ ପୋଲିସ ହାତରେ ଧରାପଡିବା ପରେ ମୁହଁ ଖୋଲିଲେ ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ଵାଳ। ପୋଲିସ କମିଶନର ଯାହା କହିଛନ୍ତି ତାହା ମିଛ। ୨୨ ବର୍ଷରୁ ସେ ଘରକୁ ଆସିନାହାନ୍ତି। ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା। କିଛି ପଇସା ପତ୍ର କାରବାର ହୋଇନାହିଁ। ମୋ ଶଶୁର ପୂଣ୍ଣ ବିଶ୍ୱାଳଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିବା ପାଇଁ ଆବେଦନ କରିଥିଲୁ ।ବଡ ପୁଅ ସୋନୁ ବିଶ୍ୱାଲ ସାନ ପୁଅ ବାବୁନ ବିଶ୍ୱାଳ ଅଷ୍ଟମ ଓ ନବମ ପର୍ଯ୍ୟନ୍ତ ପାଠ ବହୁ କଷ୍ଟରେ ପଢାଉଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଗୀତାଞ୍ଜଳି ।

Comments (0)
Add Comment