ରାସ୍ତାରେ ବସିଲେ ଗ୍ରାମବାସୀ

ଜଟଣୀ,୨୩/୨(ଏସଏସନିୟୁଜ) ରାସ୍ତାରେ ବସିଲେ ଗ୍ରାମାବସୀ ।ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକକୁ ଆର୍ଥିକ ସହାୟତା ସହ ରାସ୍ତାରେ ହମ୍ପ୍ସ ହେବ ଦବୀରେ ଜଟଣୀ-ଭୂବନେଶ୍ୱର ମୂଖ୍ୟରାସ୍ତାର ଷଣ୍ଢପୁରଠାରେ ମଙ୍ଗଳବାର ଦିନ ଗ୍ରାମାବସୀମାନେ ରାସ୍ତା ଅବରୋଧ କରିଥିଲେ ।
ପ୍ରକାଶ ଯେ ,ଗୁଣ୍ଡୁରୀ ସ୍ୱାଇଁ ସାଇକେଲ ଯୋଗେ ଜଟଣୀ ଯାଉଥିଲେ। ଏହି ସମୟରେ ବାଇକନେଇ ଆସୁଥିବା କୁଦିଆରୀ ଅଞ୍ଚଳର ଜଣେ ଯୁବକ ସାଇକେଲ ସହିତ ଧକ୍କା ଦେଇଥିଲା । ଫଳରେ ଗୁଣ୍ଡୁରୀଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହିତ ଗୁରୁତର ହୋଇଥିଲେ ।ଗ୍ରାମବାସୀମାନେ ଗୁଣ୍ଡୁରୀକୁ ଚିକିତ୍ସାପାଇଁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ,କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଜଟଣୀ-ଭୂବନେଶ୍ୱର ମୂଖ୍ୟରାସ୍ତାର ଷଣ୍ଢପୁରଠାରେ ରାସ୍ତାରୋକ କରିଥିଲେ ।ଗୁରୁତର ଆହତ ଯୁବକକୁ ଆର୍ଥିକ ସହାୟତା ସହ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ୍ ନିର୍ମାଣଲାଗି ଦାବି କରି ବସିଥିଲେ । ଜଟଣୀ ପୋଲିସ ଖବର ପାଇ ଆସି ଉତ୍ୟକ୍ତ ଲୋକମାନଙ୍କୁ ବୁଜାସୁଜା କରିଥିଲେ ।

 

Comments (0)
Add Comment