Browsing category

ମହାନଗର

ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ

ଭୁବନେଶ୍ବର,୨୯/୧(ଏସଏସନିୟୁଜ) ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି।ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି।

ଦିଲ୍ଲୀରେ ବିସ୍ଫୋରଣ

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଇସ୍ରାଏଲ ଦୂତାବାସ ନିକଟରେ ଆଜି ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ୩ଟି ଦମକଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ବିସ୍ଫୋରଣରେ ମୃତାହତର କୌଣସି ସୂଚନା ମିଳିପାରି ନାହିଁ । ବିସ୍ଫୋରଣ ଛୋଟ ଧରଣର ହୋଇଥିବା ନେଇ ସ୍ପଷ୍ଟ କରିଛି ଦିଲ୍ଲୀ ପୋଲିସ । ଘଟଣାସ୍ଥଳରେ ସ୍ଫେଶାଲ ସେଲର ଏକ ଟିମ୍ […]

ବଦଳିବ ଭୁବନେଶ୍ବର-ପଲାସାର ସମୟ

ଭୁବନେଶ୍ବର,୨୯/୧(ଏସଏସନିୟୁଜ)ଫେବ୍ରୁଆରି ୧ରୁ ବଦଳିବ ଭୁବନେଶ୍ବର-ପଲାସା ଏକ୍ସପ୍ରେସ୍‌ର ସମୟ । ସଂଧ୍ୟା ୬ଟା ୧୦ ପରିବର୍ତ୍ତେ ୬ଟା ୩୫ରେ ଭୁବନେଶ୍ବର ଛାଡ଼ିବ ଟ୍ରେନ୍‌। ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୫ରେ ପଲାସାରେ ପହଞ୍ଚିବ ଟ୍ରେନ୍‌। ବିଭିନ୍ନ ଷ୍ଟେସନରେ ଏହି ଟ୍ରେନ୍ ଚଳାଚଳର ସମୟ ମଧ୍ୟ ବଦଳିବ। ପଲାସା-ଭୁବନେଶ୍ବର ଟ୍ରେନ୍‌ର ଚଳାଚଳ ସମୟ ଅପରିବର୍ତ୍ତିତ ରହିବ ବୋଲି ଜଣାପଡିଛି ।

ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ,୨୯/୧(ଏସଏସନିୟୁଜ) ପୁରୀରେ ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଓ ଅଫିସ୍ ସମେତ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଫ୍ରେଣ୍ଡ୍‌ସ କ୍ଲବରେ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡ଼ାରେ ପୈତୃକ ଘରେ ଚଢ଼ାଉ ଚାଲିଥିବାର ଜଣାପଡିଛି ।

ବସ୍ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ,୨୯/୧(ଏସଏସନିୟୁଜ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନମ୍ବର ଜାତୀୟ ରାଜପଥ ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସ୍‌ଟି କଟକରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଚାଉଳିଆଗଞ୍ଜରେ ଦୋକାନ ବଜାର ବନ୍ଦ

କଟକ୨୯/୧(ଏସଏସନିୟୁଜ)ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରୁନି। କେନ୍ଦ୍ରାଞ୍ଚଳ ଆରଡିସିଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଗତକାଲି କୌଣସି ନିଷ୍କର୍ସ ବାହାରି ପାରି ନ ଥିବା ବେଳେ ଆଜି ଚାଉଳିଆଗଞ୍ଜ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଆଜି ସକାଳୁ ଚାଉଳିଆଗଞ୍ଜର ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

କଳାହାଣ୍ଡିର ନୂଆ ପରିଚୟ ବଜାସାଲ ନୃତ୍ୟ

କଳାହାଣ୍ଡି,୨୮/୧(ଏସଏସନିୟୁଜ)ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ନୃତ୍ୟ ପ୍ରଦର୍ଶନ କରି ସାରା ଦେଶକୁ ଚମକାଇ ଦେଇଥିବା କଳାହାଣ୍ଡିର ‘ବଜାସାଲ’ ନୃତ୍ୟ । ଏହି କଳାକାରଙ୍କୁ ଭେଟି ଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନୃତ୍ୟ କଳାହାଣ୍ଡି ଜିଲ୍ଲାକୁ ଦେଶବାସୀଙ୍କ ଆଗରେ ଏକ ନୂଆ ପରିଚୟ ଦେଇଛି। ଓଡ଼ିଶାକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିବା ଆମ ରାଜ୍ୟର ଏହି କଳାକାରଙ୍କୁ ଉତ୍ସାହିତ କରିବାକୁ ଏହି ଫଟୋଗୁଡ଼ିକୁ ଏତେ ମାତ୍ରାରେ ଲାଇକ୍ ଓ ସେୟାର କରନ୍ତୁ ଯେ, ସମସ୍ତେ ଜାଣନ୍ତୁ […]

ବରଫ ଭିତରେ ତ୍ରିରଙ୍ଗା

ଭୁବନେଶ୍ବର,୨୮/୧(ସତ୍ୟସନ୍ଧାନ ଡେସ୍କ)ଆକାଶରୁ ପୁଷ୍ପବୃଷ୍ଟି ନୁହେଁ, ହେଉଛି ତୁଷାର ବୃଷ୍ଟି। ଆଉ ତାଆରି ଭିତରେ ମୁଣ୍ଡଟେକି ସଗର୍ବେ ଉଡୁଛି ସ୍ୱାଧୀନ ଭାରତର ଜାତୀୟ ପତାକା। ବାଃ, ଏ ଦୃଶ୍ୟ ଦେଖି ଆଜି କୋଟି କୋଟି ଭାରତୀୟଙ୍କ ହୃଦୟରେ ଜାତ ହୋଇଛି ପ୍ରଗାଢ ଦେଶପ୍ରେମ। ଦେଶପ୍ରେମର ପ୍ରମାଣ ଦେଉଛି ଏହି ଫଟୋ ।ସେହିଭଳି ସେହିଭଳିଭାବେ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଠାରେ ଏହି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଛନ୍ତି ଛାତ୍ରଛାତ୍ରୀ। […]

ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ

୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ । ୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍‌ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ । ୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା । ୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ […]

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୭/୧( ଏସ ଏସ ନିୟୁଜ)ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।ଆୟ   ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଦ କରିଥିବା ବେଳେ ଅଫିସ  ସହ ୩ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ;।ଯନ୍ତ୍ରୀଙ୍କ ଖଣ୍ଡଗିରିସ୍ଥିତ ହାଉସିଂବୋର୍ଡ କଲୋନୀ ଘରେ ଓ  କାକଟପୁର ନିକଟ ଶ୍ରୀଚନ୍ଦନପୁର ଗାଁର ପୈତୃକ ଘରେ ରେଡ୍ କରାଯାଇଥିବାର ଜଣାପଡିଛି।