ଲୋୟର ପିଏମଜିରେ ଆମରଣ ଅନଶ କରୁଛନ୍ତି ଯାତ୍ରା କଳାକାର

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଆଜି ଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶରେ କରୁଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ କଳାକାର ସଂଘ ଆମରଣ ଅନଶନ ଓ ଗଣଧାରଣା ଦେଉଥିବା ଖବର ମିଳିଛି। ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ଦିଆଯାଇଥିଲା, ମାତ୍ର ଏବେ ଅତିକମରେ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ବୋଲି ସୂଚନା ମିଳିଛି।

Comments (0)
Add Comment