ଯୋରନ୍ଦା ମାଘମେଳା ପାଇଁ କଟକଣା ଲଗାଇଲା ଜିଲ୍ଲାପ୍ରଶାସନ

ଢେଙ୍କାନାଳ,୨୧/୨(ଏସଏସନିୟୁଜ)ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦାମାଘମେଳା ଫ୍ରେବୁୟାରୀ ୨୫ରୁ୨୭ତାରିଖ ପର୍ଯୂନ୍ତ ଅନୁଷ୍ଠିତ ହେବାକୁ ଯାଉଚି ।କିନ୍ତୁ ବର୍ତମାନ ବିଭିଣ୭ ରାଜ୍ୟରେ କରାନୋ ସଂକ୍‌ାରମଣ ବଢୁଥିବା ଯୋଗୁ ଏବଂ ନୁଆ କରୋନାଷ୍ଟ୍ରେନ୍ ପ୍ରଭାବରେ ଏହି ଯୋଗରନ୍ଦା ମେଳାରେ ବହୁ ଲୋକଙ୍କ ସମାରମ ହେଲେ ଆମ ଜିିଲ୍ଲାରେ କରୋନା ବ୍ୟାପୀବାର ସମ୍ବାବନା ରହିଛିା ତେଣୁ କରୋନା ନୀୟମକୁ ଅନୁସରଣ କରି କରୋନା ସଂକ୍ରାମଣକୁ ରୋକିବା ପାଇଁ କେବଳ ଯୋରନ୍ଦା ମେଳାର ରୀତିନୀତି ପାଳନ କରାଯାଇ ସିମିତ ସଂଖ୍ୟକ ସାଧୁସନ୍ଥଙ୍କୁ ନେଇ ଏବର୍ଷ ଯୋରନ୍ଦାମେଳା ପାଳନ କାରଯିବ ।ଯୋରନ୍ଦାମାଘମେଳାକୁ କେବଳ ଢେଙ୍କାନାଳ ଜିଲ୍ଲାର କରୋନା ନେଗେଟିଭ ରିପୋର୍ଟ ନେଇ ଆସିଥିବା ସାଧୁସନ୍ଥମାନଙ୍କୁ ଅନୁମତି ଦିଆଯିବ । ଜି୍‌ଲ୍ଲା ଓ ରାଜ୍ୟବାହାରୁ ସାଧୁସନ୍ଥ ମାନେ ଆସିବାକୁ ବାରଣ କରାଯାଇଛି ।ଏବର୍ଷ ପୁର୍ବବର୍ଷଭଳି ଯୋରନ୍ଦାମେଳାକୁ ଆସିବାକୁ ଜନସାଧାରଣଙ୍କୁ ବାରଣ କରାଯାଇଛି ।ଗାଦିମନ୍ଦିର ଝାଡ ଜାଳିବା ସମୟରେ ସାମାଜିକ ଦୁରତା ପାଳନ କରି ମନ୍ଦିର ମଧ୍ୟକୁ ଥରକେ ସର୍ବାଧିକ ୫୦ଜଣଙ୍କୁ ୧୦ମିନଟପାଇଁ ମନ୍ଦିର ବେଢା ଭିତରେ ରହିବାପାଇଁ ଅନୁମତି ଦିଆଯିବ ଏବଂ ସେମାନେ ପ୍ରସ୍ତାନ କଲାପରେ ଆଉ ୫୦ଜଣଙ୍କୁ ଭିତରକୁ ଛଡାଯିବ ।ଏହିପରି ନେଗେଟିଭ ରିପୋର୍ଟଆଣିଥିବା ସାଧୁସନ୍ଥମାନଙ୍କୁ ମେଳାକୁ ଆସିବାକୁ ଅନୁମତି ଦିଆଯିବ ।ସମସ୍ତ ସାଧୁସନ୍ଥମାନେ ମାସ୍କ ପିନ୍ଧି ନେଗେଟିଭ ରିପୋର୍ଟଦେଖାଇ ସାମାଜିକ ଦୁରତ୍ୱ ପାଳନ କରି ଯୋରନ୍ଦାମେଳା ପରିସରକୁ ପ୍ରବେଶ କରି ପାରିବେ ।
ତେଣୁ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶଚନ୍ଦ୍ରବେହେରା ଜିଲ୍ଲାର ବୃହତର ସ୍ୱାର୍ଥଦୃଷ୍ଟିରୁ ସର୍ବସାଧାରଣ, ଜିଲ୍ଲାବାହାରୁ ଆସୁଥିବା ସାଧୁସନ୍ଥମାନେ ଏବର୍ଷ ଯୋରନ୍ଦାମେଳାକୁ ନଆସି ନିଜେ କରୋନାରୁ ମୁକ୍ତ ରହିବା ସହିତ ଅନ୍ୟମାନଙ୍କୁ କରୋନା ମୁକ୍ତ ରଖିବାକୁ ନିବେଦନ କରିଛନ୍ତି ।ଏଥିନିମନ୍ତେ ସେ ସମସ୍ତଙ୍କ ସହେଯାଗ କାମନା କରିଛନ୍ତି ।

Comments (0)
Add Comment