ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା, ଯନ୍ତ୍ରୀଙ୍କ ଗଲା ଚାକିରି
ଭୁବନେଶ୍ବର,୨୦ା୨(ସତ୍ୟସନ୍ଧାନ ଡେସ୍କ)ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନସାରା ମୃତକ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ରାତିରେ ମୁଖ୍ୟମନ୍ତ୍ରୀ ସର୍କିଟହାଉସରେ ରହିଥିଲେ । ମୁଖ୍ୟମନ୍ତ୍ରୀ ରାତି ୧୨ଟା ସମୟରେ ଶୋଇବାକୁ ଯିବା ପରେ ମଶାଦାଉରେ […]