କେବେ ମାଙ୍କଡ କବଳରୁ ମିଳିବ ମୁକ୍ତି ?

ବାରଙ୍ଗ,୨୦/୨(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନରେ ମାଙ୍କଡଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ମାଙ୍କଡ଼ ଆକ୍ରମଣରେ ଶନିବାର ଜଣେ ବୃଦ୍ଧ ଆହତ ହୋଇଛନ୍ତି।ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶନିବାର ଦିନ ବାଲେଶ୍ଵର ରୁ ବନମାଳୀ ସେନାପତି(୭୯) ନିଜ ପୁଅ,ବୋହୂ ଓ ନତୁଣୀଙ୍କ ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲି ସାରି ଫେରୁଥିବା ସମୟରେ ମୁଖ୍ୟ ଫାଟକ ନିକଟରେ ତାଙ୍କ ଡାହାଣ ହାତକୁ ଏକ ମାଙ୍କଡ କାମୁଡି କ୍ଷତାକ୍ତ କରିପକାଇଥିଲା।ଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା।ଏହାଦେଖି ଉପସ୍ଥିତ କର୍ମଚାରୀ ଙ୍କ ସହାୟତାରେ ବୃଦ୍ଧଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ନିଜ ବୃଦ୍ଧ ଜଣକ ନିଜ ପରିବାର ସହ ଘରକୁ ଫେରିଥିଲେ।ନନ୍ଦନକାନନ ପରିସରରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷ ମାଙ୍କଡମାନଙ୍କ କବଳରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ନ ଦେଇ ପାରିବା ଘଟଣାକୁ ପର୍ଯ୍ୟଟକ ମାନେ ନିନ୍ଦା କରିଛନ୍ତି।

Comments (0)
Add Comment