Browsing category

ମହାନଗର

ବ୍ରାଉନସୁଗାର ବିକି ଧରାହେଲେ ଯୁବକ

ଜଟଣୀ,୪ା୮(ଏସଏସନିଉଜ)ଜଟଣୀଥାନାର ଏସ.ଆଇ ଅରୂପାନନ୍ଦ ନାୟକଙ୍କ ରିପୋର୍ଟ ଆଧାରରେ୩୫୨/୨୫କଶେନଂରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ ରାଜାବଜାରର ଗୋପାଳକୃଷ୍ଣ ଗୌଡା ଓରଫ ଟୁକୁନାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୦୭:୩୦ ସମୟରେ, ଅଭିଯୁକ୍ତ ଟୁକୁନା, ହରିଭାଇନାଛକ ବସଷ୍ଟାଣ୍ଡ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବାର ବିଶ୍ୱସ୍ତ ସୂଚନାମିଳିଥିଲା। ଏସଆଇ ଶ୍ରୀନାୟକଙ୍କ ନେତୃତ୍ୱରେ ଏକ ପୋଲିସଟୀମ୍ ଗଠନ କରାଯାଇଥିଲା ଏବଂ ପ୍ରାୟ ୦୮:୧୦ […]

ମହିଳାଙ୍କୁ ମାଡମାରି କାନଫୁଲ ଛଡାଇନେଲେ

ଜଟଣୀ,୪ା୮(ଏସଏସନିଉଜ)ଅଭିଯୋଗକାରିଣୀଙ୍କ ଲିଖିତ ରିପୋର୍ଟ ଆଧାରରେ ୩୫୧/ନଂରେ ଏକ ମାମଲା ଜଟଣୀଥାନାପୋଲିସ ରୁଜୁ ରୁଜୁକରି ତଦନ୍ତ ଆରମ୍ଭ କରିଥିଲାାତଦନ୍ତ ସମୟରେ, ଅଭିଯୁକ୍ତ ଆଲୋକ କୁମାର ମହାନ୍ତି ଓରଫ ଜାପୁଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ କାଲି ୩ତାରିଖ ଦିନ ପ୍ରାୟ ୫ଟା ସମୟରେ, ଅଭିଯୁକ୍ତ ଆଲୋକ କୁମାର ମହାନ୍ତି ଓରଫ ଜାପୁ ତାଙ୍କ ସହଯୋଗୀ ଅଖିମ ମହାନ୍ତିଙ୍କ ସହିତ ବେଆଇନ ଭାବରେ ଅଭିଯୋଗକାରିଣୀଙ୍କ ଘରେ ପ୍ରବେଶ କରିଥିଲେ, ତାଙ୍କୁ ଅଶ୍ଳୀଳ […]

ମୋବାଇଲଫୋନ ପାଇଁ ଆକ୍ରମଣ

ଜଟଣୀ,୪ା୮(ଏସଏସନିଉଜ)ଅଭିଯୋଗକାରିଣୀଙ୍କ ଲିଖିତ ରିପୋର୍ଟ ଆଧାରରେ ୩୪୮/୨୫କେଶନଂରେ ଏକ ମାମଲା ରୁଜୁକରାଯାଇ ଜଟଣୀ ଥାନାପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ ବିନାୟକ ସୌମ୍ୟରଞ୍ଜନ ମହାଲା ଓରଫ ସିଲୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାରଦିନ ପ୍ରାୟ ୪ଟାସମୟରେ, ଅଭିଯୋଗକାରୀ ତାଙ୍କ ସ୍ୱାମୀଙ୍କ ସହିତ ଏକ ବିୟରବାର୍ ସାମ୍ନାରେ ପଡ଼ିଥିବା ଏକ ମୋବାଇଲ୍ ଫୋନ୍ ଉଠାଇ ଘରକୁ ନେଇଯାଇଥିଲେ। ସିସିଟିଭିଫୁଟେଜ୍ ଆଧାରରେ ପରଦିନ ଉକ୍ତ ଫୋନଟିକୁ ପିଣ୍ଟୁନାମକ ବାରର […]

ଏକତରଫା ପ୍ରେମ ନେଲା ଜୀବନ

ଜଟଣୀ,୧।୭(ଏସଏସନିଉଜ)ନାବାଳିକା ସହ ପ୍ରଥମେ ବନ୍ଧୁତା ଓ ସମୟଦେଖି କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲଫୋନରେ ସଂଗ୍ରହ କରିନେଇଥିଲେ।ବାହାହେବା ପ୍ରସ୍ତାବକୁ ନାବାଳିକା ପ୍ରତ୍ୟାଖ୍ୟାନ କରିବା ପରେ ଭାଇରାଲ ପାଇଁ ଧମକ ଦେଇଥିଲେ।ମାନସିକ ଦୁଶ୍ଚିନ୍ତାରେ ନାବାଳିକା ବିଷପାନ କରି ଜୀବନ ଯୁଦ୍ଧରେ ହରିଯାଇଥିଲେ।ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟଯେ, ମୃତା ନାବାଳିକା ଜଣକ ପରିବାର ସହ ଜଟଣୀଥାନା ଅଞ୍ଚଳରେ ରହୁଥିବା ବେଳେ, ନିମ୍ନୋକ୍ତ ଏସକେ ଆସିଫଙ୍କ ସହ […]

ଚକୁଳିଆ ପଣ୍ଡା ବେଶରେ ଗୀତ ବୋଲିଲେ

ମେଣ୍ଢାଶାଳ,୩୧।୭(ଏସଏସନିଉଜ)ଭୁବନେଶ୍ୱର ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଜନସାଧାରଣ ବଜ୍ରପାତରୁ ସୁରକ୍ଷା ପାଇବାପାଇଁ ଚକୁଳିଆ ପଣ୍ଡାଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଗୁରୁବାରଦିନ ମେଣ୍ଢାଶାଳ ପଞ୍ଚାୟତରେ ଆରମ୍ଭ କରାଯାଇଛି।ଚକୁଳିଆ ପଣ୍ଡା ସେମାନଙ୍କ ଗୀତ ମାଧ୍ୟମରେ ମେଣ୍ଢାଶାଳ ଗ୍ରାମ ଓ ବଜାରରେ ଗ୍ରାମବାସୀ ଓ ଦୋକାନୀମାନଙ୍କ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସରଂପଚ କୌଶଲ୍ୟା ବଳିଆର ସିଂହ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଦିପ୍ତିମୟୀ ନାୟକ ପରିଚାଳନା କରିଥିଲେ।ଚଳିତବର୍ଷ ବର୍ଷାଋତୁରେ ମେଣ୍ଢାଶାଳ ଗାଆଁରେ ଘଟି ଦୁଇଟି ନଡିଆଗଛ ଓ ଏକ ଚାଳଘର ଉପରକୁ […]

ବାରଙ୍ଗ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର

କଟକ,୩୧। ୭(ଏସଏସନିଉଜ) ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ଦିନ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଫାଣ୍ଡି ପୁଲିସ। ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳି ପାରିନାହିଁ। ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି […]

ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା

କେନ୍ଦ୍ରା‌ପଡ଼ା,୩୧।୭(ଏସଏସନିଉଜ) କୁମ୍ଭୀର ପ୍ରଜନନ ପାଇଁ ତିନି ମାସ ବନ୍ଦ ଥିବା ଭିତରକନିକା ଜାତୀୟଉଦ୍ୟାନ ଆସନ୍ତାକାଲି ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି। କୁମ୍ଭୀର ପ୍ରଜନନରେ କୌଣସି ବାଧାରେ ଯେଭଳି ସୃଷ୍ଟି ନହେବ ସେଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମେ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ବର,୩୦ା୭(ଏସଏସନିଉଜ) OAS ଅଧିକାରୀଙ୍କ ନାଁରେ ମହିଳାଥାନାର ଦ୍ବାରସ୍ଥ ହେଲେ ପତ୍ନୀାOSDMA ଡିଜିଏମ୍‌ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଆଣିଲେ ଅଭିଯୋଗାପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଅଭିଯୋଗାନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା ପତ୍ନୀଙ୍କ ଅଭିଯୋଗାହସ୍ପିଟାଲ ବେଡ୍‌ରେ ନବଜାତ ପୁଅ ଓ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଅଭିଯୋଗାସ୍ବାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କଲେ ପତ୍ନୀାସବୁ ଅଭିଯୋଗର ଜବାବ ଥାନାରେ ଦେବି କହିଲେ OAS […]

ନନ୍ଦନକାନନ ପାଳିଲା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଭୁବନେଶ୍ୱର,୨୯।୭(ଏସଏସନିଉ ଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ମଙ୍ଗଳବାରଦିନ ଅନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ କରାଯାଇଛି।ପ୍ରତିବର୍ଷ ଜୁଲାଇମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ରଦିବସ ପାଳନ କରାଯାଏ। ବାଘମାନଙ୍କ ସଂରକ୍ଷଣ ଏବଂ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି। ନନ୍ଦନକାନନ ବାଘମାନଙ୍କ ପ୍ରଜନନରେ ଏକ ମାଇଲ ଖୁଣ୍ଟ ହାସିଲ କରିଛି। ଧଳାବାଘ, ମହାବଳବାଘ ଏବଂ ମେଲାନିଷ୍ଟିକ ବା କଳାଲୋମଯୁକ୍ତ ବାଘ ପାଇଁ ନନ୍ଦନକାନନ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଚିଡ଼ିଆଖାନାରେ ୩୬୦ରୁ […]

କାନ୍ଦ ବୋବାଳିରେ ଫାଟିଲା ବିଦ୍ୟାଳୟ

କଟକ,୨୯।୭(ଏସଏସନିଉଜ) ସାନମୁଣ୍ଡଳୀ ସ୍କୁଲର ଦୁଇଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶ ସୋମବାର ଅପରାହ୍ନରେ ଜଣାପଡିବା ପରେ ମଙ୍ଗଳବାର ସକାଳୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପିଲାମାନେ ଏହି ବଦଳି ଆଦେଶକୁ ବାତିଲ କରିବା ପାଇଁ ସ୍କୁଲ ସାମ୍ନାରେ ଧାରଣରେ ବସିଥିଲେ।ପରେ ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପିଲାମାନେ ଶୋକାକୁଳ ପରିବେଶ ଭିତରେ କାନ୍ଦିକାନ୍ଦି ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦାୟ ଦେଇଥିଲେ। ପ୍ରକାଶଯେ, ସାନମୁଣ୍ଡଳୀ ସ୍କୁଲର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ରଙ୍କର […]