Browsing category

ମହାନଗର

ସଫଳତା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

କଟକ, ୨୬।୮(ଏସଏସନିଉଜ)ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (OJPT) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନରଣପୁର ଠାରେ ଥିବା ଏକାଡ଼େମୀ ପରିସରରେ ବୁଧବାର ଦିନ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି. ଗ୍ରୁପ୍ କମାଣ୍ଡର୍ […]

ଜୟଦେବ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା

ଭୁବନେଶ୍ୱର,୨୬।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ତପଡାଠାରେ ଥିବା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨ୟ କ୍ୟାମ୍ପସରେ ବୁଧବାର ବିଦ୍ୟାଳୟର ୫ମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ନର୍ସରୀ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିଜ୍ଞାନ,ସାମାଜିକ,ଗଣିତ,‌ହସ୍ତକର୍ମ ଇତ୍ୟାଦି ବିଷୟରେ ଶିକ୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହି ପ୍ରଦର୍ଶନୀରେ ମୋଟ ୧୬୦ଟିପ୍ରକଳ୍ପ ସ୍ଥାନ ପାଇଥିଲା।ବିଚାର ପତିମାନଙ୍କଦ୍ଵାରା ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରାଯିବାପରେ ଅଭିଭାବକମାନେ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ।ପିଲାମାନେ ନିଜନିଜର ପ୍ରକଳ୍ପବିଷୟରେ ଖୁବ ସୁନ୍ଦର ଭାବରେ ବୁଝାଇବା ସହ ସେମାନଙ୍କର ଦକ୍ଷତା ପରିପ୍ରକାଶ […]

KIMSକୁ ସୋକଜ୍ ନୋଟିସ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍‌ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍‌ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ […]

ଗୟଳ ଛୁଆ ଜନ୍ମକୁ ନେଇ ବଢିଲା ଚିନ୍ତା

ଭୁବନେଶ୍ୱର ,୨୫|୮ (ଏସଏସନିଉଜ)ସୋମବାର ନନ୍ଦନକାନନର ୪୨ନମ୍ବର ଖୁଆଡ଼ରେ ରହୁଥିବା ଗୟଳ ଏକ ମାଇଶାବକକୁ ଜନ୍ମଦେଇଛି।ଶାବକଟି ଜନ୍ମ ପରେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚି ଥିବାର ଜଣାପଡିଛି।ତେବେ ଶାବକଟି ଜନ୍ମପରେ କର୍ମଚାରୀଙ୍କ ମଧ୍ୟରେ ଖୁସିଲହରୀ ଖେଳିଯାଇଥିଲା।ହେଲେ ରାତି ହେବାପରେ ଖୁସିର ମହୋଲ ବଦଳି ଯାଇଥିଲା ଓ ଚିନ୍ତାବଢିବା ଆରମ୍ଭ ହୋଇଥିଲା।ନବଜାତ ଗୟଳଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ନିଜ ଗୋଡରେ ଠିକ୍ ସେ ଠିଆ ହୋଇପାରୁନଥିବାର ଜଣାପଡିଥିଲା।ଏହାସହ ମାକ୍ଷୀର ପିଇବାପାଇଁ ସଙ୍ଘର୍ଷ କରୁଥିଲେ ମଧ୍ୟ […]

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୨୫।୮(ଏସଏସନିଉଜ)ଗୋଡିସାହିଫାଣ୍ଡି ନିକଟସ୍ତ ରାମଦାସପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେଥିବା ଏକ ବନ୍ଦଘର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ମଙ୍ଗଳବାରସକାଳୁ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଗୋଡିସାହି ଗ୍ରାମର ପ୍ରଦୀପନାୟକ ଗତ ୧୯ଦିନ ହେବ ନିଖୋଜ ଥିଲେ। ମୃତ୍ୟୁଦେହ ପଚି ଯାଇଥିବାବେଳେ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୩/୪ ମାସରେ ଧାଡ଼ି ଦର୍ଶନ- ଆଇନ ମନ୍ତ୍ରୀ

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଶ୍ରୀମନ୍ଦିରରେ ୩ରୁ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ।ଉଚ୍ଚସ୍ତରୀୟ ବୈଠକ ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।୫ ରାମ୍ପ୍‌ରେ ଏକା ସହିତ ଆନୁମାନିକ ୫୦ ଜଣ ଦର୍ଶନ କରି ପାରିବେ।ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ।ପାଇଲଟ ମଡେଲ ୮ରୁ ୧୦ ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି।

ଧାରଣାରୁ ଓହରିଲେ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଧାରଣାରୁ ଓହରିଲେ ଅଲ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ।ସରକାରଙ୍କ ସହ ଆଲୋଚନା ପରେ ଆଜି ସାମୂହିକ ଧାରଣାରୁ ଉଠିଲେ।୪ ମାସରେ ସରକାର ଦାବି ପୂରଣ ଆଶ୍ୱାସନା ଦେଇଛନ୍ତି କହିଲା ସଂଘ।

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା

ସମ୍ବଲପୁର,୨୪।୮(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଓ ଜଳ ପ୍ରବାହ ବଢ଼ିବା ପରେ ହୀରାକୁଦ ଡ୍ୟାମରୁ ଅଧିକ ପରିମାଣରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଡ୍ୟାମ କର୍ତ୍ତୃପକ୍ଷ ଆଉ ୪ଗେଟ୍ ଖୋଲିଲା।ଏବେ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି। ଜଳଭଣ୍ଡାରରେ ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍‌ ଖୋଲାଯିବା ଓ ବନ୍ଦ କରାଯିବାନେଇ ନିଷ୍ପତ୍ତି ନିଆଯାଉଛି।ଅଧିକ ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଉଛି।

୩୦ରେ ନିଟ୍ ପିଜି ପରୀକ୍ଷା

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଆସନ୍ତା ୩୦ ତାରିଖରେ ହେବ ନିଟ୍-ପିଜି ପରୀକ୍ଷା ହେବାକୁ ଯାଉଛି।ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା ହେବ।କମ୍ପ୍ୟୁଟର ଆଧାରିତ (CBT) ମୋଡ୍‌ରେ ହେବ ପରୀକ୍ଷା।କାଲିଠୁ ଆଡମିଟ୍ କାର୍ଡ ମିଳିବା ନେଇ ସୂଚନା ଜାରି ବୋଲି କୁହଯାଇଛି।

ଆତ୍ମରକ୍ଷା କୌଶଳ ଶିକ୍ଷା ନେଲେ ଛାତ୍ରୀ

ଭୁବନେଶ୍ୱର,୨୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଶକ୍ତିଶ୍ରୀ ସେଲଦ୍ୱାରା ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀମାନଙ୍କୁନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କୁ ରିଅକେଟ ପୁସ୍ତକବଣ୍ଟନ କରିଥିଲେ।ଡ଼.ପ୍ରବୀରକୁମାର ମହାନ୍ତି ମୁଖ୍ୟବକ୍ତାଭାବରେ ଯୋଗଦେଇ ଏହାର ଉପଯୋଗୀତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।ପ୍ରଶିକ୍ଷିକା ପୁନମୀ ବନ୍ଦିଆଙ୍କଠାରୁ ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼.ଅନ୍ୟା ଅନୁରୂପା,ସେଲିନା ତରାଇ,ଲକ୍ଷ୍ମୀପ୍ରିୟାସ୍ୱାଇଁ,ରୋଜାଲିନଦେବୀ […]