ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ ପଦକ୍ଷେପ।ପ୍ରି-ଅଥରାଇଜେସନ୍ରେ ଅନିୟମିତତା,ଅପ୍-କୋଡିଂ, କ୍ଲିନିକାଲ୍ ରେକର୍ଡରେ ହେରଫେର,OPD ରୋଗୀଙ୍କୁ IPDଭାବେ ଦର୍ଶାଇବା ନେଇ ରହିଛି ଅଭିଯୋଗ ହୋଇଛି।ରୋଗୀଙ୍କଠାରୁ ଅତିରିକ୍ତଟଙ୍କା ଆଦାୟଭଳି ଅଭିଯୋଗ ବି ରହିଛି।ICU ଆଡମିଶନ୍ ମାନଦଣ୍ଡ ଓ ରେକର୍ଡରେ ମଧ୍ୟ ଅସଙ୍ଗତି ଚିହ୍ନଟ ସୂଚନା ମିଳିଛି।୬ଜଣ ହିତାଧିକାରୀଙ୍କ ମାମଲାରେ ଅନିୟମିତତା ହୋଇଥିବା ଦର୍ଶାଯାଇଛି।ଏନେଇ କୌଣସିନୋଟିସ ହସ୍ତଗତ ହୋଇନଥିବା କହିଛନ୍ତି କିମ୍ସ PRO।