ଭୁବନେଶ୍ୱର,୨୬।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ତପଡାଠାରେ ଥିବା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨ୟ କ୍ୟାମ୍ପସରେ ବୁଧବାର ବିଦ୍ୟାଳୟର ୫ମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ନର୍ସରୀ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିଜ୍ଞାନ,ସାମାଜିକ,ଗଣିତ,ହସ୍ତକର୍ମ ଇତ୍ୟାଦି ବିଷୟରେ ଶିକ୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହି ପ୍ରଦର୍ଶନୀରେ ମୋଟ ୧୬୦ଟିପ୍ରକଳ୍ପ ସ୍ଥାନ ପାଇଥିଲା।ବିଚାର ପତିମାନଙ୍କଦ୍ଵାରା ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରାଯିବାପରେ ଅଭିଭାବକମାନେ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ।ପିଲାମାନେ ନିଜନିଜର ପ୍ରକଳ୍ପବିଷୟରେ ଖୁବ ସୁନ୍ଦର ଭାବରେ ବୁଝାଇବା ସହ ସେମାନଙ୍କର ଦକ୍ଷତା ପରିପ୍ରକାଶ କରିଥିଲେ।ପିଲାମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ କୁଇଜ୍ ପ୍ରତିଯୋଗିତା କରାଯିବାସହ ପୁରସ୍କାରପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପ୍ରଧାନଆଚାର୍ଯ୍ୟ ପ୍ରଦୀପକୁମାରପାଣିଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।