Browsing category

ଅପରାଧ

ପୁରୀ ମେନ କେନାଲ କୁଳରୁ କଙ୍କାଳ ଜବତ

କଟକ, ୧୩।୪(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ମଣିଷ କଙ୍କାଳକୁ ସୋମବାର ଜବତ କରିଛି ପୁଲିସ। ପ୍ରକାଶ ଯେ ସୋମବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ସ୍ଥାନୀୟ ଅଂଚଳର କିଛି ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼କୁ ଶୈଚ ପାଇଁ ଯାଇଥିଲେ।ଏହି ସମୟରେ କେନାଲ କୁଳରେ ଏକ ଧଳା ଜରି ଅଖା ଭିତରେ ଏକ ମଣିଷ କଙ୍କାଳ ଅଧା ପୋଡ଼ା ଅବସ୍ଥାରେ ରହିଥିବା […]

ବିଦ୍ୟୁତ ଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରି

କଟକ, ୧୩।୪(ଏସଏସନିଉଜ)ଗୋଡିସାହି ଫାଣ୍ଡି ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ରୁ ଏକ ବିଦ୍ୟୁତଟ୍ରାନ୍ସଫରମର ଯନ୍ତ୍ରାଂଶ ଚୋରିହୋଇଥିବା ନେଇ ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ରବିବାର ରାତିରେ ଗୋଡିସାହି ପୁରୀ ମୁଖ୍ୟ କେନାଲ ବନ୍ଧ କଡ଼ରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମରରୁ କେହି ଦୁବୃର୍ତ୍ତ ଯନ୍ତ୍ରାଂଶ ଚୋରିକରି ନେଇଥିବାନେଇ ସୋମବାର ସକାଳୁ ଜଣାପଡିଥିଲା।ଯାହାଫଳରେ ସେହି ବିଦ୍ୟୁତ ଟ୍ରାନ୍ସଫରମରୁ ବିଦ୍ୟୁତ୍ ସଂଯୋଗ ନେଇଥିବା କିଛି ଚାଷୀଙ୍କ ସହିତ ଗ୍ରାହକମାନେ ନାହଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଏସଂକ୍ରାନ୍ତରେ ଗୋଡିସାହି […]

ମୋବାଇଲ୍ ଚୋରି କରି ଧରାପଡିଲେ

ମେଣ୍ଢାଶାଳ,୧୦।୪(ଏସଏସନିଉଜ)ଚନ୍ଦକା ଥାନା ଅଧୀନସ୍ଥ ଗିରିଙ୍ଗାପୁଟ ଗାଁ ପାଖରେ ଥିବା ଏକ ଘରୋଇ କମ୍ପାନୀରୁଏକ ମୋବାଇଲ୍ ଫୋନ୍ ଚୋରି କରିନେଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଗଞ୍ଜାମର ଶ୍ରୀନାଥ ପ୍ରଧାନ(୨୯) ।ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଜବତ କରିଛି। ପ୍ରକାଶ ଯେ,ଇମରାନ ଖାନ ନାମକ ବ୍ୟକ୍ତି ଡିଏଚଏଲ ନାମକ ଏକ ଘରୋଇ କମ୍ପାନୀରେ ସୁପରଭାଉଜର ଭାବେକାମ କରନ୍ତି।କମ୍ପାନୀରୁ ଗୋଟିଏ ଆପଲ୍ ମ୍ୟାକବୁକ୍ ପ୍ରୋ ମୋବାଇଲ୍ ଫୋନ୍ ଚୋରି […]

କମ୍ପାନୀରୁ ମୋବାଇଲଫୋନ୍ ଚୋରି କରୁଥିଲେ

ମେଣ୍ଢାଶାଳ,୧୦।୪(ଏସଏସନିଉଜ)କମ୍ପାନୀରେ କାମ କରୁଥିବା ବେଳେ କୌଶଳ କ୍ରମେ ମୋବାଇଲ୍ ଫୋନ୍ ଚୋରି କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ ବାଲେଶ୍ଵର ଗୋପାଳପୁରର ବିଶ୍ଵନାଥ ଖୁଣ୍ଟିଆ ଓରଫ ସିପୁ(୨୫)।ପୋଲିସ ତାଠାରୁଦୁଇଟି ମୋବାଇଲ୍ ଫୋନ୍ ଓ ଗୋଟିଏ ପେନ୍ ଡ୍ରାଇଭକୁ ଜବତ କରିଛି । ପ୍ରକାଶ ଯେ, ଅତନୁ ଦାସ ନାମକ ବ୍ୟକ୍ତି ଗିରିଙ୍ଗାପୁଟସ୍ଥିତ ଡିଏଚଏଲ୍ କମ୍ପାନୀରେ ମାନବ ସମ୍ବଳ ପରିଚାଳକ ଭାବରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ମଧ୍ୟରେ କମ୍ପାନୀ ପରିସରରୁ […]

ରାଜଧାନୀ ଛାତି ଉପରେ ବଡ଼ ଡକାୟତି

ଭୁବନେଶ୍ୱର,୧୦।୪(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ପଟିଆଗ୍ରାମର ତିନୋଟିମନ୍ଦିରରୁ ଚୋରିହୋଇଛି।ଚୋରମାନେ ମନ୍ଦିରକୁ ମଧ୍ୟ ଛାଡ଼ିଲିନି।ଏହା କୌଣସି ଉପାନ୍ତଗାଁ ନୁହେଁ ରାଜଧାନୀ ଛାତିଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏକି ଦୁଇଟିନୁହେଁ ପଟିଆଗାଁରୁ ୩ଟିମନ୍ଦିରରୁ ହୋଇଛି ସିରିଜଲୁଟ।ମନ୍ଦିରରୁ ସୁନାମୂର୍ତ୍ତି ନେଇଗଲେଡକାୟତ।କୋଟିକୋଟିଟଙ୍କାର ଠାକୁରଙ୍କ ମୂର୍ତ୍ତି,ଅଳଙ୍କାର ଚୋରିକରି ନେଇଗଲେ ଲୁଟେରା।ଗତକାଲି ବିଳମ୍ବିତରାତିରେ ୪ଦୁର୍ବୃତ୍ତ ପଶି ଶିଖରଚଣ୍ଡୀ,ନୀଳକଣ୍ଠ ଓ କନକଦୁର୍ଗାମନ୍ଦିରରୁ ଡକାୟତି କରିଥିବା ଜଣାପଡ଼ିଛି । ଲୁଟେରାଙ୍କଭିତରେ ଜଣେମହିଳାଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସପହଞ୍ଚି ତଦନ୍ତ ଜାରିରଖିଛି।ଏହି ଘଟଣାପରେ ଶୁକ୍ରବାର ଭୁବନେଶ୍ଵର ଉତରବିଧାୟକ […]

ମାନସିକ ଭାରସାମ୍ୟ ନେଲା ଯୁବକର ଜୀବନ !

କଟକ, ୯।୪(ଏସଏସନିଉଜ) କୃଷ୍ଣଚନ୍ଦ୍ରପୁର ସାମଲ ସାହିରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ବୁଧବାର ରାତିରେ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ତ୍ରିଶୂଳିଆ ବଜାର ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସାମଲ ସାହିର ରମେଶ ସାମଲ(୪୫) ନାମକ ବ୍ୟକ୍ତି ପାରିବାରିକ ଅଭାବ କାରଣରୁ କିଛିଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ। ବୁଧବାର ରାତିରେ ଶୀଘ୍ର ଖାଇବା ପରେ ଶୋଇବା ଘରେ ଫ୍ୟାନରେ ଏକ ଦୈଡି ସାହାଯ୍ୟରେ ଝୁଲି ପଡ଼ିଥିଲେ। […]

ବାରଙ୍ଗଥାନା ହାତରେ ଗାଡ଼ିଚୋର ରାକେଟ

କଟକ,୪।୪(ଏସଏସନିଉଜ)ଶନିବାରଦିନ ବାରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା।ଏକ ଗାଡ଼ିଚୋର ରାକେଟକୁ ଠାବକରି ୬ଜଣଚୋରକୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନମ୍ବରବିହୀନ ବାଇକ୍ ସହ ୭ଟିଗାଡ଼ି ଜବତ କରିବା ସହିତ ୧୬ଟି ମୋବାଇଲଫୋନ,୬ସୋଲାର ପ୍ୟାନେଲ,ଓଜନମେସିନ,ବେଟାରି ,ତାରବଣ୍ଡଲ,କଟରମେସିନ ଆଦି ଜବତକରିଛି ବାରଙ୍ଗଥାନା ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀଥାନା ଅଧୀନସ୍ଥ କୁଅମଡ଼ା ଗ୍ରାମର ରାକେଶ କୁମାର ଭୋଇ(୨୧)ସନାତନଭୋଇ(୨୦)ବିନୋଦ କୁମାର ଭୋଇ (୨୭) ଇରାନ ଭୋଇ(୧୯)ବାଙ୍କୀଥାନା ଅଧୀନସ୍ଥ ଭାଗିପୁରଗ୍ରାମର ପ୍ରଫୁଲ୍ଲ ଭୋଇ (୩୮)ଢେଙ୍କାନାଳ ଗୁରୁଡ଼ିଆଗ୍ରାମର ବିଭୂତିସାହୁ(୪୫)ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟଯେ […]

ରିଲ୍ସ କରୁଥିଲେ ଭାସିଗଲେ

ଭଦ୍ରକ,୨।୪(ଏସଏସନିଉଜ)ସାଳନ୍ଦୀ ନଦୀକୁ ଡେଇଁ ରିଲ୍‌ସ କରିବା ବେଳେ ଭାସିଗଲେ ଯୁବକ।ସନ୍ତିଆ ବ୍ରିଜ୍‌ ଉପରୁ ଡେଇଁବା ବେଳେ ଭାସିଗଲେ ୨ ଯୁବକ।ଜଣେ ଉଦ୍ଧାର, ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍।

ଫେରାର କଏଦୀ ଗିରଫ

ଚୌଦ୍ବାର,୨।୪(ଏସଏସନିଉଜ)ଚୌଦ୍ବାର ଜେଲରୁ ଫେରାର ଦ୍ବିତୀୟ କଏଦୀ ଗିରଫ ହୋଇଛି।ବିହାରର ରାଜା ସାହାଣୀ ଋଷିକେଶରୁ ବାନ୍ଧିଛି ପୋଲିସ।ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍।ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ।ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ।

କାଲି ନିଖୋଜ,ଆଜି ପୋଖରୀରୁ ମିଳିଲା ମୃତଦେହ

ମେଣ୍ଢାଶାଳ,୧।୩(ଏସଏସନିଉଜ)ଜଙ୍ଗଲ୍ ଭ୍ୟୁ ରେଷ୍ଟୁରାଣ୍ଟ ପଛପଟେ ପୋଖରୀ ଭିତରେ ବୁଡ଼ି ଭାସୁଥିବା ଏକ ମୃତଦେହକୁ ଚନ୍ଦକା ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ଚନ୍ଦକା ଥାନା ଅଧୀନସ୍ଥ କୃଷ୍ଣ ନଗରର ଲମ୍ବୋଦର ଦାଶ (୪୮)। ପ୍ରକାଶ ଯେ,ଲମ୍ବୋଦର ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ନିକଟ ତାରିଣୀ ବିହାରର ରାଜମନୋହର ରେସିଡେନ୍ସିର ରୁମ୍ ନମ୍ବର ଏ-୧୦୬ ପରିବାର ସହ ରହୁଥିଲେ। ଗତ ୩୧ ତାରିଖ ସକାଳୁ ଲମ୍ବୋଦର ଘରୁ ଯାଇଥିଲେ ମଧ୍ୟ ଫେରି ନଥିଲେ।ଘରୁ ଗଲାବେଳେ କାର,ମୋବାଇଲ୍ […]