Browsing category

ଅପରାଧ

ଛାତ୍ରଙ୍କୁ ପଥରରେଛେଚି ହତ୍ୟା!

ରାଉରକେଲା,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଖର୍ଚ୍ଚ କରିବାକୁ ଟଙ୍କା ନଦେବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାରସାଙ୍ଗମାନେ ଲାଠିରେ ପିଟି ଓ ପଥରରେଛେଚି ହତ୍ୟା କରି ଉଦିତନଗର ସରନାଛକ କଚଡ଼ା ପୁଲିଆନିକଟରେ ଫିଙ୍ଗି ଦେଇଛନ୍ତି ।ଏନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏହି ଘଟଣାରେ ଦୁଇ ନାବାଳକ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଆଉ ଜଣେ ଫେରାର ହୋଇଯାଇଥିବାର ଜଣାପଡିଛି ।ମୃତକ ହେଉଛନ୍ତି ବାଲୁଘାଟ ନୂଆବସ୍ତିର ରୁଦ୍ରନାରାୟଣ ପାଢ଼ୀ (୧୫)। ରୁଦ୍ର ସିଭିଲଟାଉନସିପ ସ୍ଥିତ ଡେଭେଲପ […]

କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ନିଖୋଜ

କଟକ,୨୬ା୯(ଏସଏସନିଉଜ) କାନାରାବ୍ୟାଙ୍କର ବଡ଼ମ୍ବା ଶାଖାପରିଚାଳକ ତପନକୁମାରସାହୁ ନିଖୋଜ ହୋଇଥିବାନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ବୈଦେଶ୍ୱର ପୋଲିସ ଏକ ମିସିଙ୍ଗ ରିପୋର୍ଟ ରୁଜୁକରି ତଦନ୍ତ ଆରମ୍ଭକରିଛି।ଗତକାଲି ନାଟେରୀଛକ ନିକଟରୁ ତପନ ନିଖୋଜ ହୋଇଯାଇଛନ୍ତି ।ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ।କଳାପଥର କାର‌୍ୟ୍ୟାଳୟରେ ଅଫିସକାମ ପାଇଁ ବାଟରେ ଅଟକିଥିଲେ।ଏହାପରେ ବଡ଼ମ୍ବାକାର୍ଯ୍ୟାଳୟ  ମୁହାଁ ହୋଇଥିବାବେଳେ ନିଖୋଜ ହୋଇଯାଇଥିବାବେଳେ ତାଙ୍କଫୋନ ସୁଇଚଅଫ ରହିଥିବାର ଜଣାପଡିଛି ।

ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର

ଗଜପତି ,୨୬ା୯(ଏସଏସନିଉଜ) ଗତକାଲି ରାତିରେ ଅଡ଼ବାଥାନା ଘୋଡ଼ାପଙ୍କାଗାଁରେ ଡବଲ୍ ମର୍ଡର ହୋଇଥିବାର ଜଣାପଡିଛି । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତା ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବରପାଇ ସ୍ତ୍ରୀସସ୍ମିତା ଘରକୁ ଯାଉଥିବାବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି ।ଯାହାଫଳରେ ସ୍ୱାମୀସ୍ତ୍ରୀ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇବାସହ ତଦନ୍ତ […]

କୁଆଖାଇରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୪ା୯(ଏସଏସନିଉଜ)ମଂଚେଶ୍ୱରଥାନା ଅଧିନସ୍ଥ ଜରିପାଟଣା ଗାଁମୁଣ୍ଡ କୁଆଖାଇରୁ ଭାସୁଥିବା ବେଳେ ବରିମୁଣ୍ଡ ଗ୍ରାମ ଭୁୟାଁସାହିର ନିବାସ ଭୁୟାଁନାମକ ୧୭ବର୍ଷର ବାଳକର ମୃତଦେହକୁ ପୋଲିସ ରବିବାରଦିନ ଉଦ୍ଧାର କରିଛି ।ନିବାସ ଶନିବାର ସନ୍ଧ୍ୟାସମୟରେ ଶୈାଚପାଇ ଗାଁମୁଣ୍ଡ କୁଆଖାଇକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ।ରବିବାରଦିନ ଜରିପାଟଣାପାଖରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି ।ପୋଲିସ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।  

ଜଳେଶ୍ଵରରେ ଚାଞ୍ଚଲ୍ୟ

ବାଲେଶ୍ବର ,୨୪ା୯(ଏସଏସନିଉଜ) ଗତରାତିରେ ଜଳେଶ୍ଵରଥାନା ଅଧୀନସ୍ଥ ଗୋପିମୋହନପୁର ପଞ୍ଚାୟତର ସରସିଦା ଗାଁରେ ହରପ୍ରିୟାଦାସ ନାମକ ମହିଳାଙ୍କୁ ହତ୍ୟା କରି ତାଙ୍କ ଘରୁ ଲୁଟ କରାଯାଇଥିବାର ଅଭିଯୋଗ ହୋଇଛି ।ହରପ୍ରିୟାଙ୍କ ସ୍ୱାମୀ ଅଦ୍ଵୈତଙ୍କର ସରସିଦାଛକରେ ଏକ ଦୋକାନ ରହିଛି। ଅଦ୍ଵୈତ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ଘରେ ଏକାକୀ ରହିଥିଲେ । ରାତିରେ ଅଦ୍ଵୈତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେଥିବାର ଦେଖିବାକୁ ପାଇଥିଲେ। ସେ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବର […]

ବମିଖାଲ ଓଭରବ୍ରିଜରୁ ତଳକୁଖସିଲା କାର୍

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିପଡିଛି । କାରଟି ଭାଙ୍ଗିରୁଜି ଯାଇଥିବାବେଳେ କାରଟି କିପରି ତଳକୁ ଖସିଲା ତାହା ସ୍ପଷ୍ଟ ହୋଇାରିନାହିଁ ।କାରଟିକୁ ଦେଖିଲେ କେତେ ଭୟଙ୍କର ଏହି ଦୁର୍ଘଟଣା ହୋଇଥିବା ତାହା ସହଜରେ ଅନୁମାନ କରି ହେଉଛି । ଗୁରୁତରଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ମାହାଙ୍ଗା,୨୪ା୯(ଏସଏସନିଉଜ) କେନାଲ ଭିତରୁ ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।ନିଶ୍ଚିନ୍ତକୋଇଲି ଜିଗ୍ନପୁରର ଶାଖାକେନାଲରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ହେଉଛନ୍ତି ମାର୍କତପୁରଗାଁର ବିଶିଷ୍ଟ ବ୍ୟବସାୟୀ ଦୋଳଗୋବିନ୍ଦ ଦାସା ଦୋଳଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ସାଲେପୁରପୋଲିସ ମୃତଦେହ ଜବତକରି ତଦନ୍ତ ଆରମ୍ଭ କରିଛନ୍ତି ।

ରାଜଧାନୀରେ ଅଘଟଣ

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ପୋଖରୀରେ ବୁଡି ଜୀବନ ହରାଇଲେ ୨ ଛାତ୍ର । ସେମାନେ ହେଉଛନ୍ତି ଏୟାରଫିଲ୍ଡ ପୋଖରୀପୁଟ ଅଂଚଳର ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶମହାରଣା ଓ ଶୁଭମଜେନା ।ଟ୍ୟୁସନସାରି ଘରକୁ ଫେରୁଥିବାବେଳେ ଝାରପୋଖରୀକୁ ଯାଇଥିଲେ ।ଗାଧୋଇବାବେଳେ ବୁଡିଯାଇଥିଲେ ।ଖବରପାଇ ଦମକଳବାହିନୀ ଆସି ମୃତକଦ୍ୱୟଙ୍କୁ ଉଦ୍ଧାର କରିଛି ।

ଡାକ୍ତରୀଛାତ୍ରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ବାରିପଦା, ୨୩ା୯(ଏସଏସନିଉଜ)ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀଛାତ୍ର କେନ୍ଦୁଝର ଜିଲ୍ଲାର ସଚିନ୍ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତାମୃତଦେହକୁ ଉଦ୍ଧାର କରିଛି ପୋଲିସ ।ମୃତଛାତ୍ରଙ୍କ ଘନିଷ୍ଠ ସହପାଠୀ ସବୁ ଜାଣିଥିବା ନେଇ ବାପା ସଦରଥାନାରେ ଲିଖିତ ଅଭିଯୋଗ କରିବାସହ ପୁଙ୍ଖାନୁପୁଙ୍ଖ ତଦନ୍ତପାଇଁ ଦାବି କରିଛନ୍ତି। ସବୁଦିନଭଳି ଗତକାଲି ସଚିନ୍ ଡାକ୍ତରଖାନାରେ ଡ୍ୟୁଟିକରି ଅପରାହ୍ନରେ ସାଙ୍ଗମାନଙ୍କ ସହ କିଛିସମୟ କଥାବାର୍ତ୍ତାପରେ ନିଜ ହଷ୍ଟେଲରୁମ୍‌କୁ ଚାଲିଯାଇଥିଲେ। ତେବେ ସନ୍ଧ୍ୟାଯାଏ ପଦାକୁ ନବାହାରିବାରୁ ସାଙ୍ଗମାନେ ତାଙ୍କୁ ଡାକିବାକୁ ଯାଇଥିଲେ।କୌଣସି ଉତ୍ତର ନମିଳିବାରୁ ଝରକାଭାଙ୍ଗି ଦେଖିଲାବେଳକୁ […]

ପୁଣି ଅଜଣାଜନ୍ତୁ ଆକ୍ରମଣ

ରାୟଗଡା,୨୩ା୯(ଏସଏସନିଉଜ) ରାୟଗଡାଜିଲ୍ଲାର ସୀମାନ୍ତଗାଁ ଗୁଡାରିରେଞ୍ଜର ଗଞ୍ଜୁଗୁଡାରେ ପୁଣି ମାତିଲେଣି ଅଜଣାଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି । ଛେଳିଗୁଡିକ ଚରିବା ପାଇଁ ବାହାରକୁ ଯାଇଥିବାବେଳେ ବର୍ଷା ଯୋଗୁ ଫେରିପାରିନଥିଲେ ।ଖବରପାଇ ବନବିଭାଗ ଘଟଳାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଅଦ୍ୟାବଧି ଛେଳିଗୁଡିକ କାହାଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।