କେନାଲରାସ୍ତାରେ ପଡିଥିବା ମହିଳାଙ୍କୁ…

ଉଦ୍ଧାରକଲା ପୋଲିସ

 

ବାରଙ୍ଗ, ୨୭।୯ (ଏସଏସ ନିଉଜ) ମଙ୍ଗଳବାର ବିଲମ୍ଭିତ ରାତିରେ ଷଣ୍ଢପୁର ଗ୍ରାମ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳାଙ୍କୁ ପୋଲିସ ଉଦ୍ଧାରକରି ଚିକିତ୍ସା ପାଇଁ କଟକ ବଦମେଡିକାଲକୁ ପଠାଇଛି ।
ପ୍ରକାଶଯେ ମଙ୍ଗଳବାର ବିଳମ୍ବିତ ରାଟିରେ ଷଣ୍ଢପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡରେ ଗୁରୁତର ଅବସ୍ଥାରେ ଜଣେ ଆଦିବାସୀ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡିଥିଲା।ମହିଳା ପିନ୍ଧିଥିବା ଶାଢୀ କେତେକାଂଶ ରେ ଚିରି ଯାଇଥିବାବଳେ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା ।ସ୍ଥାନୀୟଗ୍ରାମର କିଛି ଯୁବକ ଶୌଚ ପାଇଁ ପୁରୀ ମେନ କେନାଲକୁ ଯାଇଥିବାବେଳେ ମହିଳାଙ୍କୁ ଦେଖିଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଆସି ଆହତ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେଇଥିଲା।ତେବେ ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ହୋଇଥିବାବେଳେ ଏଠାକୁ କିପିରି ଆସିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ପାରିନାହିଁ।

Comments (0)
Add Comment