Browsing category

ଅପରାଧ

ଓଲଟିଲା ଗ୍ୟାସ୍ ସିଲିଣ୍ଡରବୋଝେଇ ଟ୍ରକ୍

କଟକ,୧୮ା୯(ଏସଏସନିଉଜ) ଶିଖରପୁର ଅଞ୍ଚଳରେ ଗ୍ୟାସସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି।ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯିବ।ତେବେ ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ଜଣାପଡିଥିଲା ।  

ନାଳ ପାରହେଲାବେଳେ ଭାସିଗଲେ ୩

ସୁନ୍ଦରଗଡ଼, ୧୮ା୯(ଏସଏସନିଉଜ) ଗତକାଲି ରାତିରେ ସଦରଥାନା କରମଡିହି ନିକଟ ଫଟାଟାଙ୍ଗରଗାଁରେ ୩ଜଣ ଯୁବକ ବାଇକରେ ଭରାନାଳ ପାରହେଉଥିବାବେଳେ ଭାସିଯାଇଥିଲେ ।ସେଥିମଧ୍ୟରୁ ୨ଜଣ କୈାଶଳ କ୍ରମେ ପହଁରି ପଳାଇଆସିଥିବାବେଳେ ଜଣେ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ଅଗ୍ନିଶମ ବାହିନୀ ଫଟାଟାଙ୍ଗରର କୈଳାସବୁଡନାମକ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । କୈଳାସବୁଡ ,ରମେଶଟପ୍ପୋ ଓ ସମେଲଏକ୍କା ଏକ ବାଇକରେ ଭରାନାଳ ପାରହେଉଥିବାବେଳେ ଏହି ଅଘଟଣ ଘଟିଥିଲା ।

ମୋବସ୍- କାର୍ ଧକ୍କାରେ ଚାଲିଗଲାଜୀବନ

ପୁରୀ,୧୮ା୯(ଏସଏସନିଉଜ) ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋବସ ସହ କାରଧକ୍କା ହେବାରୁ କାରଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଥିବାବେଳେ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ମୋବସଟି ଏକ ଗଛରେ ପିଟିହୋଇଛି । ଅଗ୍ନିଶମବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଛନ୍ତି ।ଏକ କାରରେ ୫ଜଣ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିବାବେଳେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା।ମୃତକ ହେଉଛନ୍ତି କଟକ ମଧୁପଟଣା ଥାନା ଅନ୍ତର୍ଗତ ଖାନନଗରରେ […]

୩ଜଣଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ,୧୮ା୯(ଏସଏସନିଉଜ) ଶେରଗଡ଼ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ଥିବା ସାବିତ୍ରୀସାହୁ ଓ ତାଙ୍କର ଦୁଇପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି।ଏମାନେ ବାଇପାସସ୍ଥିତ ଏକଭଡ଼ାଘରେ ରହୁଥିଲେ। ସାବିତ୍ରୀ ଓ ତାଙ୍କର ଦୁଇପୁଅଙ୍କୁ ଅଚେତ ଅବସ୍ଥାରେ ସକାଳୁ ଶେରଗଡ଼ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। କଣପାଇଁ ଏମାନଙ୍କ ମୃତ୍ୟୁ ହେଲା ସନ୍ଦେହ ଘେରରେ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କାର୍ଯ୍ୟାଳୟଘେରିଲେ ବସ୍ତିବାସିନ୍ଦା

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସତ୍ୟନଗରବିଏମସି କାର୍ଯ୍ୟାଳୟକୁ ଘେରିଥିଲେ ୫୦ରୁ ଅଧିକ ପରିବାରା ୯ନଂୱାର୍ଡ ମଣ୍ଡପ ବସ୍ତିର ୫୦ରୁ ଅଧିକ ପରିବାର ଘେରିଥିଲୋ ସର୍ଭେରେ ବସ୍ତିର ୪୦୦ପରିବାର ଥିଲୋ ୧୫୦ରୁ ଊର୍ଦ୍ଧ୍ୱ ଘର ପାଇଥିବାବେଳେ ପ୍ରାୟ ୨୫୦ପରିବାର ଘରପାଇବାରୁ ବଞ୍ଚିତହୋଇଥିବା ଅଭିଯୋଗ କରି ବିଏମସି କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବରପାଇ ମେୟର ଆଲୋଚନା ପାଇଁ ଡାକିଥିବାର ଜଣାପଡିଛି ।

ଧରାପଡିଲେ ମୋବାଇଲଫୋନ ଲୁଟେରା

ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି । ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ […]

ବାବୁଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୬।୯(ଏସଏସ ନିଉଜ)ରାଜଧାନୀରେ ଦାଦାବଟି ଆଦାୟ କରୁଥିବା KBN ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି ପୋଲିସ।ଗ୍ୟାଙ୍ଗମୁ୍ଖ୍ୟ ବାବୁ ଜେନାକୁ ଗିରଫ କଲା ଖଣ୍ଡଗିରି ପୋଲିସ୍।ବାବୁ ଜେନାର ଜଣେ ସହଯୋଗୀ ମଧ୍ୟ ପୋଲିସ୍ ଦ୍ବାରା ଗିରଫ ହୋଇଛି।ବାବୁନାଁରେ ବିଭିନ୍ନ ଥାନାରେ ୮ଟି ମାମଲା ରହିଥିବାରୁ ତାବିରୁଦ୍ଧରେ ଲାଗିଲା ଧାରା- ୧୧୦।

ଚାଉଳଟ୍ରକ ନେଲା ଫାର୍ମାସିଷ୍ଟଙ୍କଜୀବନ

ମେଣ୍ଢାଶାଳ,୧୬।୯(ଲିଙ୍ଗରାଜରାଉତ)ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ଼ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କର ମୃତ୍ୟୁଘଟିଛି । ମୃତକ ହେଉଛନ୍ତି ତାଳଚେରର ଦିନେଶକୁମାରପଟ୍ଟନାୟକ(୨୪)ାକଂଟାବାଡରେ ଥିବା ସ୍ପର୍ସ ହସ୍ପିଟାଲରେ ସେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିଲେ । ପ୍ରକାସ ଯେ,ଶନିବାର ଅପରାହ୍ନ ସାଢ଼େ ୨ଟା ପାଖାପାଖି ଚନ୍ଦକା-ପିତାପଲି ରାସ୍ତାର କଣ୍ଟାବାଡ ଗ୍ରାମପାଖରେ ଦୁର୍ଘଟଣାଟି ଘଟିଥିଲା। କଣ୍ଟାବାଡରେଥିବା ସ୍ପର୍ସ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାର୍ଯ୍ୟକରୁଥିବା ଦିନେଶ ଓଡି୦୨-ସିଇ-୨୦୫୦ ନମ୍ବର ବାଇକଯୋଗେ ହସ୍ପିଟାଲରୁ କଣ୍ଟାବାଡ଼ ବଜାରକୁ ଆସୁଥିଲେ।ଏହିସମୟରେ ଖୋର୍ଦ୍ଧାରୁ ପିଡ଼ିଏସ ଚାଉଳ […]

ଚାନ୍ଦାନାଁରେ ଦାଦାବଟିକୁ ନା

ଭୁବନେଶ୍ୱର,୧୬।୯(ଏସଏସନିଉଜ)ପାର୍ବଣ ସମୟରେ ଚାନ୍ଦା ନାଁରେ ଦାଦା ବଟିକୁ ନା।ବଟି ଆଦାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ।ଏନେଇ ଦୃଢ଼ ପଦକ୍ଷେପ ନେବ କମିସନରେଟ ପୋଲିସ।କେହି ବଟିମାଗିଲେ 7077798111 ନଂରେ ମ୍ୟାସେଜ କରିପାରିବେ ବୋଲିଭୁବନେଶ୍ଵରଡିସିପି ପ୍ରତୀକସିଂଙ୍କ ସୂଚନା ଦେଇଛନ୍ତି।

ହସ୍ପିଟାଲରେ ଖସିଲା ଫ୍ୟାନ୍‌

ପିପିଲି,୧୬।୯(ଏସଏସନିଉଜ) କଣାସ ହସ୍ପିଟାଲ ଛାତରୁ ଖସିଲା ସିଲିଂ ଫ୍ୟାନ୍‌ ଖସିପଡିଛି।ଫ୍ୟାନ୍‌ ଖସିପଡିବା ଯୋଗୁ ସିଲିଂଫ୍ୟାନ୍‌ ପଡ଼ି ଜଣେ ଭିନ୍ନକ୍ଷମଙ୍କ ମୁଣ୍ଡ ଫାଟିଯାଇଛି।ହସ୍ପିଟାଲରେ ଭିନ୍ନକ୍ଷମଙ୍କ କ୍ୟାମ୍ପ ଚାଲିଥିବା ବେଳେ ଅଘଟଣ ଘଟିଛି।ଏହି ଘଟଣା ପିପିଲି ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିବା ସହ ଡାକ୍ତରଖାନାରେ ଉତେଜନା ଦେଖାଦେଇଛି।