କୁଆଖାଇରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୪ା୯(ଏସଏସନିଉଜ)ମଂଚେଶ୍ୱରଥାନା ଅଧିନସ୍ଥ ଜରିପାଟଣା ଗାଁମୁଣ୍ଡ କୁଆଖାଇରୁ ଭାସୁଥିବା ବେଳେ ବରିମୁଣ୍ଡ ଗ୍ରାମ ଭୁୟାଁସାହିର ନିବାସ ଭୁୟାଁନାମକ ୧୭ବର୍ଷର ବାଳକର ମୃତଦେହକୁ ପୋଲିସ ରବିବାରଦିନ ଉଦ୍ଧାର କରିଛି ।ନିବାସ ଶନିବାର ସନ୍ଧ୍ୟାସମୟରେ ଶୈାଚପାଇ ଗାଁମୁଣ୍ଡ କୁଆଖାଇକୁ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ।ରବିବାରଦିନ ଜରିପାଟଣାପାଖରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି ।ପୋଲିସ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।

 

Comments (0)
Add Comment