Browsing category

ଅପରାଧ

ନଦୀପଠାରୁ ଉଦ୍ଧାରହେଲା ଯୁବତୀଙ୍କ ରକ୍ତାକ୍ତମୃତଦେହ

ବରଗଡ଼, ୬ା୯(ଏସଏସନିଉଜ)ଭଟଲିଥାନା ଭଡିଗାଁଜୀରା ବ୍ରିଜ୍ ନିକଟରୁ ଜଣେ ଅଚିହ୍ନା ଯୁବତୀର ରକ୍ତାତ ମୃତଦେହକୁ ଠାବ କରିଛି ପୋଲିାସ । ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିବାପରେ କଥା ପ୍ରଘଟ ହୋଇଥିଲା ଦେଖଣାହାରୀଙ୍କ ଭୀଡ ଲାଗିଥିଲା ।ଏହାସହ ବ୍ରିଜଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାର ଦେଖିବାକୁ ମିଳିଥିଲା ।ଯାହାଫଳରେ କେହି ଯୁବତୀଙ୍କୁ ହତ୍ୟାକରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଅଦ୍ୟାବଧି ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ […]

ବ୍ଲାଙ୍କଫାୟରିଂ କରି ଲୁଟିଲେ

କଟକ,୬।୯(ଏସଏସନିଉଜ)କନ୍ଦରପୁରଥାନା ମତଗଜପୁର ରେଳଫାଟକ ନିକଟରେ ବ୍ଲାଙ୍କ ଫାୟରିଂକରି ନଗଦ ୨୫ ହଜାର ଟଙ୍କା ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୁତ।ଆଜି ଦିନ ସାଢ଼େ୧୧ ଟା ସମୟରେ ଏହି ଘଟଣା ଘଟିଛି।କନ୍ଦରପୁରଥାନା ପରମହଂସ ପଞ୍ଚାୟତ ହାଟସାହିରର ବିକାଶ ପାତ୍ର ନିଜ ସ୍କୁଟିରେ ଯାଉଥିବା ସମୟରେ ୬ଜଣ ଦୁବୃତ୍ତ ତିନୋଟି ବାଇକରେ ଆସିଥିବା ତାଙ୍କୁ ରେଳଫାଟକ ନିକଟରେ ରୋକିଥିଲେ।ଜୀବନରୁ ମାରିଦେବାର ଭୟ ଦେଖାଇ ଫଲସ୍ ଫାୟରିଂ କରି ବ୍ୟାଗରେ ଥିବାନଗଦ ୨୫ ହଜାର ଟଙ୍କା ସହିତ ୩ ଟି ସୁନାଚେନ ଏବଂ […]

୭୦ଫୁଟ ତଳକୁ ଖସିଲା ବସ୍

ମୟୂରଭଞ୍ଜ,୬।୯(ଏସଏସନିଉଜ)ରାସ୍ତା ଉପରୁ ୭୦ ଫୁଟ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍।ଯାହାଫଳରେ ବାସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।ମୟୂରଭଞ୍ଜ ଜିଲ୍ଲା ବେତନଟୀଥାନା ଅନ୍ତର୍ଗତ ରାଗଧା କଲେଜଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏହି ଦୀର୍ଘଟଣା ଘଟିଛି।ଯାତ୍ରୀବାହୀ ବସଟି ଯାତ୍ରୀନେଇ ଯାଉଥିବା ବେଳେ ରାସ୍ତାଉପରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିଥିଲା।ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ବାରିପଦାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି।

ନଦୀରେ ଭାସିଗଲେ ନାବାଳିକା

କେନ୍ଦୁଝର,୬।୯(ଏସଏସନିଉଜ)ଗାଧୋଇବା ବେଳେ ନଦୀରେ ଭାସିଯାଇଛନ୍ତି ଜଣେ ନାବାଳିକା।ନାବାଲିକାର ଏଯାଏଁ ମିଳିନି ପତ୍ତା। ଗାଧୋଇବା ବେଳେ ଘଟିଲା ଅଘଟଣ । କେନ୍ଦୁଝରଜିଲ୍ଲା ଘଷିପୁରାଥାନା ଷେଣ୍ଡେଇନଦୀରେ ଏଭଳି ଅଘଟଣ ଘଟିଛି ।ନିଖୋଜ ନାବାଳିକା ସାମୁକନାଣ୍ଡି ଗାଁର ପରିଆ ନାହକଙ୍କ ୯ ବର୍ଷ ବୟସ୍କ ଝିଅ ସସ୍ମିତା ବୋଲି ଜଣାପଡିଛି।

ମୁକୁଳା ପାଣିଟାଙ୍କିରୁ ମିଳିଲା ମୃତଦେହ

ବାରଙ୍ଗ,୫ା୯(ଏସଏସନିଉଜ)ରଘୁନାଥପୁର ଗାଁମୁଣ୍ଡରେ ଥିବାଏକ ଖୋଲାପାଣିଟାଙ୍‌କିରୁ ଭାସୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନାପୋଲିସ । ମୃତକ ହେଉଛନ୍ତି କେଉଁଝର ଆନନ୍ଦପୁରର ମାର୍ଶାପାଳ ଗାଁରପିତାମ୍ବରମୁର୍ମୁ(୫୮) ।ପିତାମ୍ବର ତାର ଅନ୍ୟଜଣେ ସାଥି ସୁନାରାମ ସୁରେନ ସହିତ ରଘୁନାଥପୁର ଗାଁମୁଣ୍ଡରେ ନିର୍ମାଣଧିନ ଅଟାଳିକାରେ କାମକରିବାକୁ ଶୁକ୍ରବାରଦିନ ଗାଁରୁ ଆସିଥିଲା ।କିନ୍ତୁ ସୋମବାରରାତିରେ ସେ ରହୁଥିବା କ୍ୟାମ୍ପରେ ତାଙ୍କର ଦେଖାନମିଳିବାରୁ ତାଙ୍କପୁଅ ମାଧବକୁ ସୁନାରାମ ଜଣାଇଥିଲେ ।ମାଧବ ମଙ୍ଗଳବାର ଦିହିପହରରେ ପହଁଚିବାପରେ ମୁକୁଳାପାଣିଟାଙ୍କିରେ ଭସୁଥିବା ମୃତଦେହ ତାଙ୍‌କ ବାପାଙ୍କର ବୋଲି ଚିହ୍ନଟ […]

ଗଣ୍ଡଗୋଳରେ ୨ମୃତ, ୪ଆହତ

ଗଞ୍ଜାମ,୫ା୯(ଏସଏସନିଉଜ)କବିସୂର୍ଯ୍ୟନଗରଥାନାଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଦିପୁନ୍ ଭୁୟାଁ ଓ ଲିପୁନ୍ ସ୍ବାଇଁ ନାମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ନେଇଥିଲାବେଳେ ସେଠାରେ ଦୁଇଜଣଙ୍କର ମୃତ୍ୟୁହୋଇଛି । ଏହିଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ।

ଚାଲିଗଲା ଦୁଇହାତୀଙ୍କ ଜୀବନ

ଅନୁଗୁଳ,୫ା୯(ଏସଏସନିଉଜ) ସାତକୋସିଆ ଅଭୟାରଣ୍ୟ ନିକଟସ୍ଥ ଜଗନ୍ନାଥପୁରରେ ଏକାଥରକେ ଦୁଇ ହାତୀର ମୃତ୍ୟୁହୋଇଥିବାର ଜଣାପଡିଛି । ମୃତ ହାତୀ ମଧ୍ୟରୁ ଗୋଟିଏ ଦାନ୍ତ ହାତୀ ଏବଂ ଅନ୍ୟଟି ମାଇହାତୀ ରହିଛି । ବିଦ୍ୟୁତ୍ ଆଘାତ ଲାଗି ହାତୀଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବାବେଳେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ତେବେ ହାତୀଦୁଇଟି ମରିବାର ପକୃତକାରଣ ଅଦ୍ୟାବଧି ଜଣାପଡିନାହିଁ ।

ସ୍ୱାମୀପରେପରେ ଚାଲିିଗଲା ସ୍ତ୍ରୀ

ଖୋର୍ଦ୍ଧା,୩ା୯(ଏସଏସନିଉଜ)ସ୍ୱାମୀର ଆତ୍ମହତ୍ୟାପରେ ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ହୋଇଛି ।ସଦରଥାନା ବଣିଆଟାଙ୍ଗିଗାଁରେ ଅଭାବନୀୟ ଘଟଣା ଘଟିଛି ।ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେିଥିବାର ଜଣାପଡିଛି ।ବିଦ୍ୟୁତସଂସ୍ପର୍ଶରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି କଣ ପାଇଁ ଉଭୟ ପତିପତ୍ନୀ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାମେଡିକାଲରେ ପତିପତ୍ନୀଙ୍କ ମୃତଦେହ ରହିଛି ।

ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ସାନଭାଇ ଜୀବନ

ବାଙ୍କୀ,୩।୯(ଏସଏସ ନିଉଜ)ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ସାନଭାଇ ମୃତୁବରଣ କରିଛି ଦେବୀ ଦ୍ବାରକୁ ବୁଲିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ନଦୀରେ ଗାଧୋଇବାବାବେଳେ ବୁଡ଼ି ଯାଇଥିଲେ ବଡ଼ଭାଇ।ଏହାଦେଖି ବଡ଼ଭାଇକୁ ଉଦ୍ଧାର କରିବାକୁ ପାଣିକୁ ଡେଇଁଥିଲେ ସାନଭାଇ।ଆଜିସକାଳୁ ସାନଭାଇ ଆକାଶ ରାଉତରାୟ ଙ୍କ ମୃତଦେହ ଉଦ୍ଧାର ହୋଇଛି।  

ଝାମ୍ପିନେଲେ ୩ଲକ୍ଷ

ପୁରୀ,୩।୯(ଏସଏସନିଉଜ)ଗତକାଲି ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ହାତରୁ ୩ ଲକ୍ଷ ଟଙ୍କା ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଝିଅବାହାଘର ପାଇଁ ଝଈଓରୁ ଟଙ୍କା ଉଠାଇଥିଲେ ବିଚିତ୍ରା।ଟଙ୍କା ନେଇ ଫେରୁଥିବାବେଳେ ବାଇକରେ ଦୁଇଜଣ ଆସି ଟଙ୍କା ନେଇ ପଳାଇଥିଲେ।ଯାହାର ଦୃଶ୍ୟ ଉଉଞଠରେ କଏଦ ହୋଇଛି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।