Browsing category

ଅପରାଧ

ବାହୁଡ଼ାଯାତ୍ରାରେ ଦୁଇଗୋଷ୍ଠୀ ମୁହାଁମୁହିଁ

ସୁନ୍ଦରଗଡ଼, ୨୯ା୬(ଏସଏସନିଉଜ) ବାହୁଡ଼ାଯାତ୍ରା ବେଳେ ତଳସରା ଥାନା ସବଡେଗାରେ ୨ଗୋଷ୍ଠୀ ମୁହାଁମୁହିଁ ହେବାରୁ ୫ ଯୁବକ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାହୁଡାଯାତ୍ରାବେଳେ କିଛି ଯୁବକ ଜୟ ଶ୍ରୀରାମ ନାରା ଦେବାକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକମାନଙ୍କଉପରେ ଚାପ ପକାଇବାରୁ ଗଣ୍ଡୋଗଳ ଆରମ୍ଭ ହୋଇଥିଲା ।ଫଳରେ ଭୁଜାଲିଆକ୍ରମଣରେ ଗୋଟିଏ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ୩ପ୍ଲାଟୁନପୋଲିସଫୋର୍ସଧରି […]

ପିକଅପ୍ ଧକ୍କାରେ ଚାଲିଗଲା ଯୁବକର ଜୀବନ

ଝାରସୁଗୁଡ଼ା,୨୮ା୬(ଏସଏସନିଉଜ)ଆଜି ସକାଳେ ଲଖନପୁରଥାନା ଅନ୍ତର୍ଗତ କୁଡ଼ାଲୋଇ ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ବେଆଇନ ଗୋ ଚାଲାଣ କରୁଥିବା ଏକ ପିକଅପ୍ ଧକ୍କାରେ ଜଣେ ଯୁବକର ମୃତ୍ୟୁଘଟିଛି ।ମୃତକ ହେଉଛନ୍ତି କୁଡ଼ାଲୋଇ ନିବାସୀ ପଦ୍ମଲୋଚନ ଗରଡ଼ିଆ(୩୪)ାଘଟଣାପରେ ଉତେଜନା ଦେଖାଦେଇଛି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

ଅଧା ରହିଗଲା ବାହାଘର

କେନ୍ଦୁଝର,୨୮।୬(ଏସଏସନିଉଜ)କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ସାହୀ ନିକଟରେ ଦୁର୍ଘଟଣା ହୋଇଛି lଟ୍ରକଧକ୍କାରେ ୫ଜଣ ବରଯାତ୍ରୀ ମୃତୁବରଣ କରିଥିବାବେଳେ ବାହା ନହୋଇ ଫେରିଆସିଛି ବର lବରଯାତ୍ରୀ ମାନେ ଡିଜେ ବଜାଇ ରୋଷଣି ସହ ବରକୁ ନେଇ ଶୋଭାଯାତ୍ରା ରେ ଯାଉଥିବା ବେଳେ ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା lଏହା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ହୋଇ ହୋଇଛନ୍ତି ।

ଘାଟିର ଖାଇରେ ଓଲଟିପଡିଲା ପିକଅପଭ୍ୟାନ୍

କଳାହାଣ୍ଡି,୨୮ା୬(ଏସଏସନିଉଜ) ଆଜିସକାଳେ ଜୟପାଟଣାବ୍ଲକ ଢୁଲୁଘାଟିରେ ଏକ ପିକଅପଭ୍ୟାନ ଭାରସାମ୍ୟ ହରାଇ ଘାଟିର ଖାଇରେ ଓଲଟିପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାସହ ୧୧ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।ଆହତମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଭ୍ୟାନଟି ନବରଙ୍ଗପୁର ଜିଲ୍ଲାରୁ ଧନସୁଲି ସାପ୍ତାହିକ ବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ପଣ୍ଡ ହେଲା ଡକାୟତି ଉଦ୍ୟମ

ମେଣ୍ଢାଶାଳ,୨୫|୬ (ଏସଏସନିଉଜ ) ଗତ ଶୁକ୍ରବାର ଭୋର ୪ ଘଟିକା ସମୟରେ ରାଜଧାନୀ ଉପକଣ୍ଠ ଯାଁଳା ପଞ୍ଚାୟତର ୧୬ ନମ୍ବର ଜାତୀୟ ରାଜପଥ କଡ ତଥା ମା ବାଟଭୁଆସୁଣୀ ମନ୍ଦିର ନିକଟ ଓଗାଳପଡା ଗ୍ରାମ ମା ଚଣ୍ଡି ଠାକୁରାଣୀ ମନ୍ଦିର ପାଖରେ ଜାଗା କିଣି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏକ ବଡଧରଣର ଡକାୟତି ଯୋଜନା ବିଫଳ ହୋଇଛି। ବାପ ପୁଅଙ୍କ ସାହାସିକତାରୁ ଜଣେ ଡକାୟତ ଧରାପଡ଼ି ପୋଲିସ ହେପାଜତରେ ରହିଛି। ସୂଚନା ମୁତାବକ ଇମ୍ଫୋଭ୍ୟାଲି […]

କିଏ ଜାଣିଥିଲା ଏମିତି ହେବ

ଭୁବନେଶ୍ୱର,୨୬।୬(ଏସଏସ ନିଉଜ)ବାହାଘର ହୋଇଥିଲା। ଏଇ ଝିଅଟି ହାତଗଣ୍ଠି ଫିଟାଇଥିଲା।ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ।ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ସରକାରୀବସ୍‌ ସହ କନ୍ୟା ଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।ଦୁର୍ଘଟଣାରେ । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଡାରୀରୁ […]

ଜାଲରେ ପଡ଼ିଲା ୬ଫୁଟର କୁମ୍ଭୀର

ବାସୁଦେବପୁର,୨୫ା୬(ଏସଏସନିଉଜ) ଜାଲରେ ପଡ଼ିଲା ୬ ଫୁଟର କୁମ୍ଭୀର ।ଗତକିଛିଦିନହେବ ସାନଅଗାପୁର ଗାଁ ମନ୍ତେଇର ଶାଖା ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଥିଲା ।ନଦୀରେ ମାଛ ଧରିବା ବେଳେ ଜାଲରେ ପଡିଥିଲା କୁମ୍ଭୀରାକିଛିଦିନ ତଳେ ନଦୀପଠାରେ ୨ଟି କୁମ୍ଭୀର ଦେଖିଥିଲେ ଲୋକୋଯାହାକୁନେଇ ଲୋକମାନଙ୍କ ମଧ୍ୟରେ ଭୟରବାତାବରଣ ସୃଷ୍ଟି ହୋଇଥିଲା ।  

ଟ୍ରକକୁ ପଛରୁ ପିଟିଲା କାର୍

ଆଳି,୨୫ା୬(ଏସଏସନିଉଜ) ଟ୍ରକକୁ ପଛରୁ କାର୍ ପିଟିବା ଫଳରେ ୫ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକରେ ଘଟିଛି ଏହି ଦୁର୍ଘଟଣା । ପୁରୀରୁ ସଂପର୍କୀୟଙ୍କ ମୃତଦେହ ସତ୍କାର କରି ଫେରିବା ବେଳେ ଏହି ଦୁର୍ଘଟଣାଘଟିଛି । ସମସ୍ତ ଆହତମାନେ ରାଜକନିକା ନିକଟ କୋଇଲିପୁର ଗାଁର ବୋଲି ଜଣାପଡିଛି ।  

ବାବା ନେଇଗଲେ ସୁନାଚେନ !

ବାରଙ୍ଗ, ୨୪/୬ (ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ରାକେଶ କୁମାର ପଢ଼ିହାରିଙ୍କ ଘରୁ ତାଙ୍କର ଏକ ସାଢେ ତିନିଭରି ଓଜନର ସୁନାଚେନ ଚୋରି ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ସୂଚନା ମୁତାବକ ରାକେଶ ତାଙ୍କ ପରିବାରର ଗ୍ରହ ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ପାଇଁ ଶନିବାର ସକାଳେ ଦୁଇଜଣ ନାଗା ସାଧୁଙ୍କୁ ଘରକୁ ଡାକିଥିଲେ।ଏହି ସମୟରେ ସେ ନିଜର ସୁନା ଚେନକୁ ଟେବୁଲ ଉପରେ ରଖି ଘର ଭିତରକୁ ଯାଇଥିଲେ।ଘରୁ ବାହାରକୁ ଆସିବା ପରେ ଟେବୁଲ୍ ଉପରେ […]

ଗାଈଚୋରି କରି ନେଉଥିବା ବେଳେ ଧରିଲା ପୋଲିସ

ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ […]