ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ।
କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ ଦେଲେ ପ୍ରତିଶ୍ରୁତି l

Comments (0)
Add Comment