ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ସେବା ଏକ୍ସପ୍ରେସ୍‌’

ନୟାଗଡ଼, ୬ା୭(ଏସଏସନିଉଜ) ଯାନ୍ତ୍ରିକତ୍ରୁଟି ଯୋଗୁ ନୟାଗଡ଼ଷ୍ଟେସନରେ ସେବା ଏକ୍ସପ୍ରେସ୍ ୨ଘଂଟାକାଳ ଅଟକିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା।

Comments (0)
Add Comment