Browsing category

ଅପରାଧ

ଗଞ୍ଜେଇ ଚାଲାଣ

ବୌଦ୍ଧ,୩୧।୩(ଏସଏସନିଉଜ) ବରକୁଡ଼ା ଛକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ କନଷ୍ଟେବଲ। କନଷ୍ଟେବଲ ନିଧି ସାହୁଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ।ବଳସିଙ୍ଗା ରିଜର୍ଭରେ କାର୍ଯ୍ୟ କରୁଛନ୍ତି ଗିରଫ କନଷ୍ଟେବଲ।ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ ଏହି ସୂଚନା ଦେଇଛନ୍ତି।

ପୋଲିସ ବିରୋଧରେ ଥାନାକୁ ଗଲେ ବିଧାୟିକା

କେସିଙ୍ଗା,୩୧।୪(ଏସଏସନିଉଜ)କେସିଙ୍ଗା ପୋଲିସ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି।କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ ହୋଇଛି।ବିନା ଅନୁମତିରେ ପୋଲିସ ଘରେ ପ୍ରବେଶ କରିଥିବା ନେଇ ଅଭିଯୋଗରେ ଦର୍ଶାଇଲେ।ଘରେ ନ ଥିବା ବେଳେ କବାଟ ଝରକା ଭାଙ୍ଗି ପଶିଥିବା ଅଭିଯୋଗ ହୋଇଛି। ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ଅନୁମତି ନ ନେଇ କିମିତି ପଶିଲା ବୋଲି ପଚରାଯାଇଛି। ଝିଅ ଓ ମହିଳା ସହକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର […]

ପଥର ଗାଡ଼ି ନେଲା ଜୀବନ

ବାରଙ୍ଗ, ୨୭।୩(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ବଜାର ଉପରେ ଗୋଟିଏ ମାଙ୍କେଡା ପଥର ବୋଝେଇ ଟ୍ରକ ଧକ୍କାରେ ଏକ ଗାଈର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ଗୋଡିସାହି ପଟୁ ଓଆର ୦୨ଏଜି ୯୧୧୭ ନମ୍ୱର ଟ୍ରକଟି ମାଙ୍କେଡା ପଥର ବୋଝେଇ କରି ଦୃତ ଗତିରେ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ଷଣ୍ଢପୁର ବଜାର ଉପରେ ମୁଖ୍ୟରାସ୍ତା ଉପରେ ଛିଡା ହୋଇଥିବା ଏକ ଗାଈଟିକୁ ଧକ୍କା ଦେଇ ଟ୍ରକଟି ପଳାଉଥିଲା।ସ୍ଥାନୀୟ ଲୋକମାନେ ଏହା ଦେଖି ଖସି ପଳାଉଥିବା […]

ଟେଷ୍ଟ ଡ୍ରାଇଭ୍‌ ନାଁରେ ଲ୍ୟାଣ୍ଡ ରୋଭର ଲୁଟ୍‌

ଭୁବନେଶ୍ୱର,୨୫।୩(ଏସଏସନିଉଜ)ଟେଷ୍ଟ ଡ୍ରାଇଭ୍‌ ବାହାନାରେ ଲୁଟି ନେଲେ ଲ୍ୟାଣ୍ଡ ରୋଭର ଡିଫେଣ୍ଡର।ଗାଡି କିଣିବା ପାଇଁ କହି ଟେଷ୍ଟ ଡ୍ରାଇଭ ବାହାନାରେ ଚମ୍ପଟ୍‌ ମାରିଲେ।ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି।କାର୍‌ ସହ ଦେଢ଼ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଲେ।ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ୍ ଆରମ୍ଭ କରିଛି।

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା,୨ଗୁରୁତର

ବାରଙ୍ଗ,୨୧।୩(ଏସଏସନିଉଜ)ଗୋଡ଼ିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ହାଇୱା ସହ ଟ୍ରକଟିର ମୁହାଁମୁହିଁ ଧକ୍କା ହୋଇଥିବାରୁ ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ,ଶୁକ୍ରବାର ବିଳମ୍ବିତ ରାତିରେ ଗୋଡ଼ିସାହି ପଟୁ ଗୋବିନ୍ଦପୁର ଅଭିମୁଖେ ଆସୁଥିବା ଓଆର ୧୯ ଇ ୮୭୧୧ ନମ୍ୱର ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଓଡ଼ି୩୩ ଏଡବ୍ଲୁ ୪୨୭୧ ନମ୍ୱର ଚିପ୍ସ ବୋଝେଇ ହାଇୱାର ଗୋବିନ୍ଦପୁର ଛକ ନିକଟରେ ମୁହାଁମୁହିଁ ଧକ୍କା […]

ପୁଣି ଜଳିଗଲା ବସ୍

ଭୁବନେଶ୍ବର,୨୧।୩(ଏସଏସନିଉଜ)ଭୁବନେଶ୍ବରରୁ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଯାଲିଯାଇଛି।ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ୍ ନିକଟରେ ନିଆଁ ଲାଗିଥିବାର ସୂଚନା ମିଳିଛି।ଏହି ଘରୋଇ ବସରେ ନିଆଁ ଲାଗିଯାଇଥିଲା।ତେବେ ବସରେ ଥିବା ୩୭ ଜଣ ଯାତ୍ରୀ ସୁରକ୍ଷିତ ଥିବାର ଜଣାପଡିଛି।ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବାର ଦେଖିବାକୁ ମିଳିଛି।

ନାବାଳିକାକୁ ଅସଦାଚରଣ,ଫଟୋ ଭାଇରାଲ ଧମକ

ଭୁବନେଶ୍ୱର ,୧୧।୩(ଏସଏସନିଉଜ) ଜଣେ ନାବାଳିକାକୁ ନିୟମିତ ଭାବେ ଅସଦାଚରଣ କରିବା ସହିତ ଝିଅ ର ମା କୁ ଅଶ୍ଳୀଳ ଫଟୋ ପଠାଇ ଧମକ ଦେବା ଅଭିଯୋଗ ରେ ନନ୍ଦନକାନନଥାନା ପୋଲିସ ଜଣେ ଯୁବକ କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ପଦାସାହି ଗ୍ରାମର ବଣ୍ଟି ସାମଲ (୨୩)ବୋଲି ସୂଚନା ମିଳିଛି। ପ୍ରକାଶଯେ, ଜଣେ ୧୬ ବର୍ଷ ବୟସ୍କା (ଚିନୁ) ଛଦ୍ମନାମ ନାବାଳିକା ଜଣଙ୍କ ପାଖରେ ଥିବା ଏକ ସ୍କୁଲକୁ […]

ବାରଙ୍ଗରେ ବାଲି ମାଫିଆଙ୍କ ରାଜ

କଟକ, ୧୧।୩(ଏସଏସନିଉଜ) ବାରଙ୍ଗ ଅଂଚଳରେ ଦିନରାତି ବାଲି ମାଫିଆ ମାନେ ସକ୍ରିୟ ଥିବା ବେଳେ ଲଘୁ ଖଣିଜ ବିଭାଗ ସହ ସ୍ଥାନୀୟ ପ୍ରଶାସନ ନିରବତା ଅବଲମ୍ବନକୁ ନେଇ ବାରଙ୍ଗ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ସୁଯୋଗରେ ମାଫିଆମାନେ ବେଧଡକ ଭାବେ ବେଆଇନ ଚୋରା ବାଲି, ମୋରମ ଓ ମାଟି ଚାଲାଣ କରିବାକୁ ପଛାଉ ନାହାନ୍ତି । ବାରଙ୍ଗ ତହସିଲ ଅଂଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାଠଯୋଡ଼ି ନଦୀବନ୍ଧ ସରକାରି ଜମିକୁ ଜବରଦଖଲ କରି ସେଠାରେ […]

ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କୁ ଦୁର୍ବ୍ୟବହାର

କଟକ,୯।୩(ଏସଏସନିଉଜ) ବ୍ରାହ୍ମଣୀଗାଁରେ ସରକାରୀ ରାସ୍ତାକୁ ଜବରଦଖଲ କରି କରାଯାଇଥିବା କାମକୁ ଭାଙ୍ଗିବା ବେଳେ ତହସିଲ କର୍ମଚାରୀମାନଙ୍କ ସହ ସାମ୍ବାଦିକମାନକୁ ଆକ୍ରମଣ ଉଦ୍ୟମ କରାଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ସୋମବାରଦିନ ୧୧ଟାସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ରାଜସ୍ବକାର୍ଯ୍ୟାଳୟ ଅଧିନରେଥିବା ବ୍ରାହ୍ମଣୀଗାଁରେ ଜଣେ ବ୍ୟକ୍ତି ଘରଆଗରେ ଥିବା ସରକାରୀରାସ୍ତା ଉପରେ ସ୍ଥାୟୀପ୍ରାଚୀର ନିର୍ମାଣ ପାଇ ଉଦ୍ୟମ କରି କାର୍ଯ୍ୟଆରମ୍ଭ କରିଥିଲେ।ଗ୍ରାମବାସୀ ମାନଙ୍କଠାରୁ ଅଭିଯୋଗ ପାଇ ତହସିଲପକ୍ଷରୁ ସରକାରୀ […]