Browsing category

ଅପରାଧ

ଆସିଲେ ପଇଡହଣା କଟୁରୀରେ ହାଣିଲେ

ବାରଙ୍ଗ, ୨୫।୨(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ବାଇକରେ କଟୁରୀ ନେଇ ଆସିଲେ ଆଉ ହାଣି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ହାତରେ ଧରାପଡିଲେ। ପ୍ରକାଶ ଯେ ବୁଧବାର ସନ୍ଧ୍ୟାରେ ନରଣପୁର ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବକ ପଇଡ଼ କଟା କଟୁରୀରେ ଗୋଡାଇ ଗୋଡାଇ ହାଣିଛନ୍ତି। ଯୁବକ ଜଣଙ୍କୁ ଗୁରୂତର ଅବସ୍ଥାରେ ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି। ଗୁରୁତର […]

ଲିଭୁନି ନିଆଁ…

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏବେବି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇବା ପ୍ରୟାସ ଆରମ୍ଭ କରିଛି ଅଗ୍ନିଶମବାହିନୀ। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।ଅଗ୍ନିଶମବାହିନୀବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଛି।ତେବେ ଘର ଭିତରେଥିବା ପ୍ଲାଷ୍ଟିକପାଇଁ ନିଆଁର ପରିଣାମ ବଢ଼ିବାରେ […]

ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ

ଅନୁଗୁଳ,୨୪।୨(ଏସଏସନିଉଜ) ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହଆଠମଲ୍ଲିକ ଥାନା ଅଧୀନସ୍ଥ କନ୍ଧପଡ଼ା ନିକଟ ରାସ୍ତାରେ ପଡ଼ିଛି ମୃତଦେହ।ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଅଦ୍ୟାବଧି ପୋଲିସଘଟଣାସ୍ଥଳରେ ପହଞ୍ଚିନାହିଁ ।ଅନ୍ୟପଟେ ଉଦଳାର ଖୁଣ୍ଟାଥାନା ଅଧୀନସ୍ଥ ଗୋଡ଼ିଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି।୫ଜଣ ଯୁବକ ମିଶି ଗାଁ ଦାଣ୍ଡରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ଆସିଛି।ଏକ ହତ୍ୟା ମାମଲାରେ ପ୍ରତ୍ୟେକ୍ଷଦର୍ଶୀ ଭାବେ କୋର୍ଟରେ ସାକ୍ଷୀ ଦେବାରୁ ହତ୍ୟା କରୁଥିବାର ଜଣାପଡିଛି।ଖୁଣ୍ଟା ଥାନାରେ ଜଣେ ଅଟକ ରଖି ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

ଧରାପଡ଼ିଲେ ଫେରାର୍‌ ପ୍ରେମିକ ଓ ନବବଧୂ

ବଲାଙ୍ଗିର,୨୪।୨(ଏସଏସନିଉ ଜ)ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣାରେ ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଛନ୍ତି ପ୍ରେମିକନବବଧୁ।ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ।ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା।

ଭୁଶୁଡ଼ି ପଡିଲା ତାଜା

ବାରଙ୍ଗ, ୨୩।୨(ଏସଏସନିଉଜ)ଗୋଡିସାହି ଫାଣ୍ଡିକୁ ଲାଗି ନୂଆକରି ହେଉଥିବା ଗୃହର ତାଜା ଭୁଶୁଡ଼ି ପଡ଼ିଥିବାର ସୋମବାର ସକାଳେ ଦେଖିବାକୁ ମିଳିଛି।ନିମ୍ନମାନର କାମ ର ଏହା ଜ୍ୱଳନ୍ତ ଉଦାହରଣ ବୋଲି ଚର୍ଚ୍ଚା ଜୋର୍ ଧରିଛି। ପ୍ରକାଶ ଯେ,ରାଜ୍ୟ ସରକାର ଥାନା ଓ ଫାଣ୍ଡିର ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ କରୁଛନ୍ତି।ଏଥିନିମନ୍ତେ ଗୋଡିସାହି ଫାଣ୍ଡିକୁ ଲାଗି ଏ ନୂଆକରି ଫାଣ୍ଡି ଗୃହ ମଧ୍ୟ ନିର୍ମାଣ କରାଯାଉଛି। ନୂଆକରି ହେଉଥିବା ଏହି ଘରର ଛାତ ପଡ଼ିନାହିଁ।କିନ୍ତୁ ଝରକା ଉପରେ ପଡ଼ିଥିବା […]

ଆମ ବସରେ ନିଆଁ ଲଗାଇଦେଲେ

ଭୁବନେଶ୍ବର,୨୩।୨(ଏସଏସନିଉଜ) ବିବାଦର ପିଛା ଆମ ବସ ଉପରୁ ଛାଡ଼ୁ ନଥିବା ବେଳେ ଆଜି ପୁଣି ଆମ ବସ୍ ଦୁର୍ଘଟଣା ଘଟାଇଛି।ଆମ ବସ୍ ଧକ୍କାରେ ସାଇକେଲ୍ ଆରୋହୀ ଗୁରୁତର ଆହତ ହେବା ପରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପଳାଶପଲ୍ଲୀ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ଚାଲକର ମାନମନିକୁ ଦୋଷାରୋପ କରି ଉତ୍ତ୍ୟକ୍ତ ଲୋକମାନେଆମ ବସର କାଚ ଭାଙ୍ଗିବା ସହ ନିଆଁ ଲଗାଇଦେଇଛନ୍ତି।

ଭିଜିଲାନ୍ସ ପଞ୍ଝାରେ ତହସିଲଦାର

ସୋର,୧୯।୨(ଏସଏସନିଉଜ)ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ ।୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ।ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ମାଡ଼ିବସିଥିଲା।

ବରଗଡ଼ ପୋଲିସ ପଞ୍ଝାରେ ୯ ସାଇବର ଠକ

ବରଗଡ଼,୧୯।୨(ଏସଏସନିଉଜ)ସପ୍ତାହେ ଭିତରେ ୯ ସାଇବର ଠକ ଗିରଫ ହୋଇଛନ୍ତି।ଅପରେସନ ସାଇବର କବଚରେ ପୋଲିସକୁ ସଫଳତା ମିଳିଛି।ନୀରିହ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କରୁଥିଲେ ଠକେଇ।ପରବର୍ତ୍ତୀ ସମୟରେ ଆକାଉଣ୍ଟକୁ ଫ୍ରଡ୍ ସଂସ୍ଥାରେ ବ୍ୟବହାର କରୁଥିଲେ।୭୫ ପାସ୍ ବୁକ୍, ୧୯ ଚେକ୍‌ବୁକ୍, ୧୧ ଏଟିଏମ, ୨୬ ସିମକାର୍ଡ ଜବତ ହୋଇଛି।୬ ହଜାର ୭୦୦ ଟଙ୍କା ଓ ଗୋଟିଏ ସ୍କୁଟି ଜବତ ହୋଇଛି।୭୫ ପାସ୍ ବୁକ୍‌ରେ ହୋଇଛି ୧୦ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବାର ପ୍ରାଥମିକ ତଦନ୍ତ ବେଳେ […]

ସମ୍ବଲପୁରରେ ୫୦ ଅଟକ !

ସମ୍ବଲପୁର,୧୯।୨(ଏସଏସନିଉଜ)ଅପରେସନ୍ ସାଇବର କବଚରେ ସମ୍ବଲପୁର ପୋଲିସ ଦ୍ବାରା ୫୦ ଜଣ ଅଟକ ରହୁଛନ୍ତି।ପ୍ରାୟ ୧୦୦ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ଅଟକ ରହିଛନ୍ତି।ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କ ଆକାଉଣ୍ଟରୁ କରୁଥିଲେ ଠକେଇ।

ସାବଧାନ ! କପି କଲେ ୫ ବର୍ଷ ଜେଲ୍

ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର […]