ମୋବାଇଲ୍ ଚୋରି କରି ଧରାପଡିଲେ

ମେଣ୍ଢାଶାଳ,୧୦।୪(ଏସଏସନିଉଜ)ଚନ୍ଦକା ଥାନା ଅଧୀନସ୍ଥ ଗିରିଙ୍ଗାପୁଟ ଗାଁ ପାଖରେ ଥିବା ଏକ ଘରୋଇ କମ୍ପାନୀରୁଏକ ମୋବାଇଲ୍ ଫୋନ୍ ଚୋରି କରିନେଇଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଗଞ୍ଜାମର ଶ୍ରୀନାଥ ପ୍ରଧାନ(୨୯) ।ପୋଲିସ ତାଙ୍କଠାରୁ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଜବତ କରିଛି।
ପ୍ରକାଶ ଯେ,ଇମରାନ ଖାନ ନାମକ ବ୍ୟକ୍ତି ଡିଏଚଏଲ ନାମକ ଏକ ଘରୋଇ କମ୍ପାନୀରେ ସୁପରଭାଉଜର ଭାବେକାମ କରନ୍ତି।କମ୍ପାନୀରୁ ଗୋଟିଏ ଆପଲ୍ ମ୍ୟାକବୁକ୍ ପ୍ରୋ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ନେଇ ଗୁରୁବାର ଦିନ ସେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୧୮୨/୨୬କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଶ୍ରୀନାଥ ପ୍ରଧାନ ନାମକ କର୍ମଚାରୀ ମୋବାଇଲ୍ ନେଇଯାଇଥିବାର ପୋଲିସ ଜାଣିବାକୁ ପାଇଥିଲା।ପୋଲିସ ତାକୁ ଗିରଫ କରି ଚୋରା ମୋବାଇଲ୍ ଜବତ କରିବା ସହ ଶୁକ୍ରବାର କୋର୍ଟଚାଲାଣ କରିଛି। (ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment