କଟକ,୪।୪(ଏସଏସନିଉଜ)ଶନିବାରଦିନ ବାରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା।ଏକ ଗାଡ଼ିଚୋର ରାକେଟକୁ ଠାବକରି ୬ଜଣଚୋରକୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନମ୍ବରବିହୀନ ବାଇକ୍ ସହ ୭ଟିଗାଡ଼ି ଜବତ କରିବା ସହିତ ୧୬ଟି ମୋବାଇଲଫୋନ,୬ସୋଲାର ପ୍ୟାନେଲ,ଓଜନମେସିନ,ବେଟାରି ,ତାରବଣ୍ଡଲ,କଟରମେସିନ ଆଦି ଜବତକରିଛି ବାରଙ୍ଗଥାନା ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀଥାନା ଅଧୀନସ୍ଥ କୁଅମଡ଼ା ଗ୍ରାମର ରାକେଶ କୁମାର ଭୋଇ(୨୧)ସନାତନଭୋଇ(୨୦)ବିନୋଦ କୁମାର ଭୋଇ (୨୭) ଇରାନ ଭୋଇ(୧୯)ବାଙ୍କୀଥାନା ଅଧୀନସ୍ଥ ଭାଗିପୁରଗ୍ରାମର ପ୍ରଫୁଲ୍ଲ ଭୋଇ (୩୮)ଢେଙ୍କାନାଳ ଗୁରୁଡ଼ିଆଗ୍ରାମର ବିଭୂତିସାହୁ(୪୫)ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ ,କଟକଅଞ୍ଚଳର ବ୍ରହ୍ମାନନ୍ଦ ପରିଡା ନାମକ ବ୍ୟକ୍ତି ଗୋଡିସାହିଫାଣ୍ଡି ଅଧୀନରେଥିବା ଗୋବିନ୍ଦପୁରରେ ତାଙ୍କ ନୂତନ ଘରର ନିର୍ମାଣ କାର୍ଯ୍ୟ ତଦାରଖକରୁଥିବା ସମୟରେ ଗତ ୨ତାରିଖ ରାତିପ୍ରାୟ୨ଟା ସମୟରେ ଦୁଇଜଣ ବାଇକଚାଳକ ସେଠାରେ ପହଞ୍ଚିଥିଲେ।ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ କ୍ୟାମ୍ପସବାହାରେ ଅପେକ୍ଷା କରିଥିଲେ ଏବଂ ଅନ୍ୟଜଣେ ତାଙ୍କ କଳାରଙ୍ଗର ଟିଭିଏସ୍ ଜୁପିଟର ଗାଡିର ତାଲାଭାଙ୍ଗି ଚୋରିକରି ପଳାଇଯାଇଥିଲେ।ଏନେଇ ବ୍ରହ୍ମାନନ୍ଦ ଗୋଡିସାହିଫାଣ୍ଡିରେ ଅଭିଯୋଗ କରିଥିଲେ।ଅଭିଯୋଗପାଇ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଏକଟିମ୍ ଏହି ରାକେଟ କୁ ଧରିବାକୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲେ।ବିଶେଷ ସୂତ୍ରରୁ ଖବରପାଇଁ ପୋଲିସ ଉକ୍ତ ଥାନା ଅଧିନରେ ଥିବା ନିଗମକଲେଜ ନିକଟରେ ପୁଣି ଏକ ଗାଡ଼ିଚୋରି କରିବାକୁ ପ୍ଲାନ୍ କରୁଥିବାବେଳେ ଏହି ରାକେଟକୁ ମାଡି ବସିଥିଲେ । ସେମାନଙ୍କଠାରୁ ଚୋରିହୋଇଥିବା ଜୁପିଟର ଗାଡ଼ି ଜବତ କରିଥିଲେ।ଅଧିକ ପଚରା ଉଚରା ସମୟରେ ଅଭିଯୁକ୍ତମାନେ ବିଭିନ୍ନଜାଗାରୁ ଚୋରୀ କରିଥିବା ଗାଡ଼ି ସହ ଅନ୍ୟାନ୍ୟଜିନିଷ ଚୋରିକରିଥିବା ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ।ଏବଂ ସେମାନଙ୍କଠାରୁ ଏକ ନମ୍ବରବିହୀନ ବାଇକ୍ ସହ ୭ଟି ଗାଡ଼ି ,୧୬ଟି ମୋବାଇଲଫୋନ,୬ସୋଲାର ପ୍ୟାନେଲ,ଓଜନମେସିନ,ବେଟାରି ,ତାରବଣ୍ଡଲ,କଟରମେସିନ ଆଦି ଜବତକରି ପୋଲିସ ୧୬୦/୨୬କେସ ନମ୍ୱରରେ ଏକମକଦ୍ଦମା ରୁଜୁକରି ୬ଜଣଅଭିଯୁକ୍ତକୁ ଶନିବାରଦିନ କୋର୍ଟ ଚାଲାଣ କରିଛି।(ଜିତରାଉତଙ୍କ ରିପୋର୍ଟ)