ଭୁବନେଶ୍ୱର,୧୦।୪(ଏସଏସନିଉଜ)ଗତକାଲି ବିଳମ୍ବିତରାତିରେ ପଟିଆଗ୍ରାମର ତିନୋଟିମନ୍ଦିରରୁ ଚୋରିହୋଇଛି।ଚୋରମାନେ ମନ୍ଦିରକୁ ମଧ୍ୟ ଛାଡ଼ିଲିନି।ଏହା କୌଣସି ଉପାନ୍ତଗାଁ ନୁହେଁ ରାଜଧାନୀ ଛାତିଉପରେ ହୋଇଛି ଏଭଳି ଲୁଟ୍ । ଗୋଟିଏକି ଦୁଇଟିନୁହେଁ ପଟିଆଗାଁରୁ ୩ଟିମନ୍ଦିରରୁ ହୋଇଛି ସିରିଜଲୁଟ।ମନ୍ଦିରରୁ ସୁନାମୂର୍ତ୍ତି ନେଇଗଲେଡକାୟତ।କୋଟିକୋଟିଟଙ୍କାର ଠାକୁରଙ୍କ ମୂର୍ତ୍ତି,ଅଳଙ୍କାର ଚୋରିକରି ନେଇଗଲେ ଲୁଟେରା।ଗତକାଲି ବିଳମ୍ବିତରାତିରେ ୪ଦୁର୍ବୃତ୍ତ ପଶି ଶିଖରଚଣ୍ଡୀ,ନୀଳକଣ୍ଠ ଓ କନକଦୁର୍ଗାମନ୍ଦିରରୁ ଡକାୟତି କରିଥିବା ଜଣାପଡ଼ିଛି । ଲୁଟେରାଙ୍କଭିତରେ ଜଣେମହିଳାଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସପହଞ୍ଚି ତଦନ୍ତ ଜାରିରଖିଛି।ଏହି ଘଟଣାପରେ ଶୁକ୍ରବାର ଭୁବନେଶ୍ଵର ଉତରବିଧାୟକ ସୁଶାନ୍ତକୁମାରରାଉତ ଘଟଣାସ୍ଥଳ ପରିଦର୍ଶନ କରି ଗ୍ରାମବାସୀମାନଙ୍କ ସହିତ ଆଲୋଚନାକରି ତୁରନ୍ତ ଚୋରିକରିଥିବା ଆସାମୀକୁ ଗିରଫ କରିବାପାଇଁ ଭୁବନେଶ୍ୱରDCP ଏବଂ ଚନ୍ଦ୍ରଶେଖରପୁରଥାନା ଆଇଆଇସିଙ୍କ ସହିତ ଆଲୋଚନା କରିଛନ୍ତି।