Browsing category

ଅପରାଧ

ତେଲ ଟ୍ୟାଙ୍କରରେ ଗୋରୁଚାଲାଣ

ଭଦ୍ରକ,୨୫।୧(ଏସଏସନିଉଜ) ଧାମନଗରଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇ ସେଥିରୁ ୩୨ଟି ଗୋରୁ ଉଦ୍ଧାର କରାଯାଇଛି।ସେଥିମଧ୍ୟରୁ ୨ଟିଗୋରୁ ମୃତ ଅବସ୍ଥାରେ ମିଳିଥିବାର ଜଣାପଡିଛି। ଆଜି ସକାଳୁ ଯାଜପୁରରୁ ଭଦ୍ରକ ଅଭିମୁଖେ ଏକ ଭାରତ ପେଟ୍ରୋଲିୟମ ଟ୍ୟାଙ୍କରରେ ଗୋରୁବୋଝେଇ କରାଯାଇ ଆସୁଥିବା ସମ୍ପର୍କରେ ଗୋରକ୍ଷାସଂଗଠନ ଖବର ପାଇଥିଲା। ଏହାପରେ ଗୋରକ୍ଷକମାନେ ଭଣ୍ଡାରୀପୋଖରୀ ନିକଟରୁ ଗାଡ଼ିଟିକୁ ପିଛାକରି ବାରିକପୁରଛକଠାରେ ରୋକିଥିଲେ।ଗାଡି ରହିବାପରେ ଚାଲକ ଗାଡ଼ିଟିକୁ ଛାଡ଼ି ଫେରାର ହୋଇଯାଇଥିଲେ ।ଏହାକୁ ନେଇ […]

ରାଜଧାନୀ ଧକ୍କାରେ ଚାଲିଗଲା ଜୀବନ

କଟକ,୨୩।୧(ଏସଏସନିଉଜ)ଶୁକ୍ରବାର ରାତିରେ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ବାରଙ୍ଗ ଥାନା ଅଧୀନସ୍ଥ ଶ୍ରିବନ୍ତପୂର ଗ୍ରାମର ଅଭିଷେକ ଜେନା(୩୫)।ଆଜି ରାତିରେ ଅଭିଷେକ ଘରୁ ପଳାଇ ଆସି ରେଳ ଧାରଣା ଉପରକୁ ଚଢ଼ି ଯାଇଥିଲେ।କଣ୍ଟାପାଟଣା ଗାଁ ମୁଣ୍ଡ ରେଳ ଧାରଣା ଉପରକୁ ଚଢିବା ବେଳେସେହି ସମୟରେ ବାରଙ୍ଗ ପଟକୁ ଆସୁଥିବା ରାଜଧାନୀ ଏକ୍ସପ୍ରେସଆଗକୁ ପଳାଇ ଆସିଥିଲେ।ଯାହାଫଳରେ ଟ୍ରେନ ଧକ୍କାରେ ଅଭିଷେକଙ୍କର ମୃତ୍ୟୁ ଘଟିଥିଲା।ଖବର ପାଇ ବାରଙ୍ଗ ଜିଆରପି ଫାଣ୍ଡିର ଏଏସଆଇ ପରମାନନ୍ଦ ବେହେରା ସଦଳ […]

ତ୍ରିନାଥ ମନ୍ଦିରର ବାର୍ଷିକଉତ୍ସବ

ଭୁବନେଶ୍ଵର,୨୩।୧(ଏସଏସନିଉଜ)ଚନ୍ଦକା ଥାନା ପରିସରରେ ଥିବା ତ୍ରିନାଥମନ୍ଦିରର ବାର୍ଷିକଉତ୍ସବ ସରସ୍ଵତୀପୂଜା ଦିନ ଅନୁଷ୍ଟିତ ହୋଇଯାଇଛି।ମନ୍ଦିର ପରିସରରେ ଆୟୋଜିତ ପୂଜାରେ ଥାନା ଅଧିକାରୀଣି ସମିତା ମିଶ୍ର କର୍ତ୍ତା ଭାବେ ବସିଥିଲେ।ଏଥିରେ ପାଖ ଥାନାର ଅଧିକାରୀ,ବରିଷ୍ଟ ପୋଲିସ ଅଧିକାରୀ ମାନଙ୍କ ସମେତ ଥାନାଅଧୀନରେ ଥିବା ବିଭିନ୍ନଗ୍ରାମର ରାଜନୈତିକ ବ୍ୟକ୍ତି, ମୂରବୀ,ଯୁବକ ଓ ମହିଳାମାନେ ଯୋଗଦେଇ ପ୍ରସାଦ ସେବନ କରିଥିଲେ।ଏହି ଅବସରରେ ମନ୍ଦିରବେଢ଼ାରେ ନାମ ସଙ୍କୀର୍ତ୍ତନ କରାଯାଇଥିଲା।

ମୋରମ ଚୋରିକରି ଆଣୁଥିଲେ…

ଭୁବନେଶ୍ଵର,୨୨।୧ (ଏସଏସନିଉଜ) ବେଆଇନ ମୋହରମ ଚାଲାଣ ବେଳେ ବୁଧବାର ରାତିରେ ଦୁଇଟି ମୋହରମ ବୋଝେଇ ହାଇୱା,ଗୋଟିଏ ସ୍କର୍ପିଓକୁ ଚନ୍ଦକା ଥାନା ପୋଲିସ ଜବତ କରି ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ , ଗତ ୨୧ତାରିଖ ରାତିରେ ଚନ୍ଦକାଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ,ଗୋଠପାଟଣା ଜଙ୍ଗଲ ଜମିରୁ କୌଣସି ବୈଧ ଲାଇସେନ୍ସ କିମ୍ବା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବେଆଇନଭାବରେ ମୋରମ ଉଠା ଯାଉଥିବାର ଥାନା ଅଧିକାରିଣିଙ୍କ ପାଖରେ ସୂଚନା ମିଳିଥିଲା।ସୂଚନା […]

ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ

ଭଦ୍ରକ,୨୨।୧(ଏସଏସନିଉଜ)୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶାପୋଲିସ ପକ୍ଷରୁ ଗୁରୁବାର ଦିନ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଏହି ଅବସରରେ […]

ତମାଖୁ ଓ ନିକୋଟିନ୍ ଉତ୍ପାଦନ ବ୍ୟାନ୍

ଭୁବନେଶ୍ୱର,୨୨।୧(ଏସଏସନିଉଜ)ସମସ୍ତ ତମାଖୁ ଓ ନିକୋଟିନ୍ ସାମଗ୍ରୀ ଉତ୍ପାଦନକୁ ବ୍ୟାନ୍ କଲେ ରାଜ୍ୟ ସରକାର।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବନ୍ଧକ ଲଗାଯାଇଛି।ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ବ୍ୟାନ୍ କରାଯାଇଛି।ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ, ବିକ୍ରୟ ଉପରେ ରୋକ୍ ଲଗାଯାଇଛି। ଖାଦ୍ୟ ସୁରକ୍ଷା ଓ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ […]

ଭିଜିଲାନ୍ସ ଜାଲରେ କଖଡ଼ି RI

ଭୁବନେଶ୍ୱର,୨୧।୧(ଏସଏସନିଉଜ)ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ।କଟକସଦର ତହସିଲ୍ କଖଡ଼ିସର୍କଲର ଆରଆଇ ହେଲେ ଜାନକୀ ରଂଜନ ମଲ୍ଲିକ।୧୦ ହଜାରଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌ ଆରମ୍ଭ ହୋଇଛି।

ଆମ ବସ ନେଲାନି ସ୍କୁଲପିଲା

ଭୁବନେଶ୍ୱର,୨୧।୧(ଏସଏସନିଉଜ)ଚନ୍ଦକା ନିକଟସ୍ଥ ଭୋଳା ଗ୍ରାମମୁଣ୍ଡ ଆମ ବସର ଷ୍ଟପେଜ୍ ରେ ଆମ ବସ ସ୍କୁଲ ପିଲାଙ୍କୁ ନନେବାରୁ ଗ୍ରାମବାସିମାନେ ଉତ୍ୟକ୍ତ ହୋଇ ବସକୁ ଅଟକାଇ ପୋଲିସ ଜିମା ଦେଲେ ।ପରେ ସ୍କୁଲ ପିଲାଙ୍କୁ ନେବାର ଆଲୋଚନା ମାଧ୍ୟମରେ ସମାଧାନ ହେବାପରେ ବସ ଟି ସ୍ବାଭାବିକ ଭାବେ ଚଳପ୍ରଚଳ କରିଥିଲା। ପ୍ରକାଶ ଯେ, ବୁଧବାର ସକାଳେ ଭୋଳା ଗ୍ରାମର କିଛି ପିଲା କଣ୍ଟାବାଡ ସ୍କଲକୁ ପଢିବାକୁ ଯିବା ପାଇଁ ଗାଁ ମୁଣ୍ଡରେ ବସକୁ ଅପେକ୍ଷା କରିଥିଲେ।ଏହି ରାସ୍ତାରେ କଟକରୁ […]

ଦୁଇକାର ମୁଁହା ଧକ୍କା 

ଭୁବନେଶ୍ୱର,୨୧।୧(ଏସଏସନିଉଜ)ବୁଧବାର ଚନ୍ଦକା କୁଜିମହଲ ଗ୍ରାମ ନିକଟରେ ଦୁଇକାର ମୁଁହାମୁଁହି ଧକ୍କା ହେବାରୁ ଦୁଇଗାଈଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତଦୁଇ ଗାଡିକୁ ଜବତ କରି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି। ପ୍ରକାଶ ଯେ, ବୁଧବାର ସକଳେ ଚନ୍ଦକା ପଟୁ କୀଟର ୪ଜଣ ଛାତ୍ର ଓଡି ୦୨ସିଏସ ୦୦୬୯ନମ୍ୱର କାର ଯୋଗେ କଣ୍ଟାବାଡ ଆଡକୁ ଯାଉଥିଲେ ।କଣ୍ଟାବାଡ ପଟରୁ ଓଡି ୩୩ ଏଆର ୦୦୧୪ ନମ୍ୱର କାର ଯୋଗେ ସ୍ୱାମୀ ଓ ସ୍ତ୍ରୀ ଚନ୍ଦକା ଆଡକୁ ଆସୁଥିଲେ।କୀଟର […]

ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ

କଟକ, ୨୧।୧(ଏସଏସନିଉଜ) ଚଳନ୍ତା ସ୍କୁଟରରେ ହଠାତ୍ ନିଆଁ ଲାଗି ଜଳି ଯାଇଛି। ତ୍ରିଶୂଳିଆ ଛକରେ ବୁଧବାର ସକାଳୁ ଏଭଳି ଘଟଣା ଘଟିଛି। ପ୍ରକାଶ ଯେ, ପଟିଆ ଅଞ୍ଚଳର ବିଶ୍ବରଂଜନ ମହାନ୍ତି ନାମକ ଯୁବକ ଜଣଙ୍କ ଓଡି ୦୫ ବି ୱାଇ ୭୭୦୯ନମ୍ୱର ପେଟ୍ରୋଲ ସ୍କୁଟରରେ ଚୌଦ୍ଵାର ଅଭିମୁଖେ ଯାଉଥିଲେ।ତ୍ରିଶୂଳିଆ ବଜାର ରେ ପହଞ୍ଚିବା ବେଳେ କୌଣସି କାରଣରୁ ସ୍କୁଟରରେ ନିଆଁ ଲାଗିଯାଇଥିଲା। ଫଳରେ ସ୍କୁଟରଟି ହୁତୁହୁତୁ ହୋଇ ସଙ୍ଗେ ସଙ୍ଗେ ଜଳିବାକୁ ଆରମ୍ଭ କରିଥିଲା। ସୌଭାଗ୍ୟ ବଶତଃ […]