ବାରଙ୍ଗ,୧।୩(ଏସଏସନିଉଜ)ବାରଙ୍ଗଅଞ୍ଚଳର ମୁଖ୍ୟ ରାସ୍ତାକଡ଼ରେ ନିର୍ମାଣ କରାଯାଇଥିବା ବେଆଇନ ହୋଡିଂକୁ ରବିବାର ଦିନ ବାରଙ୍ଗ ତହସିଲ ପକ୍ଷରୁ ଉଛେଦ କରାଯାଇଛି।
ବାରଙ୍ଗ ତହସିଲ ଅଧିନରେ ଥିବା ମୁଖ୍ୟରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଠିକା ସଂସ୍ଥାମାନଙ୍କ ପକ୍ଷରୁ ବ୍ୟବସାୟ ଉଦ୍ଦେଶ୍ୟରେ ହୋଡିଂ ଗୁଡ଼ିକ ବସାଜାଇଛି।ଏହି ଠିକା
ସଂସ୍ଥା ମୁଖ୍ୟରାସ୍ତାକଡ଼ ସହିତ ନଦୀବନ୍ଧ ଓ କେନାଲବନ୍ଧକୁ ତାଡ଼ି ଶହଶହ ହୋଡିଂ ନିର୍ମାଣ କରିଛନ୍ତି। ଯାହାଫଳରେ ଦୂର୍ଘଟଣା ଅନ୍ୟ ଏକ କାରଣ ସାଜିଛି ଓ ଅନ୍ୟପଟେ କେନାଲ ଓ ନଦୀ ବନ୍ଧ ପ୍ରତି ବିପଦ ଦେଖାଦେଇଛି।ଏ ବିଷୟରେ ବାରମ୍ବାର ସ୍ଥାନୀୟ ସଚେତନ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ସୋମବାରଦିନ ବାରଙ୍ଗ ତହସିଲଦାର ଡ଼ ତୃଷାର ଜ୍ୟୋତି ରଞ୍ଜନ ତତ୍ବାବଧାନରେ ପ୍ରାଥମିକ ପର୍ଯ୍ୟାୟରେ ତ୍ରିଶୂଳିଆ ବଜାର ଟ୍ରାଫିକଛକଠାରୁ ବାରଙ୍ଗ ସୀତାରାମବଜାର ମୁଖ୍ୟରାସ୍ତା କଡ଼ରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ହୋଡିଂକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି।ଏହାପରେ ବି ଆହୁରି ବହୁଜାଗାରେ ବେଆଇନ ହୋଡିଂ ରହିଥିବାର ଦେଖିବାକୁ ମିଳିଛି।