Browsing category

ଅପରାଧ

ମାତାଲ ଯୁବକଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର,୨୯।୫(ଏସଏସ ନିଉଜ) ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ଗଛରେ ଚଢ଼ି ଯିବାପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବହୁକଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛନ୍ତି ଜଣାପଡିନି। ତେବେ ଏକ ନିର୍ଦ୍ଦିଷ୍ଟ ଏକ ଚ୍ୟାନେଲ୍‌ର ନାଁ ନେବା ସହ ତାଙ୍କୁ ଏହି ଚ୍ୟାନେଲ ବରବାଦ୍ କରିଦେଇଥିବା ଓ ଗାଁରେ ମୁହଁ ଦେଖାଇବାର […]

ଟଙ୍କା ନେଇ ଜେସିବି ନଦେବା ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ,୨୯ା୫(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୫ଲକ୍ଷଟଙ୍କା ନେଇ ଜେସିବି ଦେବାପାଇଁ ଧରାନଦେଇ ଓଲଟା ଗାଳିଗୁଳଜ କରିବା ଅଭିଯୋଗରେ ନନ୍ଦନକାନାନଥାନା ପୋଲିସ ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ବ୍ୟକ୍ତିହେଲେ ଟାଙ୍ଗିଥାନା ଅଧିନସ୍ଥ ପଳାସାଗ୍ରାମର ଦିପକକୁମାରମହାନ୍ତି । ପ୍ରକାସଯେ, ନିହାରକାନ୍ତ ପଢିହାରୀ ନାମକ ଯୁବକ ଠିକାଦାରି କରିବା ସହ ମାଲପରିବହନ କରିବା ନିମନ୍ତେ ତାଙ୍କର ହାଇୱା ରହିଛି । ତାଙ୍କର ବ୍ୟବସାୟ ବଢିବା ଯୋଗୁ ଆବଶ୍ୟକତାକୁ ଦେଖି ଏକ ଜେସିବି କିଣିବାପାଇଁ ବିଭିର୍ଣ ଆଡେ ଯୋଗାଯୋଗ କରିଥିଲେ […]

କାଠଯୋଡିରୁ ଉଦ୍ଧାର ହେଲା କୁଟୁରା

ବାରଙ୍ଗ, ୨୯ା୫(ଏସଏସନିଉଜ) ସୋମବାର ଦିନ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଡେଇଁ ପଡିଥିବା ଏକ ଆହାତ କୁଟୁରାକୁ ବାରଙ୍ଗ ଅଗ୍ନିଶମ ବାହିନି ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । ସୋମବାର ଦିନ ୧୦ଘଟିକ ସମୟରେ ନିକଟସ୍ଥ ଜଙ୍ଗଲରୁ କୌଣସିମତେ ପଳାଇ ଆସିଥିବା ଏକ କୁଟୁରାକୁ କେତେକ ବୁଲାକୁକୁର ଗୋଡାଇ ଗୋଡାଇ ଆସୁଥିଲେ। କୁଟୁରାଟି ନିଜ ଜୀବନ ବଂଚାଇବାକୁ ଯାଇ ନରାଜ ବ୍ୟାରେଜ ଉପରୁ କାଠଯୋଡି ନଦୀକୁ ଖସି ପଡି ଥିଲା। ଏହି ଘଟଣା […]

ଫସିଲେ ତହସିଲଦାର

ଭୁବନେଶ୍ୱର,୨୯।୫(ଏସଏସନିଉଜ)୧୨ ଲକ୍ଷ ଲାଞ୍ଚ ନେବା ମାମଲାରେ ଫସିଲେ କରଞ୍ଜିଆ ତହସିଲଦାର। ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। କରଞ୍ଜିଆରେ ୩ଟି ଓ ଭଦ୍ରକରେ ଗୋଟିଏ ସ୍ଥାନରେ ଭିଜିଲାନ୍ସ ରେଡ୍‌ ଚାଲିଛି।NHAI ପକ୍ଷରୁ ଜମି ଅଧିଗ୍ରହଣ ଚେକ୍‌ ଦେବାକୁ ଲାଞ୍ଚ ନେବା ଅଭିଯୋଗ। NHAI ପ୍ରଦତ୍ତ ୫୧ ଲକ୍ଷର ଚେକ୍‌ ଦେବାକୁ ୨ଟି ବ୍ଲାଙ୍କ ଚେକ୍‌ ନେଇଥିଲେ। ୧୦ ଲକ୍ଷ ଓ ୨ ଲକ୍ଷର ଦୁଇଟି ବ୍ଲାଙ୍କ ଚେକ୍‌ ଲାଞ୍ଚ ନେଇ ଫସିଲେ ତହସିଲଦାର।

ବିଜେପି ନେତ୍ରୀଙ୍କୁ ହତ୍ୟା !

କେନ୍ଦୁଝର,୨୯।୫(ଏସଏସନିଉଜ) ପଣ୍ଡାପଡ଼ା ମଣ୍ଡଳ ବିଜେପି ଉପସଭାନେତ୍ରୀଙ୍କୁ ହତ୍ୟା କରାଯାଇଛି।ଉପ ସଭାନେତ୍ରୀ ସତ୍ୟଭାମା ସିଂଙ୍କୁ ପଥରରେ ଛେଚି ହତ୍ୟା କରା ଯାଇଛି।ପଣ୍ଡାପଡ଼ାଥାନା ବିନିଦା ଗାଁରେ ଥିବା ଘର ପାଖରେ ହତ୍ୟା କରାଯାଇଛି। ପୂର୍ବରୁ ବିନିଦାର ସମିତିସଭ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ ସତ୍ୟଭାମା।କିଏ ଓ କାହିଁକି ହତ୍ୟା କରିଛି ସ୍ପଷ୍ଟ ହୋଇପାରି ନାହିଁ।ଘଟଣାସ୍ଥଳରେ ଏସ୍‌ଡିପିଓ ଓ ପଣ୍ଡାପଡ଼ା ପୋଲିସର ଛାନଭିନ୍‌ ଆରମ୍ଭ ହୋଇଛି।

କୁଆଖାଇରେ ବୁଡିଲେ ଦୁଇ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର,୨୭ା୫(ଏସଏସନିଉଜ)ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ସୀମାନ୍ତରେ ଥିବା ବାଲିଅନ୍ତା ଅଞ୍ଚଳର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ବୁଡ଼ିଯାଇଛନ୍ତି। ସେମାନେ ହେଉଛନ୍ତି ତମାଣ୍ଡୋର ସ୍ମୁତିସୈାରଭପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ୍ ଦାସ ବୋଲି ଜଣାପଡିଛି। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ଏହିଦଳ ସ୍ମୃତିକୁ କୁଆଖାଇରୁ ଉଦ୍ଧାର କରିବା ସହ ଖୋଜାଖୋଜି ଚଳାଇଛନ୍ତି ।

୧୯ଦିନ ପରେ ପୋଲିସହାତରେ ଧରାପଡିଲା ସୈାମ୍ୟ

ଅନୁଗୋଳ ,୨୭ା୫(ଏସଏସନିଉଜ) ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁତଣ୍ଟି କାଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ଘଟଣାର ୧୯ ଦିନ ପରେ ପୁଲିସ ଧରିବାରେ ସଫଳ ହୋଇଛିାଗତ ୮ତାରିଖ ସକାଳ ପ୍ରାୟ ୧୦ ଟା ବେଳର ଘଟଣା ।କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ (୧୩ବର୍ଷର ନାବାଳିକା) ଘରେ ସାନ ଭାଇ ସହ ଖେଳୁଥିଲା ।ଏହିସମୟରେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଘର ଭିତରକୁ […]

ନୋଟବଦଳ ପାଇଁ ଆସି ଧରାପଡିଲେ

ମାଲକାନଗିରି,୨୬।୫(ଏସଏସନିଉଜ)୨ ହଜାର ଟଙ୍କିଆ ନୋଟ ବଦଳ ପାଇଁ ଆସି ୨ ମାଓବାଦୀ ଗିରଫ ହୋଇଛନ୍ତି।ସେମାନେ ୮ ଲକ୍ଷ ଟଙ୍କାର ଦୁଇ ହଜାର ନୋଟ ବଦଳ କରିବାକୁ ଯାଇଥିଲେ।ଗିରଫ ୨ ଜଣ ଛତିଶଗଡ଼ ବିଜାପୁର ମାଓନେତା ମଲେସ ଓ ତାଙ୍କ ସହଯୋଗୀ ବୋଲି ଜଣାପଡିଛି। ସେମାନଙ୍କଠାରୁ ନଗଦ ୬ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସ୍ ବୁକ୍ ଜବତ ହୋଇଥିବାର ଜଣାପଡିଛି।

ଦୁଇ କଏଦୀ ଖଲାସ

ମେଣ୍ଢାଶାଳ,୨୬।୫(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁ ପଟନାୟକ ମୁକ୍ତାକାଶ କାରାଶ୍ରମରୁ ଶୁକ୍ରବାର ଦିନ ଦୁଇଜଣ କଏଦୀ ଖଲାସ ହୋଇଛନ୍ତି।ବ୍ରହ୍ମପୁର ସର୍କଲ ଜେଲରୁ ଏଠାକୁ ଆସିଥିବା ଦେବହରି ମହାନ୍ତି ଏଠାରେ ୭ବର୍ଷ୧୬ଦିନ ମୁକ୍ତାକାଶରେ ରହିବାପରେ ଖଲାସ ହୋଇ ଛନ୍ତି।ସେହିପରି ଭଦ୍ରକ ଅଂଚଳର ସୁଶାନ୍ତଦାସ ବଡ଼ବିଲ ସବ ଜେଲରୁ ୨୦ ଏପ୍ରିଲ ୨୦୨୨ରେ ଏଠାକୁ ଆସି ୧ବର୍ଷ ୧ମାସ୧୫ଦିନ ରହିବା ପରେ ଖଲାସ ହୋଇଛନ୍ତି।ଆଜି ସେମାନେ ଖଲାସ ହେବା ସମୟରେ ଜେଲ ଅଧିକ୍ଷକ ସରୋଜ କୁମାର ବିଶ୍ବାଳ ଅପରାଧଠାରୁ ଦୂରରେ ରହି ଶାନ୍ତିରେ […]

ଦୁର୍ଘଟଣାଗ୍ରସ୍ତ ହେଲା ଆରତୀଷ୍ଟିଲ ବସ

ଢେଙ୍କାନାଳ,୨୫।୫(ଏସଏସନିଉଜ)ଆରତୀଷ୍ଟିଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଦୁଇ ମହିଳା ଯାତ୍ରୀଙ୍କ ସମେତ ୬ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।