ମୋତେ ୧୬ବର୍ଷ,ବାହାହେବିନି!

ମେଣ୍ଢାଶାଳ,୪।୬(ଏସଏସନିଉଜ) ମୋତେ ୧୬ବର୍ଷ।ମୋର ବାପା ମା ଏ ବୟସରେ ବିବାହ କରିବାକୁ ମୋତେ ବାଧ୍ୟ କରୁଛନ୍ତି ।ମୁଁ ବିବାହ କରିବାକୁ ଚାହୁଁନାହିଁ ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ ଆସି ଅଭିଯୋଗ କରିଛି।ରବିବାର ସକାଳୁସକାଳୁ ନାବାଳିକାଜଣଙ୍କ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ଏହିଭଳି ଅଭିଯୋଗ କରିଥିଲେ।ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରି ସିଡବ୍ଲୁସିକୁ ପଠାଇବା ସହ ନାବାଳିକା ପରିବାରକୁ ଡାକି ପଚରାଉଚରା କରିଛି।ପୋଲିସ ନାବଳିକାର ପରିବାର ଓ ଗ୍ରାମବାସୀମାନଙ୍କ ଠାରୁ ପାଇଥିବା ସୂଚନା ମୁତାବକ ନାବାଳିକା ଜଣଙ୍କ ଜାମୁଝରି ଗାଁର ଜଣେ ଯୁବକକୁ ଭଲ ପାଇଥିଲା।ଏହି ଘଟଣାକୁ ବାପା ମା ବିରୋଧ କରିଥିଲେ।ଏଥିରେ ନାବାଳିକା ଜଣଙ୍କ ପରିବର୍ତ୍ତନ ନହେବାରୁ ପରିବାର ଲୋକ ଅନ୍ୟତ୍ର ବିବାହପାଇଁ ସ୍ଥିର କରିଥିଲେ। ରବିବାରଦିନ ପୁଅଘର ପକ୍ଷରୁ ଝିଅକୁ ଦେଖିବାକୁ ଆସିବାର ଥିବା ବେଳେ ନାବାଳିକା ଜଣଙ୍କ ଘରୁ ଖସିଆସି ସକାଳୁ ସକାଳୁ ଫାଣ୍ଡିରେ ଆସି ପହଞ୍ଚିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ ସତ୍ୟସନ୍ଧାନ)

Comments (0)
Add Comment