Browsing category

ଅପରାଧ

ଲାଲୁଙ୍କ ଘରେ ଇଡିର ରେଡ୍

ଭୁବନେଶ୍ୱର, ୧୧ା୩(ଏସଏସନିଉଜ) ଲାଲୁଯାଦବ ଓ ତାଙ୍କ ପରିବାରସଦସ୍ୟଙ୍କ ଘରେ ଇଡିର ରେଡ୍ ହୋଇଛି ।ନଗଦ ୫୩ ଲକ୍ଷ ଟଙ୍କା, ୨ କେଜିରୁ ଅଧିକ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି । ଏହି ଚଢାଉସମୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ ।କେନ୍ଦ୍ରୀୟ ସୁରକ୍ଷାବଳ ଏସକର୍ଟରେ ଇଡି ଏକକାଳୀନ ୨୪ଟିସ୍ଥାନରେ ଚଢାଉ କରିଛି ।

ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ

ଭୁବନେଶ୍ୱର,୧୧ା୩(ଏସଏସନିଉଜ)ବିହାରଉପମୁଖ୍ୟମନ୍ତ୍ରୀ ତଥା RJDନେତା ତେଜସ୍ବୀଯାଦବଙ୍କୁ ସମନ କରିଛି ସିବିଆଇ। ଚାକିରିପାଇଁ ଜମିମାମଲାରେ ସମନକରିଛି ସିବିଆଇ। ଦ୍ବିତୀୟଥର ପାଇଁ ତେଜସ୍ବୀ ଯାଦବଙ୍କୁ ସମନ କରିଛି ସିବିଆଇ ।

ଖୁଣ୍ଟରେ ପିଟିହେଲା ବାଇକ

ବଣାଇ, ୧୧ା୩(ଏସଏସନିଉଜ)ଖୁଣ୍ଟରେ ବାଇକ ପିଟିହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଲହୁଣିପଡାଥାନା ବୁଢାଭୂଇଁନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଲଲେଇରୁ ଖଣ୍ଡାଧାରଯିବାବେଳେ ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁଘଟିଛି । ୨ଜଣ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

ଗାଁପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ନରକଙ୍କାଳ

ଜଳେଶ୍ୱର, ୧୧ା୩(ଏସଏସନିଉଜ)ଗାଁପୋଖରୀରୁ ମିଳିଛି ଅଖାରେ ଭର୍ତ୍ତି ନରକଙ୍କାଳ। ସିଂଲାଥାନା ପାଣିସୁଳିଆ ଗାଁ ପୋଖରୀରୁ ମିଳିଛି ନରକଙ୍କାଳ। ମାଛଧରିବା ପାଇଁ ପୋଖରୀ ଶୁଖାଇବାବେଳେ ଏହାଦେଖିବାକୁ ମିଳିଛି । ନରକଙ୍କାଳ କାହାର ଜଣାପଡ଼ିନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି ।  

ଟଙ୍କା ହଡ଼ପଘଟଣାରେ ଫରେଷ୍ଟର,ରେଞ୍ଜର ନିଲମ୍ବିତ

ମାଲକାନଗିରି, ୧୧ା୩(ଏସଏସନିଉଜ)କେନ୍ଦୁପତ୍ର ବିଭାଗରେ ଚଞ୍ଚକତାକରି ଆଦିବାସୀଙ୍କଟଙ୍କା ହଡ଼ପଘଟଣାରେ ଫରେଷ୍ଟର ପଦ୍ମିନୀପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦନାୟକ ନିଲମ୍ବିତ ହୋଇଛନ୍ତି । ଜୟପୁର କେନ୍ଦୁପତ୍ରବନଖଣ୍ଡ ଅଧିକାରୀ ତଦନ୍ତକରି ଏହି ପଦକ୍ଷେପ ନେଇଛନ୍ତିାଏହି ଘଟଣାରେ ଅନ୍ୟଅଧିକାରୀ କେହି ସାମି ଅଛନ୍ତି କିନାହିଁ ସେବାବଦରେ ଅଧିକ ତଦନ୍ତପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ଵ ଦିଆଯାଇଥିବାର ଜଣାପଡିଛି ।

ରେଳଧାରଣା କଡ଼ରେ ନିଆଁ

ପୁରୀ. ୧୧ା୩(ଏସଏସନିଉଜ)ପୁରୀ ରେଳଷ୍ଟେସନ ନିକଟରେ ଲାଗିଛି ନିଆଁ। ଆଶ୍ରମଛକ ରେଳଧାରଣା କଡ଼ ଅଳିଆଗଦାରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଥିବାର ଜଣାପଡିଛି ।

ଟ୍ରାକ୍ଟରଓଲଟି ଚାଲିଗଲା୨ଜୀବନ

ଢେଙ୍କାନାଳ, ୯ା୩(ଏସଏସନିଉଜ)ଗାଁରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହକରି ଫେରୁଥିବାବେଳେ ଟ୍ରାକ୍ଟରଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲରେ ଘଟିଥିବାବେଳେ ଗ୍ରାମବାସୀମାନେ ଖବରପାଇ ଆହତମାନଙ୍କୁ ଚିକିସ୍‌ପାଇଁ ଡାକ୍ତରଖାନାରେ ଭର୍ତିକରାଇଛନ୍ତିା ଡାକ୍ତରଖାନାରେ ପ୍ରଫୁଲ୍ଲକୁମାରସାମଲ ଓ ହରିହରସାମଲଙ୍କୁ ମୃତ୍ୟୁଘାଷଣା କରାଯାଇଛି ।ପୋଲିସ ଟ୍ରାକ୍ଟର ଜବତ ସହ ଡ୍ରାଇଭରକୁ ଗିରଫ କରିଛି।  

ଫୋରେନସିକ୍ ଲ୍ୟାବ୍ ଗଲା ପାରା

ଭୁବନେଶ୍ୱର,୯ା୩(ଏସଏସନିଉଜ)ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବ୍ କୁ ପଠାଯାଇଛି । କଟକର ସ୍ବତନ୍ତ୍ର ଟିମ୍ ପାରାଟିକୁଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଛନ୍ତି ।ପାରାଗୋଡ଼ରେ ବନ୍ଧାହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯିବାସହ ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବାଯନ୍ତ୍ରାଂଶ ଖୋଲି ରଖାଯିବାପରେ ପାରାକୁ ଏହି ସାଙ୍ଗରେ ନେଇଆସିବ ବୋଲି ଜଣାପଡିଛି ।  

ପ୍ରଶିକ୍ଷଣ ବେଳେ ଗୁଳିଫୁଟି ଯବାନ ଆହତ

ଚନ୍ଦକା,୯ା୩(ଏସଏସନିଉଜ) ଚନ୍ଦକା ଏସଓଜିକ୍ୟାମ୍ପରେ ଗୁଳିଫୁଟି ଜଣେ ଯବାନ ଆହତ ହୋଈଛନ୍ତି ।ଗୁରୁବାର ଅପରାହ୍ନ ସମୟରେ କ୍ୟାମ୍ପରେ କିଛି ଯବାନଙ୍କୁନେଇ ପ୍ରଶିକ୍ଷଣ ଦିଆଯାଉଥିଲା ।ଏହି ସମୟରେ ଜଣେ ଯବାନଙ୍କ ବନ୍ଧୁକରୁ ଅସାବଧାନତାର ସହ ଗୁଳିଫୁଟିଯାଇଥିଲା ।ଏହି ଗୁଳିଟିଯାଇ ଅନ୍ୟଜଣେ ଯବାନଙ୍କ ଗୋଡରେ ବାଜିଥିଲା ।ଯାହାଫଳରେ ଯବନା ଜଣଙ୍କ ଆହତ ହୋଇପଡଥିଲେ ।ଏହାଦେଖି ପାଖରେ ଥିବା ଅନ୍ୟ ଯବାନମାନଙ୍କ ସହ ପ୍ରଶିକ୍ଷକ ଗୁଳିମାଡର ଶିକାର ହୋଇ ଆହତ ହୋଇପଡିଥିବା ଯବାନଙ୍କୁ ତୁରନ୍ତ ଚିକିସ୍‌।ପାଇଁ ନେଇଯାଇଥିଲେ ।

ନବବଧୁକୁ ମାରିଦେଲେ !

ଚନ୍ଦ୍ରଶେଖରପୁର,୯।୩(ଏସଏସ ନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣାଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇ ଥିବାର ତାର ପରିବାର ଲୋକ ମଞ୍ଚେଶ୍ବରଥାନାରେ ଅଭିଯୋଗ କରିଛନ୍ତି।ଗତଦୁଇବର୍ଷ ତଳେ ମୃତ ମହିଳାଙ୍କ ବିବାହ ହୋଇଥିଲା।ସ୍ୱାମୀ ଓ ଶ୍ୱଶୁର ଘରଲୋକେ ତଣ୍ଟିଚିପି ହତ୍ୟା କରିଥିବାନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।