Browsing category

ଅପରାଧ

ବସ୍‌ ଭିତରେ ପଶିଲେ

ପୁରୀ,୭।୧୦(ଏସଏସନିଉଜ) କଣାସରେ ଜଘନ୍ୟ କାଣ୍ଡ ଘଟିଛି। ଜଣେ ଯୁବକଲକ୍ଷ୍ମୀ ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଛନ୍ତି।ଏହି ଘଟଣାରେ ୭ଜଣଙ୍କୁ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଘଟଣା ଘଟାଇ ଥିବା ଅଭିଯୁକ୍ତ ଏବେ ଗଡ଼ିଶାଗଦା ଥାନାରେ ରହିଛି। ଖବର ପାଇ କଣାସ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି।ଲକ୍ଷ୍ମୀବସଟି କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା। ବିନ୍ଧଣ ଛକ ନିକଟରେ ବସ୍‌ରେ ପଛ ସିଟ୍‌ରେ ବସିଥିବା ଯୁବକ ଜଣଙ୍କ ଉଠିଆସି ହଠାତ ସାମ୍ନାରେ […]

ବିଜେପିନେତାଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୭।୧୦(ଏସଏସନିଉଜ) ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡା ମୃତ୍ୟୁବରଣ କରିଛନ୍ତି।ବ୍ରହ୍ମାନଗର ଘର ବାହାରେ ୨ ଦୁର୍ବୃତ୍ତଙ୍କ ଗୁଳିମାଡ଼ କରିଥିଲେ।ଚିକିତ୍ସା ପାଇଁ ଏମ୍‌କେସିଜିରେ ଭର୍ତିହୋଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କଲେ ।ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଦସ୍ୟ ଥିଲେ ପୀତବାସ ପଣ୍ଡା।

ବାଲେଶ୍ୱରରେ ରାତି ୧୦ରୁ ସକାଳ ୬ କଟକଣା

ବାଲେଶ୍ୱର,୭।୧୦(ଏସଏସନିଉଜ)ବାଲେଶ୍ୱର ସହରରେ ରାତି ୧୦ରୁ ସକାଳ ୬ଟା ଯାଏଁ ଦୋକାନବଜାର ବନ୍ଦ ରହିବ।ଆସନ୍ତା ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିଭଳି ନିଷ୍ପତ୍ତି ନେଇଥିବାର ଜଣାପଡିଛି।

ଶାନ୍ତି ରହିଲେ କର୍ଫ୍ୟୁ ବଢ଼ିବନି -ସିପି

କଟକ,୬।୧୦(ଏସଏସନିଉଜ) ଦରଘାବଜାରରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ପୋଲିସ କମିଶନରଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ସ୍ଥିତି ଅନୁଧ୍ୟାନ ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକ ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି।କୌଣସି ଅପ୍ରୀତିକର ଘଟଣା ଘଟିନି।ଉପଦ୍ରବର କୌଣସି ଚିହ୍ନ ନାହିଁ।ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।ଉପଦ୍ରବ କରିବାକୁ ଚେଷ୍ଟା କଲେ ଦୃଢ଼ ହସ୍ତରେ ଦମନ କରାଯିବ।ଯଦି ଏଭଳି ଶାନ୍ତି ରହିଲା କର୍ଫ୍ୟୁ ବଢ଼ାଇବା ଦରକାର ହେବନି ବୋଲି କହିଛନ୍ତି।ସେହିଭଳି ଭାବେ କଟକରେ ଇଣ୍ଟରନେଟ୍ କଟକଣା […]

କଟକର କିଛି ସ୍ଥାନରେ କର୍ଫ୍ୟୁ

କଟକ,୫।୧୦(ଏସଏସନିଉଜ) କଟକ ସହରରେ ଗୋଷ୍ଠୀ ବିବାଦକୁ ନେଇ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।ଆଗାମୀ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଛି ପୋଲିସ। ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନସ୍ଥ ଆଦି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ […]

କଟକରେ ପୋଡ଼ାଜଳା

କଟକ,୫।୧୦(ଏସଏସନିଉଜ)କଟକ ସହରରେ ଦେଖାଯାଇଥିବା ଉତ୍ତେଜନା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆଜିଠାରୁ ୨୪ ଘଣ୍ଟା ପାଇଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିବ । ଅଞ୍ଚଳରେ ଦୁଇଟି ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ କ୍ଷତାକ୍ତ ଯୁବକ

କଟକ,୪।୧୦(ଏସଏସନିଉଜ)ବାରଙ୍ଗର ନରାଜ ବ୍ୟାରେଜ ଛକରେ ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବାରଦେଖିବାକୁ ମିଳିଛି ।ରକ୍ତାକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବୁଲୁଥିବାର ସି ସି କ୍ୟାମେରାରେ କଏଦ ହୋଇଛି।ଯାହାକି ଶନିବାର ସକାଳୁ ଭାଇରାଲ ହେବାରେ ଲାଗିଛି। https://www.facebook.com/share/v/16UHPFM2r6/ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉକ୍ତ ଯୁବକକୁ ସିଡିଏ ଫେଜ୨ ଥାନା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା […]

କୁଆଖାଇରେ ଭାସୁଛି ମୃତଦେହ!

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡ କୁଆଖାଇ ନଦୀରେ ଶନିବାର ଅପରାହ୍ନରେ ଏକ ମୃତଦେହ ଭାସି ଭାସି ଯାଉଥିବାର ଜଣାପଡିଥିଲା।ସ୍ଥାନୀୟ ଗ୍ରାମର କିଛି ଯୁବକ ଶୌଚପାଇ ନଦୀକୁ ଯାଇଥିବାବେଳେ ଏହା ଦେଖିବାକୁ ପାଇଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।କିଏ କିଏ ଏହି ଘଟଣାକୁ ମୋବାଇଲ୍ ରେ କଏଦ କରି ରଖିଥିଲେ।ମୃତ ଦେହ ଟି ମହିଳା ନା ପୁରୁଷ ତାହା ଜଣାପଡିଥିବା ବେଳେ ସେ ଭାସିଭାସି ଯାଇଥିବାର ଦେଖିବାକୁ ମିଳିଥିଲା। https://www.facebook.com/share/v/16RnVsbGnc/

ଚୌଦ୍ବାର ଜେଲ୍‌ରୁ ୨କଏଦୀ ଚମ୍ପଟ୍‌

କଟକ,୩।୧୦(ଏସଏସନିଉଜ)ଚୌଦ୍ବାର ଜେଲ୍‌ରୁ ୨ ହାର୍ଡକୋର କଏଦୀ ଚମ୍ପଟ୍‌ ମାରିଛନ୍ତି।ଜେଲ୍‌ର ସେଲ୍‌ କାଟି ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି।ପାଣିକୋଇଲି ରେ ପଣ୍ଡା ଆଳଙ୍କାର ଲୁଟ୍‌ ଘଟଣାରେ ଏମାନେ ଧରାପଡ଼ି ଥିଲେ।ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ ମଧ୍ୟ କରିଥିଲେ।ଲୁଟେରାଙ୍କ ଗୁଳିମାଡ଼ରେ ଜଣଙ୍କର ଜୀବନ ଯାଇଥିଲା।ସ୍ଥାନୀୟଲୋକ ଉଭୟଙ୍କୁ କାବୁକରି ପୋଲିସ ଜିମା ଦେଇଥିଲେ।

ପତ୍ନୀଙ୍କୁ ହତ୍ୟା କଲେ ଏବିଡ଼ିଓ!

କେନ୍ଦୁଝର ,୨ା୧୦(ଏସଏସନିଉଜ) ଦଶହରା ଓ ସୁଦରସା ବ୍ରତରେ ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ ଝିଅ ଆଗରେ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଜଣେ ଏବିଡ଼ିଓ। ପାରିବାରିକ କଳହରୁ ଝିଅ ଆଗରେ ସ୍ତ୍ରୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣିଛନ୍ତି ସ୍ୱାମୀ ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ।ଘଟଣାପରେ ସେଫେରାର ହୋଇଯାଇଥିଲେ ।ଝିଅର ପାଟିଶୁଣି ପଡୋଶୀ ମାନେ ପହଁଚି ଗୁରୁତର ଅବସ୍ଥାରେ ସୁଦେଷ୍ନାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। […]