Browsing category

ଅପରାଧ

ଉଦ୍ଧାର ହେଲା ନରକଙ୍କାଳ

ପୋଲସରା, ୯/୪(ଏସଏସନିଉଜ) ବୁଗୁଡ଼ା ଥାନା ଚଢ଼ିଆପଲ୍ଲୀ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ନରକଙ୍କାଳ ଓ ଖପୁରୀ ଉଦ୍ଧାର ହୋଇଛି ।ଏହା ସହିତ କୂଅ ପାଖରେ ଥିôବା ଏକ ଗଛ ମୂଳରୁ ମହିଳାଙ୍କ ବ୍ୟବହୃତ ସାମଗ୍ରୀ ଏବଂ ପର୍ସ ଉଦ୍ଧାର କରିଛି ପୋଲିସ ।ମୃତଦେହକୁ ଜବତ କରି ପୋଲିସ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇବାସହ ତଦନ୍ତ ଆରମ୍ଭ କରିଛି ।

ଭାଇକୁ ହାଣିଲା ଭାଇ

ପୁରୀ , ୯/୪(ଏସଏସନିଉଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଳଙ୍ଗା ଥାନା ଦାସପାଟଣା ଗ୍ରାମରେ ବଡ଼ବାପା ପୁଅ ଭାଇକୁ ଦାଦା ପୁଅ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣିଛି । ଦୟାନିଧି ଭୂୟାଁ ଘରେ ବସି ଖାଉଥିବା ବେଳେ ତାଙ୍କର ଦାଦା ପୁଅ ମାଗା ଭୂୟାଁ ପୂର୍ବ ବିବାଦ କାରଣରୁ ଘରେ ଭିତରେ ପଶି କଟୁରୀରେ ଆକ୍ରମଣ କରିଥିଲା । ସ୍ୱାମୀଙ୍କୁ ରକ୍ଷା କରିବାକୁ ଆସି ପତ୍ନୀ କସ୍ତୁରୀକୁ ମଧ୍ୟ ଉଲଗ୍ନ କରି ଗାଁ ଦାଣ୍ଡରେ ଘୋଷାଡ଼ିଥିଲେ । […]

ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ବର,୯/୪(ଏସ ଏସ ନିଉଜ) ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭଇଜାଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କାଜବତ କରିଛି ଭିଜିଲାନ୍ସ ।ତଦନ୍ତ ସମୟରେ କଳ୍ପନାଭଉଣୀ ଘରେ ଟଙ୍କା ଥିବାର ମାନିଥିଲେ ।ବର୍ତ୍ତମାନ ସୁଦ୍ଧା ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି ।

ଓଲଟିଲା ବସ୍

ଭୁବନେଶ୍ୱର,୮/୪(ଏସଏସନିଉଜ)ଜୟଦେବ ବିହାର ଓଭର ବ୍ରିଜ ତଳେ ଡିଭାଇଡରରେ ପିଟି ହେବା ଫଳରେ ବସଟି ଓଲଟି ପଡିଛି । ବସରେ ଥିବା ୩୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତ ହୋଇଥିବା ଶ୍ରମିକଙ୍କୁ ଚିକିସ୍‌ାପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛିାବସଟି ନୟାପଲ୍ଲୀରୁ ପଟିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟି ରାସ୍ତା ଉପରେ ଗାଡ଼ିଟି ଓଲଟି ପଡ଼ିଥିଲା ।

ଯୁବକଙ୍କୁ ଏସିଡ୍ ମାଡ଼

ଭଦ୍ରକ,୮/୪(ଏସଏସନିଉଜ) ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ବନ୍ତ ଥାନା ସିଲନ୍ଦି ଗାଁରେଏକ ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ଔଷଧପାଇଁ ପାଇଁ ଛେନାପଦୀ ମାର୍କେଟକୁ ଯାଉଥିବାବେଳେ ପାର୍ଥସାରଥୀ ଜେନା ନାମକ ଯୁବକ ଉପରକୁ ଏସିଡ଼୍ ମାଡ଼ ହୋଇଥିବା ଜଣାପଡିଛି ।ଫଳରେ ତାଙ୍କ ଆଖିରେ ଏବଂ ମୁହଁ ଏସିଡ ମାଡ଼ ହୋଇ ଥିବାରୁ ସେ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ […]

ଗିରଫ ହେଲେ ନାଏବ ସରପଞ୍ଚଙ୍କ ସ୍ବାମୀ

ବଲାଙ୍ଗୀର ,୮/୩(ଏସଏସନିଉଜ) ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମ ମିଳିତ ଚଢ଼ାଉ କରିଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା ଛତ୍ରିଆଙ୍କ ସ୍ବାମୀ ରାହାସ ବିହାରୀ ଛତ୍ରିଆଙ୍କୁ ଗିରଫ କରିଥିବା ଜଣାପଡିଛି । ରାହାସ ନିଜ ଘରେ ଗଞେଇ ରଖିଥିବାର ଖବର ପାଇ ଏହି ଟିମ୍ ଚଢଉ କରିଥିଲା ।

ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ

କଟକ,୭/୪(ଏସଏସନିଉଜ) ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ କଟକ ରେଲୱେ ଷ୍ଟେସନରୁ ଧରାପଡିଛି । ଆରପିଏଫ୍ ପକ୍ଷରୁ କଟକ ରେଲୱେ ଷ୍ଟେସନରୁ ଯାଞ୍ଚ ବେଳେ ଧରାପଡିଥିଲା ଉମର ଫାରୁକ । ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବାର ଜଣାପଡିଥିବାବେଳେ ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଧରାପଡିଥିଲା

ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ

ପୁରୀ,୬/୪(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ଘର ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ବୟସ ୩୦ ବର୍ଷ ବୋଲି ଜଣପଡିଛି । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ ।ତେବେ ସିସିଟିଭି ଆଧାରରେ ଗିରଫ ହୋଇଥିବା ଅଭିଯୁକ୍ତ  ଙ୍କୁ ଖୋର୍ଦ୍ଧାରୁ କାଲି ଗିରଫ କରାଯାଇଥିଲା । ମନ୍ଦିର ବୁଲିବା ପରେ ଭଲ […]

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବେଗୁନିଆ, ୬/୪(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ହୀରାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଜିନିଷ ପତ୍ର ଲୁଟି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ ଏବଂ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ଆଲମିରାରେ ଥିବା ୧୨ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ୧ ଲକ୍ଷ ଟଙ୍କା, କିଛି […]

ଧରାପଡ଼ିଲେ ୫ ମୂର୍ତ୍ତି ଚୋର

ଜଟଣୀ୬/୪(ଏସଏସନିଉଜ) ମନ୍ଦ୍‌ିରରୁ ମୁର୍ତୀଚୋରୀକରୁଥିବା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଗ୍ୟାଙ୍ଗର ୪ ସଦସ୍ୟ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ଅଞ୍ଚଳରେ ରହୁଥିବା ରମେଶ ଜେନା.ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତରତୁଆ ମୁସଲିମ ସାହିର ମାଜିଦ୍ ଖାନ୍ , ନାଇଜର ପଛ ପଦନପୁର ଅଞ୍ଚଳରେ ରହୁଥିବା ବାଜପୁର ଗ୍ରାମର ପଦ୍ମଲୋଚନ ବେହେରା . ମଧୁସୂଦନ ନଗର ତାରିଣୀ ମନ୍ଦିର ନିକଟରେ ରହୁଥିବା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର […]