ଟ୍ରାକ୍ଟର-ଟ୍ରକ୍ ଧକ୍କାରେ ୩ ଶ୍ରମିକ ମୃତ
ମାଲକାନଗିରି,୨୩/୮(ଏସଏସନିୟୁଜ)ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୧୧ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଶ୍ରମିକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଗତକାଲି ରାତିରେ କାଲିମେଳାରୁ ଚିପସ୍ ନେଇ ଗୋଟିଏ ଟ୍ରାକ୍ଟର ଏମ୍ଭି-୧୭ ନିକଟରେ ଅଟକି ରହିଥିବାବେଳେ ଶ୍ରମିକମାନେ […]