Browsing category

ଅପରାଧ

ନକଲି ସିମେଣ୍ଟ ପେଣ୍ଟ୍ କାରଖାନା ଠାବ

ଭୁବନେଶ୍ବର, ୧୭/୮(ଏସଏସନିୟୁଜ) ପାତ୍ରପଡ଼ା ଭଗବାନପୁରରେଏକ ନକଲି ସିମେଣ୍ଟ ପେଣ୍ଟ କାରଖାନା ଠାବ କରିଛି ତମାଣ୍ଡୋ ଥାନା ପୋଲିସ । ବିର୍ଲା ହ୍ବାଇଟ୍ ନାଁ ଓ ଲୋଗୋ ବ୍ୟବହାର କରି ସିମେଣ୍ଟ ପେଣ୍ଟ୍ ତିଆରି ଏବଂ ବିକ୍ରି କରାଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି।ପୋଲିସ ତଦନ୍ତ କରିବା ସହ କାରଖାନାକୁ ସିଲ୍ କରି କାରଖାନା ମାଲିକକୁ ଅଟକ ରଖି ପଚରାଉଚରା କରୁଛି ।ତଦନ୍ତବେଳେ ସିମେଣ୍ଟ ପେଣ୍ଟ ତିଆରି କରିବାର ଟ୍ରେଡ୍ ଲାଇସେନ୍ସ ଥିଲେ ମଧ୍ୟ ସେ ଅନ୍ୟ ଏକ କମ୍ପାନିର […]

ଚୋରି ଘଟଣାରେ ୨ ଅଭିଯୁକ୍ତ କୋର୍ଟଚାଲାଣ

ବାରଙ୍ଗ, ୧୬/୮(ଏସଏସନିୟୁଜ) ଚୋରି ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନାନୁସାରେ ଗତ ରବିବାର ବିଳମ୍ବିତ ରାତିରେ ଆନନ୍ଦ ବଜାର ଠାରେ ଥିବା ଓମଫେଡ ପାର୍ଲରରୁ ଓଜନ ମେସିନ ଓ ତ୍ରିବେଣୀସ୍ୱର ତ୍ରିନାଥ ମନ୍ଦିରରୁ ଏକ ହାରମୋନିୟମ,ବାସନ ସାମଗ୍ରୀ ଓ କିଛି ଟଙ୍କା ଚୋରି ଓ ନିବାସ ତି ଷ୍ଟଲରୁ ଖାଦ୍ୟସାମଗ୍ରୀ ଚୋରୀହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।ଅଭିଯୁକ୍ତ ମାନେ ଚୋରି […]

ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ଚୈାଦ୍ୱାର ପୋଲିସ

ଚୌଦ୍ୱାର, ୧୭/୮(ଏସଏସନିୟୁଜ) ଚୈାଦ୍ୱାରଥାନାପୋଲିସ ଛଅଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାସହ ସେମାନଙ୍କଠାରୁ ୧୬୫ ଗ୍ରାମର ସୁନା ଗହଣା ସହ ଦୁଇଟି ଲାପଟପ୍‌, ଦୁଇ ଚକିଆ ଯାନ ଏବଂ କଟର ମଧ୍ୟ ଜବତ ହୋଇଛି। ଚାରିବାଟିଆ ଠାରେ ଘଟିଥିବା ଏକ ଡକାୟତି ମାମଲାର ତଦନ୍ତ କରୁଥିବା ଚୌଦ୍ୱାର ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲା। ଗ୍ୟାଙ୍ଗ ଲିଡ଼ର କୁଖ୍ୟାତ ଅପରାଧି ଚିକୁ ଓରଫ ଅନୀଲ ବେହେରା ଥିଲା। କଟକ ରାଣୀହାଟ ବାସିନ୍ଦା ଚିକୁର ନାଁରେ ବିଭିନ୍ନ ଥାନାରେ ୧୩ଟି […]

ବଦଳିଲା ଆଫଗାନର ଚିତ୍ର

୧-ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା । ୨-ପୋଲିସ ବିଭାଗର ଜରୁରୀ ସୂଚନା । ଏଣିକି ୧୦୦ ପରିବର୍ତ୍ତେ ଡାଏଲ କରନ୍ତୁ ୧୧୨, ସଙ୍ଗେ ସଙ୍ଗେ ମିଳିବ ଜରୁରୀକାଳୀନ ସହାୟତା । ୩-ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର । ଗୁଇନ୍ଦାଗିରି ଅଭିଯୋଗକୁ ଖଣ୍ଡନ କଲେ ମୋଦି ସରକାର । ୪–ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର […]

ନୂଆ ଆପ୍ ସରଇ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି ।ଯାହାର ନାଁ ରହିଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ହୋଟେଲ ଓ ଲଜ୍ ମାଲିକମାନେପ୍ରତ୍ୟେକ ଦିନ ଆସୁଥିବା, ଯାଉଥିବା ଗ୍ରାହକଙ୍କ ବିବରଣୀ ବିବରଣୀ ଦେଇପାରିବେ । ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଏହି ଅପରେସନ ବୋଲି ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଦୁଇ କୋଟିର ବ୍ରାଉନ ସୁଗର ଜବତ କଲା ଏସଟିଏଫ

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ୩ଜଣ ବ୍ରାଉନସୁଗର ବେପାରୀଙ୍କୁ ଏସଟିଏଫ ଧରିବାସହ ସେମାନଙ୍କଠାରୁ ୨କୋଟି ଟଙ୍କା ମୂଲ୍ୟର ୨କିଲୋରୁ ଅଧିକ ବ୍ରାଉନସୁଗର ଜବତ କରିଛି । ଅଗଷ୍ଟ ୧୫ ତାରିଖ ଦିନ ନିଶା ମାଫିଆମାନେ ଡିଲ କରୁଥିବା ସୂଚନା ପାଇଁ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ୱର ମାର୍କେଟରେ ଚଢାଉ କରି ୨ କିଲୋ ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଥିଲା ।ଏହାସହ ଜଳେଶ୍ୱର ଥାନା ଅଂଳର ମମତାଜ ଖାନ୍‌, ଜଗତସିଂହପୁର ଜିଲ୍ଲା ଅରଣା ଅଂଚଳର ଉଦୟନାଥ ରଥ ଓ […]

କାନ୍ଧରେ ପଡ଼ିବ ସୋନପୁର ଉତ୍ତରୀୟ

୧-ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ୯୬ ଲକ୍ଷ ପରିବାର ପାଇଁ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କଲେ ନବୀନ । ୨-ଆଫଗାନିସ୍ତାନରେ ନାଟକୀୟ ମୋଡ । ରାଜଧାନୀ କାବୁଲକୁ ନିୟନ୍ତ୍ରଣକୁ ନେଲା ତାଲିବାନ । କ୍ଷମତା ହସ୍ତାନ୍ତର ପାଇଁ ଚାଲିଛି ଆଲୋଚନା । ୩–‘ଇସ୍ତଫା ଦେବା ପରେ ଦେଶ ଛାଡିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଘନି, ତାଜାକିସ୍ତାନ ଯାଉଥିବା ସୂଚନା । ୪-ଆଫଗାନିସ୍ତାନରେ ତାଲିବାନ ଶାସନ ! […]

ଖଣ୍ଡାରେ ହାଣି ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ

ବ୍ରହ୍ମପୁର ,୧୫/୮(ଏସଏସନିୟୁଜ) କାମସାରି ଘରକୁ ଆସୁଥିବାବେଳେ ଦୁର୍ବୃତ୍ତମାନେ ନିମଖଣ୍ଡିର ଗୋପାଳକୃଷ୍ଣ ସାହୁ ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପରିବାର ପକ୍ଷରୁ ଅଭିଯୋଗ ହେଉଥିବାବେଳେ ଏକବାଇକରେ ତିନି ଜଣ ଦୁର୍ବୃତ୍ତ ଆସି ଗୋପାଳଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ସହ ପଥର ଛେଚି ହତ୍ୟା କରିଛନ୍ତି । ଘଟଣା ପରେ ଗୁରୁତର ଅବସ୍ଥାରେ ଗୋପାଳକୃଷ୍ଣଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ […]

ହାତୀ ଦାନ୍ତ ସହ ଦୁଇ ଯୁବକ ଗିରଫ

ଦେବଗଡ , ୧୫/୮(ଏସଏସନିୟୁଜ) ମୂଲ୍ୟବାନ ହାତୀ ଦାନ୍ତ ବିକ୍ରି ଚାଲୁଥିବା ବେଳେ ଜଙ୍ଗଲ ବିଭାଗର ସ୍ଵତନ୍ତ୍ର ଟିମ ଚଢାଉ କରି ଭୁତେଲ ଗ୍ରାମର ଶିବ ମାଝୀଙ୍କ ପୁଅ ପବିତ୍ର ମାଝୀ ଓ ମନଫୁଲ ମାଝୀ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୮୦ ସେଣ୍ଟିମିଟର ଲମ୍ବ ଓ ଚାରି କେଜି ସାତ ଶହ ଗ୍ରାମ୍ ଓଜନର ଦୁଇଟି ହାତୀଦାନ୍ତକୁ ଜବତ କରିଛି । ଏହିଘଟଣା ଦେବଗଡ ତିଲେଇବଣୀ ବ୍ଲକ ଅନ୍ତର୍ଗତ ସୋଡ ଗ୍ରାମରେ ଘଟିଛି ।

ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା

ଭୁବନେଶ୍ୱର, ୧୫/୮(ଏସଏସନିୟୁଜ) ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ମଦ୍ୟପାନ କରି ରୁପାଲୀ ଛକରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ।ପୋଲିସ ଆସି ଯୁବତୀଙ୍କୁ ବିଝାଇଥିଲେ ମଧ୍ୟ ପୁଲିସକୁ ଦୁର୍ବ୍ୟବହାର କରିବାକୁ ପଛାଇନାହାନ୍ତି ।ଯୁବତୀଜଣଙ୍କ ଏତେ ନିଶାରେ ଥିଲେ ଯେ ପୋଲିସର ଗାଡିକୁ ବି ଛାଡିନଥିଲେ । ଅବସ୍ଥା ଅସମ୍ଭାଳ ହେବାରୁ ଯୁବତୀଙ୍କୁ ଗିରଫ କଲା ସହିଦନଗର ପୁଲିସ । ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ପଞ୍ଜାବର ଲୁଧିଆନାର ବାସିନ୍ଦା । ସେ […]